Spread the love

ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଏମ ଶ୍ରୀ ଉତ୍ସବ ଅନୁଷ୍ଠିତ

ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନସମୀକ୍ଷା)

ଜିଲ୍ଲା ବାଲିମେଳା ସହର ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ପିଏମ ଶ୍ରୀ ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ମୁଖ୍ୟ ବକ୍ତା ଭାବରେ ବାଲିମେଳା ଏନଏସିର ନଗରପାଳ ପ୍ରଦୀପ କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାଲକାନଗିରି ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଭାଗିରଥି ବେହେରା, କୋରୁକୋଣ୍ଡା ଗୋଷ୍ଟି ଶିକ୍ଷା ଅଧିକାରୀ ଅସିତ ମିସ୍ତ୍ରୀ, ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶରତ ଚନ୍ଦ୍ର ରାଉତ,ବାଲିମେଳା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରା, ସ୍କୁଲର ପୁରାତନ ଛାତ୍ର ଦିଲୀପ କୁମାର ବେପାରୀ, ରାଜେନ୍ଦ୍ର କୂଳଦୀପ, ଏମୟୁଜେ ସଭାପତି ତଥା ରାଜ୍ୟ ସମ୍ପାଦକ ଦେବ ପ୍ରସାଦ ଦାସ ଓ ସାମ୍ବାଦିକ ମାନେ,ଏସଏମସି ସଭାପତି ସୁରେନ୍ଦ୍ର ନାଥ ବେହେରା, ବାଲିମେଳା ପାରିଷଦର ସଭ୍ୟ ସଭ୍ୟାମାନେ ଉପସ୍ଥିତ ଥିଲେ।ସମସ୍ତ ଅତିଥିମାନଙ୍କ ଦ୍ୱାରା ଆକାଂକ୍ଷା ମେଳାକୁ ଉଦଘାଟନ କରାଯାଇଥିଲା ।ଉକ୍ତ ମେଳାରେ ଛାତ୍ରୀ ଛାତ୍ରଙ୍କ ଆତ୍ମ ନିର୍ଭରଶୀଳ ହେବାର ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ।ବର୍ଜ୍ୟବସ୍ତୁ ପରିଚାଳନା, ଜିଙ୍ଗାସା,କ୍ରୀଡାଙ୍ଗନ, କୌଶଳ, ସାହିତ୍ୟ ସୃଜନ ଓ ଖାଦ୍ୟ ମେଳା ଆଦି ବୁଲି ବୁଲି ଛାତ୍ର ଛାତ୍ରୀ ମାନକଙ୍କୁ ଅତିଥିମାନେ ଉତ୍ସାହିତ କରିଥିଲେ। ଏହି ଉତ୍ସବର ମୂଳ ଲକ୍ଷ ଭିଜନ ୨୦୨୬ ବୋଲି ନଗରପାଳ ଶ୍ରୀ ମୟକ କହିଥିଲେ। ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନେ ଆସନ୍ତା ୨୧,୨୨ରେ ମାଲକାନଗିରିରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପିଏମ ଶ୍ରୀ ଉତ୍ସବରେ ଭାଗ ନେବେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶିଲା କୁମାରୀ ହିଆଲଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବାଲିମେଳା ଓ ଏହାର ଆଖ ପାଖ ଅଞ୍ଚଳର ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଏହି ମେଳାକୁ ବୁଲି ଦେଖିଥିଲେ।କାର୍ଯ୍ୟକ୍ରମକୁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସୁଚାରୁ ପରିଚାଳନା କରିଥିଲେ।ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *