ବାଲିଅନ୍ତା କେନାଲ ସବ ଡିଭିଜନର ମନମାନି
ପ୍ରକଳ୍ପ ସ୍ଥଳରେ ଲାଗୁନି ସୂଚନା ଫଳକ
ବାଲିଅନ୍ତା – (ଦର୍ଶନ ସମୀକ୍ଷା)
ପ୍ରାଚୀ ଡିଭିଜନ ଅଧୀନ ବାଲିଅନ୍ତା କେନାଲ ସବ ଡିଭିଜନ ଅଞ୍ଚଳରେ ଜଳ ସମ୍ପଦ ବିକାଶ ପ୍ରକଳ୍ପ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ନେତା, ବିଧାୟକ ଓ ପଦସ୍ଥ ଅଧିକାରୀ ଭିତ୍ତି ପ୍ରସ୍ତର ସ୍ଥାପନ କରି ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରୁଛନ୍ତି। ହେଲେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ସ୍ବଚ୍ଛତା ନେଇ ଜନ ସାଧାରଣଙ୍କ ସୂଚନା ଲାଗି ଠିକା ସଂସ୍ଥା ବ୍ୟୟ ଅଟକଳ ତଥା ନିର୍ମାଣ କାର୍ଯ୍ୟ ସଂପର୍କିତ ସୂଚନା ଫଳକ ମାରୁ ନାହିଁ। ଯାହାଫଳରେ ପରେ ଲକ୍ଷ ଲକ୍ଷ ଟଙ୍କା ଦର୍ଶାଇ ସରକାରୀ ଅନୁଦାନ ବାଟମାରଣା କରାଯାଉଥିବା ଅଭିଯୋଗ ହେଉଛି। ଭିଙ୍ଗାରପୁର କୃଷି କାର୍ଯ୍ୟାଳୟ ନିକଟରେ ଗୋପ ବ୍ରାଞ୍ଚ କେନାଲର ଡାହାଣ ପାର୍ଶ୍ବ ବନ୍ଧ ଉନ୍ନତୀକରଣ ନେଇ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରାୟ ୩ କିମି ରାସ୍ତା ମେଣ୍ଟାଲ ମୋରମ ପକାଇ ପକ୍କା ନେଇ ୧୨ ଲକ୍ଷ ଅନୁଦାନ ମଞ୍ଜୁରା କରଯାଇଛି। ସ୍ଥାନୀୟ ବିଧାୟକ ନବ କିଶୋର ମଲ୍ଲିକ ମୁଖ୍ୟ ଅତିଥି, ପ୍ରଦୀପ୍ତ ଜେନାମଣି, ସମିତି ସଭ୍ୟ ଗଗନ ବିହାରୀ ସାହୁ, ସରପଞ୍ଚ ହୃଷିକେଶ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଭୀମସେନ ବେହେରା, ବେଣୁପୁର ପୂର୍ବତନ ସରପଞ୍ଚ ତପନ ପରିଡ଼ା , ପାଣି ପଞ୍ଚାୟତ ସଭାପତି ଅରୁଣ କୁମାର ଜେନା ପ୍ରମୁଖ ଯୋଗ ଦେଇ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥଲେ। ହେଲେ ଫଳକରେ ବିଧାୟକ ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷାଙ୍କ ନାମ ଥିବା ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ରଖାନଯିବା ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି l ଏହାକୁ ନେଇ ପୂର୍ବତନ ଜିଲ୍ଲା ପରିଷଦ ଚୌଧୁରୀ ଦ୍ୱାରିକା ନାଥ ଦାଶ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭିତ୍ତି ଫଳକ ସ୍ଥାନରେ ବାଲିଅନ୍ତା ଜଳ ସେଚନ କାର୍ଯ୍ୟାଳୟ ପ୍ରକଳ୍ପ ସଂପର୍କିତ କୌଣସି ସୂଚନା ଫଳକ ଲଗାଉ ନାହିଁ। ଉଳ୍ଲେଖଯୋଗ୍ୟ କୁଶଭଦ୍ରା ନଦୀର ରାମଚନ୍ଦ୍ରପୁର ନିକଟରେ ୧୦୦ କୋଟି ଟଙ୍କାର ଜଳଭଣ୍ଡାର ନିର୍ମାଣ କାର୍ଯ୍ୟ ଚାଲିଛି। ପ୍ରକଳ୍ପ ସ୍ଥାନରେ ବ୍ୟୟ ଅଳକଳ ସଂପର୍କିତ ଫଳକ ଲଗା ଯାଇନାହିଁ। ଢଳେଇ ବାଲି ସିମେଣ୍ଟ ଓ ରଡ଼ ଭାଗମାପ ଢଳେଇ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। କାମ ଚାଲିଥିବା ବେଳେ ଅଧିକାରୀ ଉପସ୍ଥିତ ରହୁନଥିବା ଜଣାଯାଇଛି। ମୁଖ୍ୟଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି ହେଉଛି।












Leave a Reply