Spread the love

ଖଲ୍ଲିକୋଟ :ରାମଚନ୍ଦ୍ର ମର୍ଦରାଜ ସ୍ମାରକୀ ମହିଳା କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ |
ଖଲ୍ଲିକୋଟ 11/1 (ଦର୍ଶନ ସମୀକ୍ଷା)

ଖଲ୍ଲିକୋଟ ରାଜା ସାହେବ ରାମଚନ୍ଦ୍ର ମର୍ଦରାଜ ଙ୍କ 126 ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଖଲ୍ଲିକୋଟ ଆର ସି ସି ଏମ କଲେଜ ଷ୍ଟାଡିଅମ ରେ ଏକ ଦିବାସୀୟ ମହିଳା କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି | କେ ସି ଟ୍ରଷ୍ଟ ଓ ମର୍ଦରାଜ ସାଂସ୍କୃତିକ ପରିଷଦ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ମହିଳା କ୍ରିକେଟ ଟୁର୍ନାମେଣ୍ଟ କୁ ଖଲ୍ଲିକୋଟ ବିଧାୟକ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |

Oplus_131072

ଖଲ୍ଲିକୋଟ ସାଂସ୍କୃତିକ ପରିଷଦ ର ସଭାପତି ଡାକ୍ତର ସଂକେତ ରାଓ ଓ ସମ୍ପାଦକ ସୁଧାଂଶୁ ଶେଖର ସାହୁ ଓ ଆର ସି ଏମ କଲେଜ ଅଧକ୍ଷ ଡ଼ଃ ସୁରେନ୍ଦ୍ର ନାଥ ସ୍ୱାଇଁ ଉପ ସଭାପତି ଡ଼ଃ ପ୍ରକାଶ କୁମାର ମିଶ୍ର ପୂର୍ବତନ ରଣଜି ଟ୍ରଫି ବିଜେତା ସୁଶାନ୍ତ କୁମାର ରଥ ବି ସି ସି ଆଇ ଓଡିଶା ରଣଜି ଖେଳାଳି ମଧୁସ୍ମିତା ମହାପାତ୍ର,ନିବେଦିତା ପାଢ଼ୀ ଅର୍ଗାଣାଇଜ ପ୍ରେସିଡେଣ୍ଟ ଦି ଶିବାନନ୍ଦ ବର୍ମା

Oplus_131072

ଓ ସମ୍ପାଦକ ହେମନ୍ତ କୁମାର ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳା କ୍ରିକେଟ ଖେଳାଳି ମାନଙ୍କୁ ଉତ୍ସହ ଓ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ରଖି ଖେଳିବା ପାଇଁ ପରାମର୍ଶ ଦେଇଥିଲେ |

Oplus_131072

ଉକ୍ତ ଏକ ଦିବାସୀୟ କ୍ରିକେଟ ଖେଳ ପ୍ରତିଯୋଗିତା ରେ 22 ଜନ କ୍ରୀଡ଼ାବିତ ଯୋଗ ଦେଇ ଦୀର୍ଘ ଚାରିଘଣ୍ଟା ଧରି ଖେଳି ଥିଲେ |ଏହି ଖେଳ ଦେଖିବା ପାଇଁ ଯୁବକ ମାନଙ୍କ ମଧ୍ୟରେ ମଧ୍ୟ ରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥିଲା |ଖଲ୍ଲିକୋଟ ରୁ ମାଧବ ବେହେରା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *