Spread the love

କପିଳମୁନି ହାଇସ୍କୁଲ ୧୯୮୧ ବ୍ୟାଚର ବନ୍ଧୁମିଳନ ଉତ୍ସବ

ଭୁବନେଶ୍ୱର,୧୧|୦୧ : (ଦର୍ଶନ ସମୀକ୍ଷା) କପିଳମୁନି ହାଇସ୍କୁଲ, ପିକାରାଳୀ, କେନ୍ଦ୍ରାପଡ଼ା, ୧୯୮୧ ମସିହା ବ୍ୟାଚର ବନ୍ଧୁମିଳନ ଉତ୍ସବ ଆଜି ଭୁବନେଶ୍ୱରସ୍ଥିତ ଜୟଦେବ ବାଟିକା ଠାରେ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ୧୯୮୧ ବ୍ୟାଚର ନବଘନ ମହାରଣା, ଅଶୋକ ଦାସ, ଇନ୍ଦ୍ରମଣି ସିଂ, ତ୍ରିଲୋଚନ ବେହେରା, ଅଭିରାମ ବେହେରା, ତ୍ରିଲୋଚନ ସାହୁ, ଧନେଶ୍ୱର ପରିଡା,ପ୍ରମୋଦ ବେହେରା, ଚିତ୍ତରଞ୍ଜନ ମହାପାତ୍ର, ପ୍ରମୋଦ ପ୍ରଧାନ, ପରୀକ୍ଷିତ ବେହେରା, ଆର୍ତ୍ତଚନ୍ଦ୍ର ଖଟୁଆ, ବିଷ୍ଣୁଚରଣ ବେହେରା, ପ୍ରଶାନ୍ତ ମହାରଣା, ନରହରି ବେହେରା, ଜ୍ୟୋସ୍ନାମୟୀ, କଲ୍ୟାଣୀ, ସବିତା, ଭଗବତୀ ଙ୍କ ସମେତ ମୋଟ ୪୨ଜଣ ସାଥୀ ଯୋଗ ଦେଇଥିଲେ। ଏହି ବନ୍ଧୁ ମିଳନ ଉତ୍ସବରେ ବିଶିଷ୍ଟ କର୍ମଚାରୀ ନେତା ନଟବର ଆଚାର୍ଯ୍ୟ ଓ ପ୍ରଭାତ କୁମାର ପରିଡାଙ୍କ ଉପସ୍ଥିତି ସମାରୋହକୁ ଅଧିକ ଉତ୍ସାହମୟ କରିଥିଲା I
ଏହି ଅବସରରେ ସ୍କିଟ୍, ଅନ୍ତାକ୍ଷରୀ ଓ କମେଡି ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହା ସମସ୍ତଙ୍କୁ ଆନନ୍ଦିତ କରିଥିଲା। ଶେଷରେ ବ୍ୟାଚ ତରଫରୁ ନବଘନ ମହାରଣା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ I

Leave a Reply

Your email address will not be published. Required fields are marked *