Spread the love

ରାଜ୍ୟସ୍ତରୀୟ ଅର୍ନ୍ତବାର ପ୍ରଥମ କପିଳାସ କପ୍ କ୍ରିକେଟ୍ ପ୍ରତିଯୋଗିତା
ଢେଙ୍କାନାଳ,୧୩ା୧ : ( ଦର୍ଶନ ସମୀକ୍ଷା )

ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ଆନୁକୂଲ୍ୟରେ ଏବଂ ସଂଘର ସଭାପତି ଗୋପାଳ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏକ ରାଜ୍ୟସ୍ତରୀୟ ଅର୍ନ୍ତବାର ପ୍ରଥମ କପିଳାସ କପ୍ କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ଜିଲ୍ଲା ଦୌରା ଜଜ୍ ପ୍ରଣବ କୁମାର ରାଉତରାୟ ଉପସ୍ଥିତ ରହି ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ଏଥିରେ ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ସମେତ ୮ଗୋଟି ଦଳ ଭାଗ ନେଇଥିଲେ । ଏହା ୧୨ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୧୬ ତାରିଖରେ ଉଦ୍ୟାପନୀ ମ୍ୟାଚ୍ ଖେଳାଯିବ । ଆଜି ପ୍ରଥମ ଦିନର ମ୍ୟାଚ୍ରେ କ୍ୟାଟ୍ ବାର୍ ଆସୋସିଏସନ୍ ଏବଂ ଢେଙ୍କାନାଳ ଜିଲ୍ଲା ବାର୍ ଆସୋସିଏସନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ରେ ଢେଙ୍କାନାଳ ଜିଲ୍ଲା ବାର୍ ଆସୋସିଏସନ୍ ବିଜୟ ଲାଭ କରି ସେମିଫାଇନାଲ୍କୁ ଉତିର୍ଣ୍ଣ ହୋଇଅଛି । ଦ୍ୱିତୀୟ ମ୍ୟାଚ୍ରେ ଏମ୍.ବି.ଏଲ୍.ଏ. ଓ ବୋର୍ଡ ଅଫ୍ ରେଭେନୁ୍ୟ ସହିତ ଅନୁଷ୍ଠିତ ହୋଇଥିଲା । ଏଥିରେ ବୋର୍ଡ ଅଫ୍ ରେଭେନୁ୍ୟ ବିଜୟ ଲାଭ କରି ସେମିଫାଇନାଲ୍କୁ ଉତିର୍ଣ୍ଣ ହୋଇଥିଲା । ଆସନ୍ତା କାଲି ସମ୍ବଲପୁର ବାର୍ ଆସୋସିଏସନ୍ ସହିତ ଏମ୍.ଭି. ବାର୍ ଆସୋସିଏସନ୍ ଏବଂ ଭୁବନେଶ୍ୱର ବାର୍ ଆସୋସିଏସନ୍ ସହିତ ହାଇକୋର୍ଟ ବାର୍ ଆସୋସିଏସନ୍, କଟକ ମଧ୍ୟରେ ଖେଳାଯିବ । ଏହି ଖେଳକୁ ଅମ୍ପେୟାର୍ ଭାବେ ଅଜୟ କୁମାର ବାରିକ ଓ ଆଡ୍ଭୋକେଟ୍ ଅଭିଜିତ୍ ମିଶ୍ର ପରିଚାଳନା କରିଥିଲେ । ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ଉପସଭାପତି ଟଙ୍କଧର ବେହେରା, ସଂପାଦକ ତାପସ କୁମାର କବିଶତପଥୀ, ଯୁଗ୍ମସଂପାଦକ ଉତମ କୁମାର ଦାସ, କୋଷାଧ୍ୟକ୍ଷ ରଂଜନ କୁମାର ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ପ୍ରେମାନନ୍ଦ ବିହାରୀ, ମଳୟ କୁମାର ପାଣିଗ୍ରାହୀ, ଭାବଗ୍ରାହୀ ପଣ୍ଡା, କିଷାନ୍ ବିଶ୍ୱାଳ, ସୁରେନ୍ଦ୍ର ମିଶ୍ର, ବିକାଶ ପଟ୍ଟନାୟକ, ଶିବସାଇ ମହାପାତ୍ର, ପ୍ରତାପ ତ୍ରିପାଠୀ, ନବ କିଶୋର ଗୁରୁ, ବିକାଶ ପଟ୍ଟନାୟକ, ବସନ୍ତ କୁମାର ରଥ, ଅଭିଜିତ୍ ମିଶ୍ର, ପ୍ରଦୀପ ସାହୁ, ସରୋଜ ପାଢୀ, ପ୍ରତାପ ମହାନ୍ତି, ରାଜେନ୍ଦ୍ର ନାରାୟଣ ରାଉତ ପ୍ରମୁଖଙ୍କ ସହିତ ବରିଷ୍ଠ ଓ କନିଷ୍ଠ ଆଇନ୍ଜୀବୀମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।
ଗଁନ୍ଦିଆ ବ୍ଲକ ଆଦର୍ଶ ବିଦ୍ୟାଳରେ ଜଣ୍ଡିସ ଆତଙ୍କ
