ରାଜା ଶ୍ରୀ ନରସିଂହ ଦେବଙ୍କ ଜନ୍ମ ଉତ୍ସବ ପାଳିତ
କଟକ ସଦର, ତା: ୧୪/୦୧/୨୬(ଦର୍ଶନସମୀକ୍ଷା)
ଗହଣ ଦଳର ପ୍ରତିଷ୍ଠାତା ରାଜା ଶ୍ରୀ ନରସିଂହ ଦେବଙ୍କ ପୁଣ୍ୟ ଜନ୍ମ ଉତ୍ସବ ଆଜି କେଶରୀନଗ୍ର ଉଆସଠାରେ ମହାଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଷୋଳମଣ୍ଡଳରୁ ଆସିଥିବା ଭକ୍ତ, ସାଧୁ, ସନ୍ଥ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତାଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଅବସରରେ ଧର୍ମରେ ଧାରଣା, ନିଷ୍କାମ ଭକ୍ତି, ଶ୍ରୀମଦ ଭାଗବତର ପ୍ରଚାର ପ୍ରସାର, ନୀତିନିଷ୍ଠ କର୍ତ୍ତବ୍ୟ ଓ ନାମ ସଂକୀର୍ତ୍ତନରେ ଧ୍ୟାନ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ । ଷୋଳ ମଣ୍ଡଳ ପକ୍ଷରୁ ମହାମନ୍ତ୍ର ମହାନାମ ମହାସଂକୀର୍ତ୍ତନର ମହାଲୀଳା ମହାଉତ୍ସବ ଓ ବ୍ରହ୍ମଧୂନୀ ଜାଗରଣ ଦିବା ରାତ୍ର ଅନୁଷ୍ଠିତ ହୋଇଥିଲା । ଜନ୍ମ ଦିବସ ଉପଲକ୍ଷେ ଗହଣ ଦଳ ଭକ୍ତଙ୍କ ପକ୍ଷରୁ ନିଃଶୁକ୍ଳ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ଷୋଳ ମଣ୍ଡଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିଲା ।












Leave a Reply