କଥା ତ ଏତିକି ବାସ!!//ସେନା ମୁଖ୍ୟଙ୍କୁ କେବଳ ପ୍ରତିରକ୍ଷା ବିଷୟରେ କହିବା ଶୋଭା ପାଏ, ରାଜନୀତି କିମ୍ବା ଅର୍ଥନୀତି ବିଷୟରେ ନୁହେଁ-ତୁଷାର କାନ୍ତ ଶତପଥୀ ଭୁବନେଶ୍ଵର

Spread the love


“କଥା ତ ଏତିକି ବାସ

“ମୂଷାମାନଙ୍କର ଧାଇଁବା ପ୍ରତିଯୋଗିତାରେ 🐁 🐀 ପ୍ରଥମ ସ୍ଥାନରେ ରହି କପ୍ ପାଇଥିବାଟି ବି ମୂଷାଟିଏ rat 🐁।”

ତା୧୫.୦୧.୧୯୪୯ ରିଖରେ ପ୍ରଥମ ଭାରତୀୟ ଭାବେ ଜେନେରାଲ କେ.ଏମ୍. କାରିଆପ୍ପା ଭାରତୀୟ ସ୍ଥଳବାହିନୀର ମୂଖ୍ୟଋପେ ପଦଭାର ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ୧୯୮୬ ମସିହାରେ ତାଙ୍କୁ ଫିଲ୍ଡ ମାର୍ଶାଲ ସମ୍ମାନରେ ଭୂଷିତ କରାଯାଇଥିଲା।

ଜେନେରାଲ କାରିଆପ୍ପା ଓ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ମଧ୍ୟରେ ଘଟିଥିବା ଘଟଣାଟିଏ “ଭାରତୀୟ ଗଣତନ୍ତ୍ର ଏବଂ ସେନା ମଧ୍ୟରେ ଥିବା ସମ୍ପର୍କର ଏକ ଐତିହାସିକ ଉଦାହରଣ।”
………………………

ପୃଷ୍ଠଭୂମି:-

ସ୍ୱାଧୀନତା ପରେ ଭାରତର ଶାସନ ବ୍ୟବସ୍ଥା କିପରି ହେବ, ସେ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିଲା। ସେହି ସମୟରେ କିଛି ଲୋକ ମତ ଦେଉଥିଲେ ଯେ ନେହେରୁଙ୍କ ନେତୃତ୍ୱରେ ଗଣତାନ୍ତ୍ରିକ ବ୍ୟବସ୍ଥା ଅପେକ୍ଷା ସେନା ଶାସନ ଦେଶକୁ ଅଧିକ ଶୃଙ୍ଖଳିତ କରିପାରିବ।

କାରିଆପ୍ପାଙ୍କ ମନ୍ତବ୍ୟ ଓ ନେହେରୁଙ୍କ ପ୍ରତି ପ୍ରଶଂସା:-
………………………………………………..

ଜେନେରାଲ କାରିଆପ୍ପା (ପରେ ଫିଲ୍ଡ ମାର୍ଶାଲ ହୋଇଥିଲେ)ସର୍ବଦା ନେହେରୁଙ୍କ ଦୂରଦୃଷ୍ଟି ଏବଂ ଦେଶ ପ୍ରେମକୁ ସମ୍ମାନ କରୁଥିଲେ। ଥରେ ଏକ କାର୍ଯ୍ୟକ୍ରମରେ କାରିଆପ୍ପା ନେହେରୁଙ୍କ ଶାସନ ଶୈଳୀର ପ୍ରଶଂସା କରି କହିଥିଲେ ଯେ, “ନେହେରୁଙ୍କ ନେତୃତ୍ୱରେ ଦେଶ ଏକ ସଠିକ୍ ଦିଗରେ ଯାଉଛି।” ତେବେ, ଏହି ପ୍ରଶଂସା ପଛରେ ଏକ ରାଜନୈତିକ କାରଣ ମଧ୍ୟ ଥିଲା। ସେହି ସମୟରେ କିଛି ଲୋକ କାରିଆପ୍ପାଙ୍କୁ “ରାଜନୀତିରେ ପ୍ରବେଶ କରି ଦେଶର ଶାସନ ଭାର ସମ୍ଭାଳିବାକୁ” ଅନୁରୋଧ କରିଥିଲେ। କିନ୍ତୁ କାରିଆପ୍ପା ସ୍ପଷ୍ଟ କରିଥିଲେ ଯେ “ସେନା କେବେବି ରାଜନୀତିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ ଏବଂ ନେହେରୁଙ୍କ ପରି ଜଣେ ଦକ୍ଷ ବ୍ୟକ୍ତି ଦେଶ ଚଳାଇବା ପାଇଁ ଯୋଗ୍ୟ।”

ନେହେରୁଙ୍କ ଉତ୍ତର ଓ ତାତ୍ପର୍ଯ୍ୟ
……………………………

ନେହେରୁ କାରିଆପ୍ପାଙ୍କ ପ୍ରଶଂସାକୁ ସକାରାତ୍ମକ ଭାବେ ଗ୍ରହଣ କରିଥିଲେ ସତ, କିନ୍ତୁ ସେ ଜଣେ ସଚେତନ ଗଣତାନ୍ତ୍ରିକ ନେତା ଥିଲେ। ନେହେରୁ ଏବଂ କାରିଆପ୍ପାଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ନେହେରୁ ଦୁଇଟି ମୁଖ୍ୟ କଥା ସ୍ପଷ୍ଟ କରିଥିଲେ, ଯଥା:-
(୧)ସେନାର ଭୂମିକା: ନେହେରୁ ସ୍ପଷ୍ଟ କରିଥିଲେ ଯେ ଏକ ଗଣତାନ୍ତ୍ରିକ ଦେଶରେ ସେନା ସବୁବେଳେ ନିର୍ବାଚିତ ସରକାର (Civilian Authority) ର ଅଧୀନରେ ରହିବା ଆବଶ୍ୟକ,
(୨)ବ୍ୟକ୍ତିଗତ ସମ୍ମାନ: ନେହେରୁ ଜେନେରାଲ କାରିଆପ୍ପାଙ୍କୁ ବହୁତ ଭରସା କରୁଥିଲେ। ଯେତେବେଳେ କିଛି ଲୋକ ସେନା ବିଦ୍ରୋହର ଭୟ ଦେଖାଇଥିଲେ, ନେହେରୁ କହିଥିଲେ ଯେ “କାରିଆପ୍ପାଙ୍କ ପରି ଜଣେ ଦେଶପ୍ରେମୀ ସେନାଧ୍ୟକ୍ଷ ଥିବା ପର୍ଯ୍ୟନ୍ତ ଭାରତର ଗଣତନ୍ତ୍ର ସୁରକ୍ଷିତ।”
(୩)ଏକ ରୋଚକ ଘଟଣା:
ଥରେ କାରିଆପ୍ପା ଦେଶର ଅର୍ଥନୈତିକ ଅବସ୍ଥା ବିଷୟରେ ସାଧାରଣରେ କିଛି ପରାମର୍ଶ ଦେଇଥିଲେ। ସେତେବେଳେ ନେହେରୁ ତାଙ୍କୁ ଚିଠି ଲେଖି ମନେ ପକାଇ ଦେଇଥିଲେ ଯେ, “ସେନା ମୁଖ୍ୟଙ୍କୁ କେବଳ ପ୍ରତିରକ୍ଷା ବିଷୟରେ କହିବା ଶୋଭା ପାଏ, ରାଜନୀତି କିମ୍ବା ଅର୍ଥନୀତି ବିଷୟରେ ନୁହେଁ।” କାରିଆପ୍ପା ମଧ୍ୟ ଏହାକୁ ସମ୍ମାନର ସହ ଗ୍ରହଣ କରିଥିଲେ।
(୪)ନିଷ୍କର୍ଷ
କାରିଆପ୍ପାଙ୍କ ପ୍ରଶଂସା ନେହେରୁଙ୍କ ପାଇଁ ଏକ ବଡ଼ ସମର୍ଥନ ଥିଲା, କାରଣ ଏହା ଦର୍ଶାଉଥିଲା ଯେ ଭାରତୀୟ ସେନା ଦେଶର ସମ୍ବିଧାନ ଏବଂ ନିର୍ବାଚିତ ସରକାରଙ୍କ ପ୍ରତି ସମ୍ପୂର୍ଣ୍ଣ ଅନୁଗତ। ଏହି ପରମ୍ପରା ଯୋଗୁଁ ଆଜି ମଧ୍ୟ ଭାରତୀୟ ସେନା ବିଶ୍ୱର ସବୁଠାରୁ ଶୃଙ୍ଖଳିତ ଏବଂ ଅରାଜନୈତିକ ସେନା ଭାବେ ଜଣାଶୁଣା।
ଏହା ଆମ ଓଡ଼ିଆ ଲୋକକଥା,
“ଶାଠଘର ପିଲା ଶାଠ,ଭାଟଘର ପିଲା ଭାଟ” ବାବଦର ଉତ୍କୃଷ୍ଟ ଉଦାହରଣଟିଏ କି?
Just Asking to Know.

“ଆଜିର କଥା ବାସ୍ ଏତିକି।”

(ଆଜିର (୧୩.୦୧.୨୦୨୬) ଏହି ଲେଖାଟି KIMSର (ଡାକ୍ତରଖାନା)
୨୩୨୩ କ୍ୟାବିନରୁ, ସମୁଦାୟ ୩୫ ରୁ ୨୨ତମ ଇମ୍ୟୁନୋଥେରାପି ଇଞ୍ଜେକସନ ନେବାକୁ ଆସିଥିବା ଅବସରରେ।)

Leave a Reply

Your email address will not be published. Required fields are marked *