କଟକ ଜେପିଏମ ରୋଟାରି କ୍ଲବ ଅଫ କଟକ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନ ର 34ତମ ପ୍ରତିଷ୍ଠା ଦିବସ ଚିକିତ୍ସାଳୟ ପରିସରରେ ମହାସମାରୋହ ରେ ପାଳିତ ହୋଇଯାଇଛି
କଟକ : ପ୍ରକାଶ ଚନ୍ଦ୍ର ବେଉରା ଦର୍ଶନ ସମୀକ୍ଷା
ପବିତ୍ର ମକରସଂକ୍ରାନ୍ତିରେ, ଜେପିଏମ ରୋଟାରି କ୍ଲବ ଅଫ କଟକ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନ ର 34ତମ ପ୍ରତିଷ୍ଠା ଦିବସ ଚିକିତ୍ସାଳୟ ପରିସରରେ ମହାସମାରୋହ ରେ ପାଳିତ ହୋଇଯାଇଛି | ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଓଡିଶା ହାଇକୋର୍ଟ ର ବିଚାରପତି ମାନ୍ୟବର ବିଚାରକ ଶ୍ରୀଯୁକ୍ତ ଶଶିକାନ୍ତ ମିଶ୍ର ଯୋଗ ଦେଇଥିଲେ ଜେପିଏମ ରୋଟାରୀ କ୍ଳବ ଅଫ କଟକ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନ ର ସଭାପତି ରୋଟାରିଆନ ଶ୍ରୀଯୁକ୍ତ ସମୀର କୁମାର ମିଶ୍ର ସ୍ବାଗତ ଭାଷଣ ଓ ସଭା ପରିଚାଳନା କରିଥିଲେ ଓ ଚିକିତ୍ସାଳୟ ର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ସନ୍ତୋଷ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ | ରୋଟାରୀ କ୍ଳବ ଅଫ କଟକ ର ରୋଟାରିଆନ ଡ଼ ସ୍ଵାତି ମଲ୍ଲିକ ଓ ଅତୋଷୀ କର୍ମକାର ମୁଖ୍ୟଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ | ରୋଟାରୀ କ୍ଳବ ଅଫ କଟକ ଚାରିଟେବୁଲ ଟ୍ରଷ୍ଟ ର ଅଧକ୍ଷ ରୋଟାରିଆନ ଶ୍ରୀଯୁକ୍ତ ସୂର୍ଯ୍ୟ ପ୍ରସାଦ ମିଶ୍ର ଅତିଥି ମାନଙ୍କୁ ସମ୍ବୋଧନ କରିବା ସହିତ ଅନୁଷ୍ଠାନ ର ବିଭିନ୍ନ ପ୍ରକଳ୍ପ ଓ ଗୋଷ୍ଠୀ ନିମନ୍ତେ ବିଭିନ୍ନ କାର୍ଯ୍ୟାବଳୀ ର ଉପକାରିତା ଉପରେ ଆଲୋକପାତ କରିଥିଲେ |ରୋଟାରୀ କ୍ଳବ ଅଫ କଟକ ଚାରିଟେବୁଲ ଟ୍ରଷ୍ଟ ର ମ୍ୟାନେଜିଙ୍ଗ ଟ୍ରଷ୍ଟି ରୋଟାରିଆନ ଶ୍ରୀଯୁକ୍ତ ଦେବାଶିଷ ପଣ୍ଡା ଚକ୍ଷୁ ଚିକିତ୍ସାଳୟ କୁ ଆସୁଥିବା ରୋଗୀମାନଙ୍କୁ ସ୍ୱଳ୍ପ ଓ ସୁଲଭ ମୂଲ୍ୟରେ ତତ୍କାଳ ସେବା ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ |ଅନ୍ୟତମ ଅତିଥି ନିର୍ଦେଶକ ,ଜନସ୍ୱାସ୍ଥ୍ୟ ,ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ , ଓଡିଶା ସରକାର , ଭୁବନେଶ୍ୱର ଶ୍ରୀଯୁକ୍ତ ଡ଼ ନୀଳକଣ୍ଠ ମିଶ୍ର ଚକ୍ଷୁ ଚିକିତ୍ସାଳୟ ର ସାମଗ୍ରିକ କାର୍ଯ୍ୟାବଳୀ କୁ ଉଚ୍ଚକୋଟୀର ବୋଲି ବର୍ଣ୍ଣନା କରିଥିଲେ |ରୋଟାରୀ ଚକ୍ଷୁ ଚିକିତ୍ସାଳୟ ସାରା ଓଡିଶା ଓ ପୂର୍ବ ଭାରତ ର ଏକ ପ୍ରମୁଖ ଚକ୍ଷୁ ସେବା ନିରନ୍ତର ଭାବେ ପ୍ରଦାନ କରୁଛି ଯାହାକି NABH ସ୍ୱୀକୃତିପ୍ରାପ୍ତ ଓ ମୋଡ୍ୟୁଲାର ଅପରେସନ ଥିଏଟର ମାଧ୍ୟମରେ ଉତ୍ତମ ଗୁଣବତ୍ତା ସମ୍ପନ୍ନ ଚକ୍ଷୁ ସେବା ଯୋଗାଇ ଦେଇଥିବାରୁ ମୁଖ୍ୟ ଅତିଥି ଅନୁଷ୍ଠାନ କୁ ପ୍ରଶଂସା କରିଥିଲେ | ଅନ୍ୟତମ ଅତିଥି ଶ୍ରୀମତୀ ସୋଫିଆ ଫ୍ରୀଦୋଷ, ଏମ ଏଲ ଏ ବାରବାଟୀ କଟକ ଉତ୍ତମ ଗୁଣବତ୍ତା ସମ୍ପନ୍ନ ଚକ୍ଷୁ ସେବା ଯୋଗାଇ ଦେଇଥିବାରୁ ଅନୁଷ୍ଠାନ କୁ ପ୍ରଶଂସା କରିଥିଲେ| ରୋଟାରୀ କ୍ଳବ ଅଫ କଟକ ର ସଭାପତି ରୋଟାରିଆନ ଶ୍ରୀଯୁକ୍ତ ସମୀର କୁମାର ମିଶ୍ର ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ | ଏତତବ୍ୟତୀତ ଓଡିଶା ତଥା ପଡୋଶୀ ରାଜ୍ୟ ମାନଙ୍କ ରେ ନିୟମିତ ବ୍ୟବଧାନ ରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରି ଅନ୍ୟୁନ ଶତକଡା ୮୦% ଭାଗ ରୋଗୀଙ୍କୁ ମାଗଣା ରେ ଅସ୍ତ୍ରୋପଚାର କରିବାର ନିରନ୍ତର ପ୍ରୟାସ ଜାରିରଖିଥିବାରୁ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଙ୍କୁ ସାଧୁବାଦ ଜଣାଇଥିଲେ | ଚିକିତ୍ସାଳୟ ର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ମାରିଆନସ ଲାକ୍ରା, କ୍ଷୀରୋଦ କୁମାର ଚୌଧୁରୀ, ସୁଧୀର ଖଟେଇ, ଶ୍ରୀକାନ୍ତ ମହାପାତ୍ର, ଶଶୀକାନ୍ତ ଦାସ, ବିରଞ୍ଚି ମହାନ୍ତି, ସୌମିତ୍ରୀ ରଞ୍ଜନ ସ୍ୱାଇଁ, ଚନ୍ଦ୍ରିକା ଦାସ, ଯଯାତି କେଶରୀ ଦାସ, ପରେଶ କୁମାର ସାହୁ ,ଅନିରୁଦ୍ଧ ପଣ୍ଡା ଓ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଅଂଶଗ୍ରହଣ ପୂର୍ବକ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ | ଏହି ଉପଲକ୍ଷେ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯାହାର ଅଂଶ ରୂପେ ପୁରୁଷ ଓ ମହିଳା ମାନଙ୍କ ମଧ୍ୟରେ କ୍ରିକେଟ୍ ମ୍ୟାଚ୍, ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଅନୁଷ୍ଠାନର କର୍ମଚାରୀ ମାନେ ଉତ୍ସାହର ସହିତ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ଅଧିକ ଆନନ୍ଦମୟ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ର ବାର୍ଷିକ ପତ୍ରିକା “ଅରୁଣିମା”ର ସମ୍ପାଦକ ଡ଼ ସ୍ମତିରଞ୍ଜନ ଦେଠୀ ଙ୍କ ସହାୟତା ରେ ଉନ୍ମୋଚନ ହୋଇଥିଲା |ଶେଷରେ ରୋଟାରୀ କ୍ଳବ ଅଫ କଟକ ର ସଭାପତି ରୋଟାରିଆନ ସୁଜାତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ












Leave a Reply