ଗଜପତି ଉତ୍ସବ-୨୦୨୫ର ପୋଷ୍ଟର ଓ ପ୍ରଚାର ରଥ ଶୁଭ ଉଦଘାଟନ
ପାରଳଖେମୁଣ୍ଡି,17/1(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଂସ୍କୃତି ପରିଷଦ, ଗଜପତି ଦ୍ଵାରା ଆୟୋଜିତ କରାଯାଉଥିବା ଗଜପତି ଉତ୍ସବ- ୨୦୨୫ ର ପୋଷ୍ଟର କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଉନ୍ମଚନ ହୋଇଯାଇଛି। ସେହିପରି ଗଜପତି ଉତ୍ସବର ପ୍ରଚାର ପ୍ରସାର ରଥକୁ ମଧ୍ୟ ଶୁଭ ଉଦଘାଟନ କରିଛନ୍ତି। ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ୍ ଗୁଡିକରେ ଉତ୍ସବ ଚଳିତ ଜାନୁଆରୀ ୧୮ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ ଧରି ସ୍ଥାନୀୟ ଗଜପତି ଷ୍ଟାଡିୟମ ଠାରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହେବାକୁ ଯାଉଅଛି। ଜିଲ୍ଲାର କଳା, ସଂସ୍କୃତି, ସାହିତ୍ୟ,ପରମ୍ପରା ଓ ଭାଇଚାରାର ମାଟି ଗଜପତି। ସେହିପରି ଜିଲ୍ଲାର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳାର ମହାକୁମ୍ଭ ଗଜପତି ମହୋତ୍ସବ ୨୦୨୫ରେ ଜିଲ୍ଲା,ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କଳାକାର ତାଙ୍କ କଳାର ନୌପୁଣ୍ୟତା ପ୍ରଦର୍ଶନ କରିବେ ।
ସେହିପରି ଜିଲ୍ଲାରେ ଉତ୍ପାଦିତ କୁଟୀର ଶିଳ୍ପ ସାମଗ୍ରୀ, କୃଷି ଜାତ ଦ୍ରବ୍ୟ, ହସ୍ତତନ୍ତ ସାମଗ୍ରୀ ଓ ସଉରା ଚିତ୍ରକଳା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସୁଥିବା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଗୁଡିକର ପ୍ରଦର୍ଶନୀ ଓ ବିକ୍ରି କରାଯିବ ।
ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଶ୍ରୀଯୁକ୍ତ ପୃଥ୍ଵୀରାଜ ମଣ୍ଡଳ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଅନୁପ ପଣ୍ଡା, ପୌରପରିଷଦ ପାରଳାଖେମୁଣ୍ଡି ଅଧକ୍ଷା ଶ୍ରୀମତୀ ନିର୍ମଳା ସେଠୀ,ସ୍ଥାନୀୟ ତହସିଲଦାର ଶ୍ରୀ ନାରାୟଣ ବେହେରା,ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ,ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଓ ଉତ୍ସବ କମିଟିର ସମସ୍ତ ଅଧକ୍ଷ,ଅଧ୍ୟକ୍ଷା ଓ ପ୍ରଚାର କମିଟି ସଦସ୍ୟ ଗଣ ସହ ଗଣମାଧ୍ୟମର ପ୍ରତିନିଧି ଗଣ ପ୍ରମୁଖ ଉପସ୍ଥିତ ଥିଲେ।
33 ଲକ୍ଷ ଟଙ୍କା ବ୍ୟୟରେ ପାରଳା ସହରରେ ଲାଗିଲା 33 ଗୋଟି ସିସିଟିଭି ପାରଳାଖେମୁଣ୍ଡି, 17/1(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ 33 ଲକ୍ଷ ଟଙ୍କା ବ୍ୟୟରେ ସହରର 12 ଗୋଟି ସ୍ଥାନରେ 25 ଗୋଟି ସିସି କ୍ୟାମେରା ଖଞ୍ଜା ଯାଇଛି. ବର୍ତ୍ତମାନ ଏଥର ସିସି କ୍ୟାମେରାର ସ୍କାନରରେ ରହିବ ପାରଳାଖେମୁଣ୍ଡି ସହର । ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ପ୍ରାୟ ୩୩ ଲକ୍ଷ ଟଙ୍କା ବ୍ୟୟରେ ସହରରେ ଏହି ବ୍ୟବସ୍ଥା କରାଯାଇଛି. ଏଥିସହ ୩ ଗୋଟି ସ୍ଥାନରେ ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିଡିଂ ବ୍ୟବସ୍ଥା ଥିବା କ୍ୟାମେରା ଲଗାଯାଇଛି। ଏହା ଅତିଶୀଘ୍ର କାର୍ଯ୍ୟକ୍ଷମ କରାଯିବ ସହ ସାଧାରଣଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବ ବୋଲି ପୌରାଧ୍ୟକ୍ଷା ନିର୍ମଳା ସେଠୀ ପ୍ରକାଶ କରିଛନ୍ତି। ପାରଳାଖେମୁଣ୍ଡି ସହରରେ ଗତ କିଛି ବର୍ଷ ହେଲା ଚୋରି ଘଟଣା ବିଶେଷ ଭାବେ ବୃଦ୍ଧି ପାଇଥିବା ଯୋଗୁଁ ଦୀର୍ଘ ଦିନ ଧରି ସହରରେ ସିସିଟିଭି ଲଗାଇବା ପାଇଁ ଲୋକେ ଦାବି କରି ଆସୁଥିଲେ. ବର୍ତ୍ତମାନ, ଏହି ସିସି କ୍ୟାମେରା ବ୍ୟବସ୍ଥା ନିଶ୍ଚିତ ଭାବେ ପୁଲିସ ପାଇଁ ସହାୟକ ହେବା ସହ ସାଧାରଣଙ୍କୁ ସୁରକ୍ଷା ଯୋଗାଇ ପାରିବ. ପାରଳା ପୌର ପରିଷଦ ତରଫରୁ ଏହି ସିସିଟିଭି ବ୍ୟବସ୍ଥା କରାଯାଇ ଥିବାରୁ ପାରଳା ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ପୌର ପରିଷଦକୁ ସାଧୁବାଦ ଜଣାଇବା ସହ ଏହି ବ୍ୟବସ୍ଥା ଦ୍ୱାରା ସହରର ଜନ ସାଧାରଣଙ୍କ ସୁରକ୍ଷା ଓ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ବେଶ ସହାୟକ ହେବ.
ଗଜପତି : ଖଳାରେ ନିଆଁ ଲାଗି ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ଅମଳ ଧାନ ପାରଳାଖେମୁଣ୍ଡି, 17/1(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାର ଗୋଷାଣି ବ୍ଲକ ଗାରାବନ୍ଧ ପଞ୍ଚାୟତ କୋୟାକୋଣ୍ଡା ଗ୍ରାମର ଭେଙ୍କେଟେଶ୍ଵର ଶବରଙ୍କ ଧାନ ଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଅମଳ ଧାନ ସମ୍ପୂର୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି. କୌଣସି ଦୁର୍ବୃତ୍ତ ଏହି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ଫେରିଛନ୍ତି। ଚାଷୀ ଭେଙ୍କେଟେଶ୍ବର ଗତକାଲି ସକାଳ ୧୧ ଘଣ୍ଟା ପର୍ଯ୍ୟନ୍ତ ନିଜ ଧାନଖଳାରେ ଥିଲେ। ଏହାପରେ ସେ ଗାଧୋଇବାକୁ ଯାଇଥିଲେ I ଅଧଘଣ୍ଟା ପରେ ପୁଣି ନିଜ ଖଳାକୁ ଆସିଲା ବେଳକୁ ଧାନ ଗଦାରେ ନିଆଁ ଲାଗିଥିବା ଦେଖୁଥିଲେ I ତୁରନ୍ତ ଗାରାବନ୍ଧା ଥାନାକୁ ଖବର ଦେବା ପରେ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇ ସଦଳବଳ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା କରିଥିଲେ | ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ । ସେତେବେଳକୁ ପୁଲିସ୍ ଟିମ୍ ଓ ଗ୍ରାମବାସୀ ମିଶି ସମସ୍ତ ଧାନ ମଧ୍ୟରୁ ପ୍ରାୟ ୨୦ ବସ୍ତା ବାହାର କରିଦେଇଥିଲେ | ଅବଶିଷ୍ଟ ୫୦ ବସ୍ତାରୁ ଅଧିକ ଧାନ ପୋଡିଯାଇଥିଲା। ଭେଙ୍କେଟେଶ୍ଵର ଜଣେ ଭାଗ ଚାଷୀ । ବିଗତ ବର୍ଷ ମଧ୍ଯ ତାଙ୍କ ଖଳାରେ ନିଆଁ ଲାଗି ବହୁ ପରିମାଣର ଧାନ ନଷ୍ଟ ହୋଇଥିଲା | ଚଳିତ ବର୍ଷ ପୁଣି ଏପରି ଅଘଟଣ ଘଟିଥିବାରୁ କେହି ଦୁର୍ବୃତ୍ତ ଜାଣିଶୁଣି ନିଆଁ ଲଗାଇଦେଇଥିବା ସେ କହିଛନ୍ତି l












Leave a Reply