ଶାସ୍ତ୍ର ଓ ଶସ୍ତ୍ରର ମାଟି ଘୁମୁସର ମହୋତ୍ସବ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର,୧୩/୧(ବାଳକୃଷ୍ଣ ପଟ୍ଟନାୟକ) ଦର୍ଶନ ସମୀକ୍ଷା।
ସ୍ଥାନୀୟ ପାତ୍ରପଡା ସ୍ଥିତ ଡବଲ ଏ କନଫେରେନ୍ସ ହଲ୍ ଠାରେ ଶାସ୍ତ୍ର ଓ ଶସ୍ତ୍ରର ମାଟି ଘୁମୁସର ମହୋତ୍ସବ ପ୍ରସ୍ତୁତି ବୈଠକ କେ ଏସ୍ ୟୁ ବି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ମହୋତ୍ସବର ସଭାପତି ବାଲ୍ମୀକି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହୋତ୍ସବର ମହା ସଚିବ ଏନ୍ ଭେଙ୍କେଟ ରତ୍ନ ପାତ୍ରଙ୍କ ବିବରଣୀ ପ୍ରଦାନ ପରେ ଗ୍ୟାନଗୁରୁ ଡଃ ଶାନ୍ତନୁ କୁମାର ରଥ ମହୋତ୍ସବର ପ୍ରତ୍ୟେକ ସୋପାନକୁ ସୁପରିଚାଳନା ଓ ଶୃଙ୍ଖଳାର ସହ କରାଯାଇ ପାରିବ ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ରାଜ୍ୟ ନାଟକ ଏକାଡେମୀ ପୁର୍ବତନ ଅଧ୍ୟକ୍ଷ ତଥା ନାଟ୍ୟ ନିର୍ଦ୍ଦେଶକ ମନ୍ମଥ କୁମାର ଶତପଥିଙ୍କ ଆଲୋଚନା ଓ ପର୍ଯ୍ୟାଲୋଚନାରେ ଘୁମୁସର ମାଟିର କଳା ଓ କିର୍ତ୍ତିକୁ କିପରି ସର୍ବୋଚ୍ଚ ସମ୍ମାନରେ ନିର୍ଭୁଲ ଭାବେ ପ୍ରଦର୍ଶିତ କରାଯାଇ ପାରିବ ଏବଂ ପୋଖତ କଳାକାରଙ୍କୁ ସମ୍ମାନିତ କରିବା ସହ “ମୁଁ ଚକରା କହୁଛି” ଓ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଉପରେ ଆଧାରିତ ଦୁଇଟି ନାଟକ ମଞ୍ଚସ୍ଥ କରାଯିବା ଓ କଣ୍ଢେଇ ନୃତ୍ୟ, ଡେରାବେଶ ପ୍ରମୁଖ ଲୋକକଳା ବିସ୍ମୃତ ଆଲୋକପାତ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା। ଆସନ୍ତା ଫେବୃୟାରୀ ୧୧/୧୨ ତାରିଖ ଦୁଇ ଦିନ ଧରି ସ୍ଥାନୀୟ କଳ୍ପନା ଛକ ଭଞ୍ଜ କଳା ମଣ୍ଡପ ଠାରେ ଘୁମୁସରର ସମସ୍ତ କଳା ଓ କଳାକୃତିକୁ ନେଇ ମହୋତ୍ସବ ଧୁମ୍ ଧାମରେ ପାଳନ କରିବାକୁ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା।
ଆହୁତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଓୟୁଏଟିର ପୁର୍ବତନ ମୁଖ୍ୟ ପରିଚାଳକ ଏସ୍. ପଶୁପାଳକ, ଲିଙ୍ଗରାଜ ଗୈଡ, ଡଃ ପ୍ରଭାକର ପଟ୍ଟନାୟକ, ଚନ୍ଦ୍ର ଶେଖର ମିଶ୍ର, ଆଇନଜୀବୀ ବିଶ୍ବନାଥ ପଟ୍ଟନାୟକ, ହର ପ୍ରସାଦ ଦାସ, ମହୋତ୍ସବର କୋଷାଧ୍ୟକ୍ଷ ଟି ତାରେଣି ପାତ୍ର, ଲକ୍ଷ୍ମଣ ପଣ୍ଡା, ସୁବାଷ ଚନ୍ଦ୍ର ପାତ୍ର, ଅଶୋକ କୁମାର ଦାସ, ପଦ୍ମନାଭ ନାୟକ, ପତିତ ପାବନ ନାୟକ, ଶିବ ଶଙ୍କର ନାୟକ, ସିମାଞ୍ଚଳ ପଣ୍ଡା, ଗଣେଶ ପ୍ରସାଦ ଦାସ, ସନ୍ତୋଷ କୁମାର ରଥ, ବିଦ୍ୟାଧର ଭଞ୍ଜ, ଅରୁଣ କୁମାର ପଣ୍ଡା, ଶିବ ଶଙ୍କର ହୋତା, ପାର୍ଥ ସାରଥି ସାମନ୍ତରା, ପ୍ରଶାନ୍ତ କୁମାର ବିଷୋୟୀ, ବିନାୟକ ନାୟକ, ବାଳକୃଷ୍ଣ ପଟ୍ଟନାୟକ ପ୍ରମୁଖ ଶତାଧିକ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଶେଷରେ ଲକ୍ଷ୍ମଣ ପଣ୍ଡା ଧନ୍ୟବାଦ ଅର୍ପଣ କରି ସଭାସଙ୍ଗ ଘୋଷଣା କରିଥିଲେ।












Leave a Reply