୧୯୮୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନାଁରେ The Illustrated Weekly of India ତଥାକଥିତ ଯୌନଶୋଷଣ ଅଭିଯୋଗ ନେଇ ଏକ ରିପୋର୍ଟ ପ୍ରକାଶ କଲା ପରେ ବିରୋଧୀ ଦଳ ନେତା ବିଜୁ ପଟ୍ଟନାୟକଙ୍କୁ ବିଧାନସଭା ଅଚଳ କରିବାକୁ ଅସ୍ତ୍ର ମିଳିଯାଇଥିଲା।
ସେତେବେଳେ ବାଚସ୍ପତି ଥିବା ପ୍ରଶନ୍ନ କୁମାର ଦାଶଙ୍କୁ ବାରମ୍ବାର ଘେରୁଥିଲେ ବିରୋଧୀ ସଭ୍ୟ। ଅଚଳାବସ୍ଥା ଲାଗି ରହିବା ପରେ ବିରୋଧୀ ଦଳ ନେତା ବିଜୁ ପଟନାୟକ ବାଚସ୍ପତି ପ୍ରଶନ୍ନ କୁମାର ଦାସଙ୍କ ସରକାରୀ କ୍ବାର୍ଟର୍ସକୁ ଗଲେ।
ସେତେବେଳେ ପ୍ରଶନ୍ନ କୁମାର ଦାସ କହିଲେ- ‘ତୁମ ଦଳର ଅନେକ ସଭ୍ୟ ବିଧାନସଭାରେ ଗଣ୍ଡଗୋଳ ନ କରିବା ପାଇଁ ଜାନକୀ ବାବୁଙ୍କଠାରୁ ପଇସା ନେଉଥିବା କଥା ସତ୍ୟ ନୁହେଁ କି?
ତୁମେ ଯଦି ମନା କରିବ, ମୁଁ ସେମାନଙ୍କ ନାଁ କହି ଦେଇପାରେ।
ଏହାର ଉତ୍ତରରେ ବିଜୁ ବାବୁ ହଁ କହିଲେ।
ତାପରେ ମୁଁ ତାଙ୍କୁ ପଚାରିଲି- ତୁମେ ପ୍ରକୃତରେ ଜାନକୀ ବାବୁଙ୍କୁ ହଟାଇବାକୁ ଚାହଁ କି? ତୁମେ କେବଳ ଉପରଦେଖାଣିଆ ସଲାକୁସ୍ତି କରୁଛ…’
*ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିରୋଧରେ ଲେଖା ପାଇଁ ଲମ୍ବା କୋର୍ଟ ଲଢ଼ାଇ ପରେ The Illustrated Weekly of India ୧୯୯୭ରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ କ୍ଷମା ମାଗିଥିଲା
ବାରିପଦାର ପ୍ରଶନ୍ନ କୁମାର ଦାସ ୯ ଥର ବିଧାୟକ ହେବା ସହ ୧୯୮୪-୯୦ ଓଡ଼ିଶା ବିଧାନସଭା ବାଚସ୍ପତି ଥିଲେ












Leave a Reply