ଢେଙ୍କାନାଳ,୧୩ା୧ : ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ବିଶ୍ୱନାଥପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରାୟ ୧୫ଜଣ ଛାତ୍ରଛାତ୍ରୀ ଜଣ୍ଡିସ୍ ରେ ଆକ୍ରାନ୍ତ ହୋଇ ବିଭିନ୍ନ ଚିକିସôାଳୟରେ ଚିକିସôିତ ହେଉଛନ୍ତି । ଏ ସମ୍ପର୍କରେ ପୂର୍ବତନ ବିଧାୟକ ନବୀନ ନନ୍ଦ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ସମସ୍ତ ଛାତ୍ରଛାତୀ୍ର ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଶ୍ରୀ ନନ୍ଦଙ୍କ ଅଭିଯୋଗ ଅନୁଯାୟୀ ବିଶ୍ୱନାଥ ପୁର ଆଦର୍ଶ ବିଦ୍ୟାଳୟରେ ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଛନ୍ତି । ବିଦ୍ୟାଳୟରେ ଦୁଷିତ ପାନୀୟ ଜଳ ଏବଂ ଅସୁରକ୍ଷିତ ଶୌଚାଳୟ ଜଣ୍ଡସ୍ ବ୍ୟାପିବାର ମୂଳ କାରଣ ବୋଲି ଅଭିଭାବକ ମାନେ କହିଛନ୍ତି । ବିଦ୍ୟାଳୟ ନିକଟରେ ଥିବା ଘରୋଇ ହଷ୍ଟେଲର ୪ଜଣ ଛାତ୍ରଛାତ୍ରୀଙ୍କ ସହ ହଷ୍ଟେଲ ର ପରିଚାଳକ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ନିୟମିତ ବିଦ୍ୟାଳୟ ଯାଉଥିବା ଅନ୍ୟ କେତେକ ଛାତ୍ରଛାତ୍ରୀ ଜଣ୍ଡିସ୍ରେ ପଡିତ ହୋଇଥିବା ଜଣାପଡିଛି । ଖବର ପାଇ ଗନ୍ଦିଆ ବରପଦାରେ ଥିବା ଉପଖଣ୍ଡ ଚିକିସôାଳୟରୁ ଡାକ୍ତରୀ ଦଳ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଘଟଣା ସ୍ଥାଳରେ ପହଞ୍ଚିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଅଧିକାରୀ ପରେଶ ଚନ୍ଦ୍ର ପାତ୍ର କହିଛନ୍ତି, ବିଦ୍ୟାଳୟରେ ଜଣ୍ଡିସ୍ ବ୍ୟାପିବା ଜଣାପଡିବା ପରେ ବିଇଓଙ୍କୁ ଏହାର ତଦନ୍ତ ନିଦେ୍ର୍ଦଶ ଦିଆଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସୂଚନା ଅନୁଯାୟୀ ବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ଜଣ୍ଡିସ୍ ହୋଇଥିଲା । ତେବେ ମଙ୍ଗଳବାର ଦିନ ଏହି ଘଟଣାକୁ ନେଇ ଢେଙ୍କାନାଳ ସିଡିଏମଓଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ ପହଞ୍ଚି ୧୯୭ ଜଣ ଛାତ୍ରଛାତ୍ରୀଙ୍କର ରକ୍ତ ନମୁନା ସଂଗ୍ରହ କରିଛନ୍ତି । ଦିନେ ବା ଦୁଇଦିନ ମଧ୍ୟରେ ଏହାର ରିପୋର୍ଟ ଆସିବା ପରେ ଆଉ କେତେ ପିଲା ଜଣ୍ଡିସର ଶିକାର ହୋଇଛନ୍ତି ସେ ନେଇ ସ୍ପଷ୍ଟ ହେବ । ଏପଟେ ଜନସ୍ୱାସ୍ଥ୍ୟ ଅଧିକାରୀ , ଜିଲ୍ଲା ପାନୀୟ ଜଳେଯାଗାଣ ଅଧିକାରୀ ପହଞ୍ଚି ମଧ୍ୟାନ୍ନ ଭୋଜନ ମାନ ପରୀକ୍ଷା କରିବା ସହ ପାଣି ପରିକ୍ଷା କରାଯାଇଛି । ସ୍କୁଲରେ ପାଠ ପଢୁଥିବା ୪ଶହ ଛାତ୍ରଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ସହ ଖେଳ ନ ଖେଳୀ ଏଥିପ୍ରତି ଅଧିକ ଯନôବାନ ହେବାକୁ ଅଭିଭାବକମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *