ଭୁବନେଶ୍ୱର // ଲେପ୍ରୋସି ମୁକ୍ତ ଭାରତ” ବିଷୟରେ ଏକ କାର୍ଯ୍ୟଶାଳା ସାସାକାୱା (Sasa Kawa) ଇଣ୍ଡିଆ ଲେପ୍ରୋସି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ହୋଇ ଯାଇଅଛି,VISWASS ଅନୁଷ୍ଠାନ ରେ

Spread the love

“ଲେପ୍ରୋସି ମୁକ୍ତ ଭାରତ” ବିଷୟରେ ଏକ କାର୍ଯ୍ୟଶାଳା ସାସାକାୱା (Sasa Kawa) ଇଣ୍ଡିଆ ଲେପ୍ରୋସି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ହୋଇ। ଯାଇଛି VISWASS ଅନୁଷ୍ଠାନ ରେ

ଭୁବନେଶ୍ଵର : ଦର୍ଶନ ସମୀକ୍ଷା

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଲେପ୍ରୋସି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି, ଶୀଘ୍ର ଚିହ୍ନଟ, ସଠିକ୍ ଚିକିତ୍ସା ଏବଂ ରୋଗ ସମ୍ପର୍କିତ ଅପବାଦ ଦୂର କରିବା।
ଶ୍ରୀ ପ୍ରମିତ୍ ନାଗ, ଆଞ୍ଚଳିକ ପ୍ରବନ୍ଧକ, ସାସାକାୱା ଇଣ୍ଡିଆ ଲେପ୍ରୋସି ଫାଉଣ୍ଡେସନ, ସଭାକୁ ସମ୍ବୋଧନ କରି ଭାରତରେ ଲେପ୍ରୋସି ରୋଗର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଏକ ତଥ୍ୟବହୁଳ ଆଲୋଚନା ପ୍ରଦାନ କରିଥିଲେ। ସେ ଶୀଘ୍ର ରୋଗ ଚିହ୍ନଟ, ସମ୍ପୂର୍ଣ୍ଣ ଚିକିତ୍ସା ଓ ସକ୍ରିୟ ସମୁଦାୟ ଅଂଶଗ୍ରହଣ ଦ୍ୱାରା ଲେପ୍ରୋସି ମୁକ୍ତ ଭାରତ ଲକ୍ଷ୍ୟ ପ୍ରାପ୍ତିର ଆବଶ୍ୟକତା ଉପରେ ଜୋର ଦେଇଥିଲେ।
ଏହି କାର୍ଯ୍ୟଶାଳା VISWASS ର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ଅତ୍ୟନ୍ତ ତଥ୍ୟପୂର୍ଣ୍ଣ ଓ ଲାଭଦାୟକ ସାବିତ ହୋଇଥିଲା।
କାର୍ଯ୍ୟକ୍ରମଟି ଧନ୍ୟବାଦ ଜ୍ଞାପନ (Vote of Thanks) ସହିତ ସମାପ୍ତ ହୋଇ, ପରେ VISWASS କଲେଜ ଅଫ୍ ନର୍ସିଂର ପ୍ରଧାନାଚାର୍ଯ୍ୟା ପ୍ରଫେସର ସତ୍ୟଭାମା ମିଶ୍ର ଦ୍ୱାରା ଉକ୍ତ ସମ୍ପଦ ବ୍ୟକ୍ତିଙ୍କୁ ସମ୍ମାନ ଓ କୃତଜ୍ଞତା ସ୍ୱରୂପ ସମ୍ମାନିତ କରାଯାଇ, କାର୍ଯ୍ୟକ୍ରମର ଏକ ଅର୍ଥପୂର୍ଣ୍ଣ ଓ ସଫଳ ସମାପନ ହୋଇଥିଲା।

Leave a Reply

Your email address will not be published. Required fields are marked *