କନ୍ଧମାଳ : ରାଇକିଆ ପାଷ୍ଟର ଆସୋସିଏସନ୍ ଟ୍ରଷ୍ଟ ତରଫରୁ ନୂତନ ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କୁ ସ୍ୱାଗତ
କନ୍ଧମାଳ : କୁନା ଦିଗାଲ (ଦର୍ଶନ ସମୀକ୍ଷା)
ଜିଲ୍ଲା ରାଇକିଆ ପାଷ୍ଟର ଆସୋସିଏସନ୍ ଟ୍ରଷ୍ଟ ତରଫରୁ ନୂତନ ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କୁ ସାକ୍ଷାତ କରି ପୁଷ୍ପଗୋଛ ଦେଇ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି l ସଭାପତି ଦମନିକ ଦିଗାଲ,ସମ୍ପାଦକ ଆଚାର୍ଯ୍ୟ ଜିତେନ୍ କୁମାର ନାୟକ,ସହ ସମ୍ପାଦକ ଆଚାର୍ଯ୍ୟ ପୁରେଶ ପ୍ରଧାନ ଓ ଅନୁଷ୍ଠାନର ବରିଷ୍ଠ ପାଳକ ଯଥା ଆଚାର୍ଯ୍ୟ ପୁରନ୍ଦର ଦିଗାଲ, ଆଚାର୍ଯ୍ୟ ବିକ୍ରମ ଦିଗାଳ, ଆଚାର୍ଯ୍ୟ ଦିଲୀପ ପ୍ରଧାନ, ଆଚାର୍ଯ୍ୟ ଅମିତ କୁମାର ନାୟକ, ଆଚାର୍ଯ୍ୟ ଅଜିତ ନାୟକ, ଆଚାର୍ଯ୍ୟ କୁମ୍ଭ ଦିଗାଳ, ଆଚାର୍ଯ୍ୟ ଥୋମାସ ନାୟକ ଓ ଆଚାର୍ଯ୍ୟ ସଜିତ ଦିଗାଳ ଉପସ୍ଥିତ ଥିଲେ l ଅନୁଷ୍ଠାନ ତରଫରୁ ଫୁଲ ଗୁଛ ସହ ନୂତନ ବର୍ଷର Diary ଓ କଲମ ଦେଇ ସ୍ୱାଗତ କରିଥିଲେ। ନୂତନ ଥାନା ଭାରାପ୍ରାପ୍ତ ଅଧିକାରୀ ଙ୍କୁ
ଏ, ସ୍ଵର୍ଣ୍ଣଲତା ପାତ୍ର କହିଛନ୍ତି କି ଅନେକ ସମାଜର ଉନ୍ନତି କାର୍ଯ୍ୟ କରିବା ନିମନ୍ତେ ଜଣାଇଛନ୍ତି l ଯଥା :ଥାନା ପରିସରରେ Toilet ର ବ୍ୟବସ୍ଥା,ବିଶ୍ରାମ ଗୃହ
ପିଇବା ପାଣିର ବ୍ୟବସ୍ଥା
ପୁଣି ସେ କହିଲେ ଆମ ଅନୁଷ୍ଠାନର ସମ୍ପୂର୍ଣ୍ଣ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି l ପାଷ୍ଟର ଆସୋସିଏସନ୍ ଟ୍ରଷ୍ଟ ପକ୍ଷରୁ ମଧ୍ୟ
ସମ୍ପୂର୍ଣ ସହଯୋଗ କରିବୁ ବୋଲି ଉଭୟ ଆଲୋଚନା କରି ମତ ରଖିଛନ୍ତି l ଶେଷରେ ସଭାପତି ଆଚାର୍ଯ୍ୟ ଦମନିକ ଦିଗାଲ ଧନ୍ୟବାଦ ଦେଇ ଫେରି ଆସିଲେ l












Leave a Reply