ଲେନିନ୍ ଙ୍କୁ ଖୋଲା ଚ୍ୟାଲେଞ୍ଜ୍// କହିଲେ, ‘ମୁଁ ଏବେ ରାଜନୀତି ଜୀବନ ଆରମ୍ଭ କରୁଛି। ପୂର୍ବରୁ ମୋର ରାଜନୀତି ସହ କୌଣସି ସମ୍ପର୍କ ନଥିଲା। ସନାତନ ମହାକୁଡ଼ଙ୍କ ସହ ମୋର କେବେ ଦେଖା ହୋଇନି। ମିଡ ଡେ ଅପରେସନ କଣ ମୁଁ ଜାଣିନି -ଅରବିନ୍ଦ ମହାପାତ୍ର

Spread the love

ବିଜେଡିରୁ ନିଲମ୍ଵନ ପରେ ଅରବିନ୍ଦ ମହାପାତ୍ରଙ୍କ ପ୍ରେସମିଟ୍। ନବୀନଙ୍କ କାର୍ଯ୍ୟାନୁଷ୍ଠାନ ପରେ ମୁହଁ ଖୋଲିଲେ ନିଲମ୍ଵିତ ବିଧାୟକ।

କେନ୍ଦ୍ରାପଡା: ରତ୍ନାକର ପରିଡା (ଦର୍ଶନ ସମୀକ୍ଷା) ବିଜେଡି ମୁଖପାତ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ୍। କହିଲେ, ‘ମୁଁ ଏବେ ରାଜନୀତି ଜୀବନ ଆରମ୍ଭ କରୁଛି। ପୂର୍ବରୁ ମୋର ରାଜନୀତି ସହ କୌଣସି ସମ୍ପର୍କ ନଥିଲା। ସନାତନ ମହାକୁଡ଼ଙ୍କ ସହ ମୋର କେବେ ଦେଖା ହୋଇନି। ଦଳ କହିଲେ ସ୍ପଷ୍ଟ ଭାବେ ମୁଁ ତାର ପ୍ରତିକ୍ରିୟା ଦେବି। କେତେବେଳେ ଷଡ଼ଯନ୍ତ୍ର ଓ ଦୁର୍ନୀତି କଥା କହୁଛନ୍ତି, ଆଉ କେତେବେଳେ ଦଳ ବିରୋଧୀ କଥା କହୁଛନ୍ତି। ଏତେ ଅଭିଯୋଗ କରୁଛନ୍ତି, ତାର ପ୍ରମାଣ ଦିଅନ୍ତୁ। ମୋ ଉପରେ ଆଣିଥିବା ଅଭିଯୋଗ ଭିତ୍ତିହୀନ।

ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ପ୍ରତିକ୍ରିୟାକୁ ନେଇ ଅରବିନ୍ଦ ଉତ୍ତର ରଖିଛନ୍ତି। ଲେନିନଙ୍କ ମିଡ୍ ଡେ ଅପରେସନକୁ ଏଡାଇଛନ୍ତି। ସେ କହିଛନ୍ତି ଯେ, ମିଡ୍ ଡେ ଅପରେସନ କଣ ମୁଁ ଜାଣିନି। ଅଭିଯୋଗର ତଥ୍ୟ ପ୍ରମାଣ ଦିଅନ୍ତୁ। କାହା ସହ କେଉଁ ଦିନ, କେତେବେଳେ ବସିଥିଲି କହିଲେ ଭଲ ହେବ। ସନାତନଙ୍କ ସହ କେବଳ ବିଧାନସଭାରେ ଦେଖା ହୋଇଛି। ଖୁବ୍ କମ୍ ସମୟ ସନାଙ୍କ ସହ ଦେଖା ହୋଇଛି। ଅନ୍ୟ ବିଧାୟକଙ୍କ ଭଳି ଭୋଜି ବି କରିନି। ଯଦି ସନାତନ ମହାକୁଡ, ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ରଙ୍କୁ ଭେଟିଥିଲେ କ’ଣ ଫଟୋ ଭିଡିଓ ରଖିଛନ୍ତି… ପ୍ରମାଣ ଦେଖାନ୍ତୁ। କାହା ସହ ଭେଟିଥିଲି ତାହା ସ୍ପଷ୍ଟ କରନ୍ତୁ।

ପାଟକୁରା ବିଧାୟକ କହିଛନ୍ତି ଯେ, ‘କୌଣସି ଦୁର୍ନୀତି କରିନାହିଁ, ମୁଁ ଦୁର୍ନୀତି ଅଟକାଇଛି। ବିଶ୍ବାସଘାତକତା କାହା ସହ କଲି ସ୍ପଷ୍ଟ କରନ୍ତୁ। ରାଜ୍ୟବାସୀ ମଧ୍ୟ ଅପେକ୍ଷା କରିଛନ୍ତି ଜାଣିବା ପାଇଁ କାହିଁକି ନିଲମ୍ବନ କରାଗଲା। ମିଡ୍ ନାଇଟ ଅପରେସନର ଖବର ଗଣମାଧ୍ୟମରେ ଆସିଥିଲା। ଯେଉଁ ଶବ୍ଦ ବ୍ୟବହାର କରୁଛନ୍ତି ତାର ପ୍ରମାଣ ବି ଦିଅନ୍ତୁ। ଷଡ଼ଯନ୍ତ୍ର ହୋଇଛି କି ନାହିଁ ମୁଁ ଜାଣିନାହିଁ। ଏବେବି ପାଟକୁରାବାସୀଙ୍କୁ ମୁଁ ଭେଟୁଛି। ନୂଆ ଦଳ ହେବ ବୋଲି ବିଜୟ ମହାପାତ୍ର କେବେ କହି ନାହାନ୍ତି। ତାଙ୍କର ଏଥିରେ କୌଣସି ଭୂମିକା ନାହିଁ। କାହା ସହ ବିଜୟ ମହାପାତ୍ର ଭେଟୁଛନ୍ତି ତାହା ବ୍ୟକ୍ତିଗତ ସମ୍ପର୍କ। ଅଯଥାରେ ତାଙ୍କୁ ନଟାଣନ୍ତୁ।

Leave a Reply

Your email address will not be published. Required fields are marked *