ଯାଜପୁର // ଗୋଟିଏ ଦିନ ବି ପୁରିଲାନି। ବିଜେପି ଛାଡ଼ି ପୁଣି ବିଜେଡିରେ ମିଶିଲେ ଜିଲ୍ଲା ପରିଷଦ ସଭ୍ୟା ଆଗକୁ ପୁଣି ଘର ବାହୁଡ଼ା ଶୁଣାଗଲାଣି

Spread the love

ଗୋଟିଏ ଦିନ ବି ପୁରିଲାନି। ବିଜେପି ଛାଡ଼ି ପୁଣି ବିଜେଡିରେ ମିଶିଲେ ଜିଲ୍ଲା ପରିଷଦ ସଭ୍ୟା।

ଯାଜପୁରରୁ ଆସିଛି ଏଭଳି ଏକ ରୋଚକ ଖବର। ଗତ ୧୬ ତାରିଖରେ ବିଜେପି ମିଶ୍ରଣ ପର୍ବରେ ପଦ୍ମ ଧରିଥିଲେ ଯାଜପୁର ଦାନଗଦି ବ୍ଲକ୍ ୯ ନମ୍ବର ଯୋନ ଜିଲ୍ଲା ପରିଷଦ ସଭ୍ୟା ଟିନା ହାଇବ୍ରୁ।

ଆଉ ପରଦିନ ଅର୍ଥାତ୍ ୧୭ ତାରିଖରେ ପୁଣିଥରେ ସେ ବିଜେଡିକୁ ଫେରିଛନ୍ତି। ଗତକାଲି ରାତିରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ନେତୃତ୍ୱରେ ବିଜେଡିରେ ସାମିଲ ହୋଇଛନ୍ତି ଟିନା ହାଇବ୍ରୁ। ତେବେ ଟିନା ହାଇବ୍ରୁଙ୍କ ଏଭଳି ପଦକ୍ଷେପକୁ ନେଇ ଯାଜପୁର ଜିଲ୍ଲା ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *