ପାରଳାଖେମୁଣ୍ଡି ସ୍ପେସଲ // ପାରଳା ପୌର ପରିଷଦ ପକ୍ଷରୁ ଆୟୋଜିତ ରାହଗିରିରେ ଝଲସି ଉଠିଲା ଗଜପତିର କଳା, ସଂସ୍କୃତି ପାରଳାଖେମୁଣ୍ଡି, ଓ ନବ ବିବାହିତା ପତ୍ନୀ ଙ୍କ ଝୁଲନ୍ତା ମୃତ ଦେହ (ତାରିଣୀ ପ୍ରସାଦ ପଣ୍ଡା ) ଦର୍ଶନ ସମୀକ୍ଷା

Spread the love

ପାରଳାଖେମୁଣ୍ଡି ସ୍ପେସଲ // ପାରଳା ପୌର ପରିଷଦ ପକ୍ଷରୁ ଆୟୋଜିତ ରାହଗିରିରେ ଝଲସି ଉଠିଲା ଗଜପତିର କଳା, ସଂସ୍କୃତି ପାରଳାଖେମୁଣ୍ଡି, 12/1(ତାରିଣୀ ପ୍ରସାଦ ପଣ୍ଡା ) ଦର୍ଶନ ସମୀକ୍ଷା

ଆଗାମୀ 18 ତାରିଖ ଦିନ ଗଜପତି ଜିଲ୍ଲାସ୍ତରୀୟ ଉତ୍ସବ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ବିଭିନ୍ନ ଆୟୋଜନ ଚାଲୁ ରହିଛି. ଗଜପତି ଉତ୍ସବ ପାଳନ ପୂର୍ବରୁ ରାହାଗିରି ଉତ୍ସବ ପାଳନ ହୁଏ. ପାରଳା ପୌର ପରିଷଦ ତରଫରୁ ସ୍ଥାନୀୟ ରାଜଦାଣ୍ଡରେ ମହାସମାରୋହରେ ରାହାଗିରି ଉତ୍ସବକୁ ପାଳନ କରାଯାଇଛି. ପାରଳା ରାଜପ୍ରାସାଦ ସମ୍ମୁଖସ୍ଥ ରାଜଦାଣ୍ଡରେ ଝଲସି ଉଠିଥିଲା ପାରଳା ମାଟିର କଳା, ସଂସ୍କୃତି ଓ ପରମ୍ପରା ପାଇକ ଆଖଡ଼ାର ଖଣ୍ଡା ସାଧନ, ଠେଙ୍ଗା ବୁଲା, ବକ୍ସି, ଟାଏକୋଣ୍ଡୋ, କରାଟେ, ଯୋଗ ପ୍ରଦର୍ଶନ ସହ ପାରମ୍ପରିକ ବାଦ୍ୟର ତାଳେତାଳେ ନାଚି ଉଠିଥିଲେ ଆଦିବାସୀ କଳାକାର ମହିଳାମାନଙ୍କ ସୁନ୍ଦର ଝୋଟି ସାରା ରାଜଦାଣ୍ଡକୁ ଚିତ୍ରପଟ୍ଟରେ ଭରି ଦେଇଥିଲା। ସ୍ଥାନେ ସ୍ଥାନେ ମଞ୍ଚରେ ଗୀତପରିବେଷଣ ସହ ଆଧୁନିକ ଓ ସମ୍ବଲପୁରୀ ନୃତ୍ୟ ସଭିଙ୍କୁ ବିଭୋର କରିଥିଲା। ରାହାଗିରିରେ ପାରଳା ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ,ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୋନନାଗା, ଉପଜିଲ୍ଲାପାଳ ଅନୁପ ପଣ୍ଡା, ଆଦିବାସୀ ଉନ୍ନୟନ ଅଧିକାରୀ ଅଂଶୁମାନ ମହାପାତ୍ର ଓ ତହସିଲଦାର ନାରାୟଣ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବିଭିନ୍ନ ବିଦ୍ୟାଳୟ ଓ ନୃତ୍ୟାନୁଷ୍ଠାନର କଳାକାରମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ । ଜିଲ୍ଲା ପ୍ରଶାସନର ବହୁ ପଦାଧିକାରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା, ସହରର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ହଜାର ହଜାର ଜନ ସାଧାରଣ ଏହି ରାହାଗିରି ଉତ୍ସବର ମଜା ଉଠାଇ ଥିଲେ.
ଗଜପତିରେ ନବବିବାହିତା ଗର୍ଭବତୀ ପତ୍ନୀଙ୍କ ଝୁଲନ୍ତା ମୃତଦେହ ମାମଲାରେ ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ ପାରଳାଖେମୁଣ୍ଡି, 12/1(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ନାମନଗଡ଼ ଗ୍ରାମରେ ନବବିବାହିତା ଗର୍ଭବତୀ ପତ୍ନୀଙ୍କ ଝୁଲନ୍ତା ମୃତଦେହ ମାମଲାରେ ହତ୍ୟା ଅଭିଯୋଗ ଯୋଗୁଁ ପୋଲିସ ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ନବବଧୂ ଅଶ୍ବିନୀ ଗମାଙ୍ଗ (୨୧)ଙ୍କୁ ସ୍ବାମୀ ଯଶୋବନ୍ତ ଗମାଙ୍ଗ ୯ ମାସ ତଳେ ବିବାହ କରିଥିଲେ। ବିବାହ ପରଠୁ ମଦ ପିଇ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଗତକାଲି ନିଶାସକ୍ତ ଅବସ୍ଥାରେ ଅଶ୍ଵିନୀଙ୍କୁ ମାଡ଼ ମାରିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ମୃତକଙ୍କ ବାପା ରୁବେନ ଗମାଙ୍ଗ ଏତଲାରେ ଦର୍ଶାଇଛନ୍ତି । ମୃତକଙ୍କ ପରିବାରର ଏହି ଏତଲା କ୍ରମେ କେସ୍ ନମ୍ବର ୨/୨୬ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି.ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସେରଙ୍ଗ ଥାନାଧିକାରୀ ପ୍ରମୋଦ ଖଣ୍ଡୁଆଳ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇଛନ୍ତି।

ପାରଳାରେ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ
ପାରଳାଖେମୁଣ୍ଡି, 12/1(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ପୁରୁଣା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ତଥା ଫରେଷ୍ଟ ଗେଟ୍ ନିକଟସ୍ଥ ପଡିଆ ଠାରେ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଗେପାଳ ସମାଜ ଓ ଶବର ସମାଜର ମିଳିତ ଭାବେ ଏକ ହିନ୍ଦୁ ଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ଵ ହିନ୍ଦୁ ପରିଷଦର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଲୋକନାଥ ମିଶ୍ର, ବାଳକୃଷ୍ଣ ଜେନ୍ନା, ମନୋଜ ଦାସ, ଜଗନ୍ନାଥ ମହାପାତ୍ର, ବିଭୁତି ଭୂଷଣ ରଥ, ବଜରଙ୍ଗ ଦଳର ରୋବିନ ସାହୁକାର, କୈଳାଶ ବିଶ୍ବାଳ, ନାଗେଶ୍ବର ମହାପାତ୍ର, ରାଧାମାଧବ ପାଣିଗ୍ରାହୀ ପ୍ରମୁଖଙ୍କ ନେତୃତ୍ଵରେ ଏହି ହିନ୍ଦୁ ଜାଗରଣ ସଭା ଆୟୋଜିତ ହୋଇଥିବା ବେଳେ ସ୍ଥାନୀୟ ଗାୟତ୍ରୀ ପରିବାର ପକ୍ଷରୁ ଏକ କୁଣ୍ଡିୟ ଜଜ୍ଞ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ସମସ୍ତ ସମାଜ ଓ ପରିଷଦର ସଦସ୍ଯ ମାନେ ଶାନ୍ତିଶୃଙ୍ଖଳା ର ସହିତ ବିଭିନ୍ନ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ପ୍ରାୟ ସହସ୍ରାଧିକ ଲୋକ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହନ୍ତ ପ୍ରୀୟଚରଣ ମହାରାଜ, ମହନ୍ତ ନୃସିଂହଚରଣ ମହାରାଜ, ମାର୍ଗଦର୍ଶକ ରବିନାରାୟଣ ସୁବୁଦ୍ଧି ମଞ୍ଚାସୀନ ଅତିଥି ରୁପେ ଉପସ୍ଥିତ ହୋଇ ହିନ୍ଦୁଙ୍କ ଜାଗରଣ ପାଇଁ ପାଞ୍ଚଟି ବିଭାଗ ଯଥା ପରିବେଶ, ସ୍ବଦେଶୀ, ନାଗରିକ କର୍ତ୍ତବ୍ଯ, ପରିବାର ପ୍ରବୋଧନ, ସାମାଜିକ ସମାନତା ପାଇଁ ଜାଗରଣ ରୁପକ ବକ୍ତବ୍ଯ ରଖିଥିଲେ ।
ଗଜପତି ଜିଲ୍ଲା ଆଇଏନଟିୟୁସିର ସଭାପତି ହେଲେ ସୁକାନ୍ତ ପଣ୍ଡା ପାରଳାଖେମୁଣ୍ଡି, 12/1(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାର ଜଣେ ଦକ୍ଷ ଶ୍ରମିକ ସଂଗଠକ ତଥା ପାରଳାଖେମୁଣ୍ଡି ଟିପିଏସଓଡିଏଲରେ କାର୍ଯ୍ୟରତ ସୁକାନ୍ତ କୁମାର ପଣ୍ଡା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (ଆଇଏନଟିୟୁସି)ର ଗଜପତି ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଛନ୍ତି। ଏନେଇ ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ସୂଚନା ଦେଇଛନ୍ତି। ଖୁବ୍ ଶୀଘ୍ର ଜିଲ୍ଲା କମିଟିର ସଦସ୍ୟ ନାଁ ସୁପାରିସ କରି ପଠାଇବାକୁ ସୁକାନ୍ତ କୁମାର ପଣ୍ଡାଙ୍କୁ ନିର୍ଦ୍ଦେଶ ଆସିଥିବା ସେ ଜଣାଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ସୁକାନ୍ତ କୁମାର ପଣ୍ଡା ଟିପିଏସଓଡିଏଲ (ଟାଟା ପାୱାର)ର ଗଜପତି ଡିଭିଜନାଲ ସେକ୍ରେଟାରୀ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ସହ ଶ୍ରମିକ କର୍ମଚାରୀଙ୍କ ନାର୍ଯ୍ୟ ଦାବି ହାସଲ ନିମନ୍ତେ ଲଢେଇ ଜାରି ରଖିଛନ୍ତି। ଶ୍ରୀ ପଣ୍ଡା ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଗଜପତି ଜିଲ୍ଲା ସଭାପତି ମନୋନୀତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *