Spread the love

ସି.ପି.ଆଇ.(ଏମ୍) ପକ୍ଷରୁ
ଜନ-ଜୀବନ ର ୧୬ ଦଫା ଜ୍ୱଳନ୍ତ ଦାବି ଉପରେ
ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଗଣ ଧାରଣା

ଜୀବନ–ଜୀବିକା ସଙ୍କଟର ସମାଧାନ ପାଇଁ
ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ |

ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ମୁକ୍ତି ଦାବି କରି ପଟୁଆର

ଭୁବନେଶ୍ୱର, ତାରିଖ:୦୯.୦୧.୨୦୨୬

ଓଡ଼ିଶାରେ ବଢୁଥିବା ଭୟାବହ ମୂଲ୍ୟବୃଦ୍ଧି,ବ୍ୟାପକ ବେରୋଜଗାରୀ, କୃଷି ସଙ୍କଟ, ଶ୍ରମିକ–କୃଷକ ବିରୋଧୀ ନୀତି, ଆଦିବାସୀ ଜମି ଉପରେ ଆକ୍ରମଣ, ମହିଳା ଓ ଦଳିତଙ୍କ ଉପରେ ବଢୁଥିବା ହିଂସା, ସାର୍ବଜନୀନ ଶିକ୍ଷା–ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅବକ୍ଷୟ ବିରୋଧରେ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) – ସି.ପି.ଆଇ.(ଏମ୍), ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ଭୁବନେଶ୍ୱର ଗାନ୍ଧୀମାର୍ଗ ଠାରେ ଏକ ରାଜ୍ୟସ୍ତରୀୟ ଗଣ ଧାରଣା ଆୟୋଜିତ ହୋଇଥିଲା।

ଏହି ରାଜ୍ୟସ୍ତରୀୟ ଧାରଣା ରେ ସି.ପି.ଆଇ.(ଏମ୍)ର ବରିଷ୍ଠ ନେତା ଜନାର୍ଦ୍ଦନ ପତି ଅଧ୍ୟକ୍ଷତା କରିଥିଲେ। ଧାରଣାକୁ ଉଦବୋଧନ ଦେଇ ସି.ପି.ଆଇ.(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପଣିଗ୍ରାହୀ କହିଥିଲେ ଯେ, କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର କର୍ପୋରେଟ୍ ଓ ଅତି ଧନୀକ ବର୍ଗର ସ୍ୱାର୍ଥରେ ନିତୀ ପ୍ରଣୟନ କରି ସାଧାରଣ ଲୋକଙ୍କୁ ଦାରିଦ୍ର୍ୟ, ବେରୋଜଗାରୀ, ମୂଲ୍ୟବୃଦ୍ଧି ଓ ସୁରକ୍ଷାହୀନତା ଭିତରକୁ ଠେଲିଦେଉଛିନ୍ତି।

ଧାରଣାରେ ସି.ପି.ଆଇ.(ଏମ୍) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ମହାନ୍ତି, ଜମେଶ୍ୱର ସାମନ୍ତରାୟ,ସନ୍ତୋଷ ଦାସ, ଅଳି କିଶୋର ପଟ୍ଟନାୟକ, ପୁଷ୍ପା ଦାଶ, ଦୁଷ୍ମନ୍ତ କୁମାର ଦାସ, ଶିଶିର ହୁଇ, ବଦ୍ରୀନାରାୟଣ ଦାଶ ଏବଂ ଭୁବନେଶ୍ୱର ଆଞ୍ଚଳିକ କମିଟି ସମ୍ପାଦକ ପ୍ରଦୀପ୍ତ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ଧାରଣାର ପ୍ରମୁଖ ଓ ଜ୍ୱଳନ୍ତ ମଧ୍ୟ ରେ
ଶ୍ରମିକ ବିରୋଧୀ ୪ଟି ନୂଆ ଶ୍ରମ କୋଡ଼ ସମ୍ପୂର୍ଣ୍ଣ ରଦ୍ଦ, ସମସ୍ତ ଶ୍ରମିକଙ୍କୁ ମାସିକ ୨୬,୦୦୦/ ନ୍ୟୂନତମ ମଜୁରୀ ଓ ସାମାଜିକ ସୁରକ୍ଷା,
ବେରୋଜଗାରୀ ଓ ମୂଲ୍ୟବୃଦ୍ଧି ତୁରନ୍ତ ନିୟନ୍ତ୍ରଣ, ଯୁବକଙ୍କ ପାଇଁ ସ୍ଥାୟୀ ଚାକିରି ସୃଷ୍ଟି,
ଏମ.ଜି.ଏନ.ଆର.ଇ.ଜି.ଏ.କୁ ମଜବୁତ କରି ବର୍ଷକୁ ୨୦୦ ଦିନର କାମ ଓ ଦିନକୁ ୭୦୦/ଟଙ୍କା ମଜୁରୀ, ଭି. ବି. ଜି.ରାମ୍ .ଜି. ଆଇନ–୨୦୨୫ ପ୍ରତ୍ୟାହାର,

Oplus_131072

ଧାନ କିଣାରେ ଅରାଜକତା ଓ ଦୁର୍ନୀତି ବନ୍ଦ, ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ଆଇନଗତ ଗ୍ୟାରେଣ୍ଟି ,ଚାଷୀଙ୍କୁ ସଠିକ ସମୟରେ ଦେୟ ପ୍ରଦାନ,ଟାଟା ପାୱାରର ବିଦ୍ୟୁତ୍ ଲୁଟ୍ ବନ୍ଦ, ବାଧ୍ୟତାମୂଳକ ସ୍ମାର୍ଟ ମିଟର ବାତିଲ, ଘରୋଇ ଗ୍ରାହକଙ୍କୁ 300 ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବା, ପ୍ରଦ୍ୟୁଷଣ ନିୟନ୍ତ୍ରଣ ସାର୍ଟିଫିକେଟ ନାମରେ ଲୋକଙ୍କୁ ଜୁଲୁମ୍ କରିବା ନିତୀ ପ୍ରତ୍ୟାହାର କରିବା,ଆଦିବାସୀ ଜମି ଉପରେ ବୁଲଡୋଜର ନୀତି ବନ୍ଦ, ଜଙ୍ଗଲ ଅଧିକାର ଆଇନ, ପେସା, ଜମି ହସ୍ତାନ୍ତର କଟକଣା, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନ ଇତ୍ୟାଦି ଆଦିବାସୀଙ୍କ ସପକ୍ଷ ରେ ଲାଗୁ କରିବା ଏବଂ ମାଲକାନଗିରି ଭୂମି ସମସ୍ୟାର ତୁରନ୍ତ ସମାଧାନ ପାଇଁ
ସି ପି ଆଇ (ଏମ୍) ତରଫ ରୁ ଦାବି କରାଯାଇଛି।

ଶିଶୁ,ମହିଳା, ନାବାଳିକା, ଦଳିତ ଓ ସଂଖ୍ୟାଲଘୁଙ୍କ ଉପରେ ହିଂସା ବନ୍ଦ, ସମସ୍ତ ଘଟଣା ର ଉଚ୍ଚସ୍ତରୀୟ ତଦନ୍ତ ଓ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ,
ସହରାଞ୍ଚଳରେ ବସ୍ତି ଉଚ୍ଛେଦ ବନ୍ଦ,ସମସ୍ତ ବିସ୍ଥାପିତଙ୍କୁ ମର୍ଯ୍ୟାଦାଜନକ ଥଇଥାନ,କେ ୱା ଇ ସି ନାମରେ ରାସନ କାର୍ଡ ବାତିଲ ବନ୍ଦ, ସମସ୍ତ ଯୋଗ୍ୟ ପରିବାରକୁ ରାସନ କାର୍ଡ ପୁନର୍ବାହାଲ କରିବା,
ସାର୍ବଜନୀନ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ଼ କରିବା,ଶିକ୍ଷକ, ଡାକ୍ତର, ନର୍ସ ଓ ଔଷଧ ଅଭାବ ଦୂର କରିବା ପାଇଁ ସୁନିଶ୍ଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରାଯାଇଛି।

ସି ପି ଆଇ (ଏମ୍) ତରଫରୁ ଭେନେଜୁଏଲା ପ୍ରତି ସଂହତି ପ୍ରକାଶ କରାଯାଇଛି । ଧାରଣା ପୂର୍ବରୁ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍‌ଙ୍କ ତୁରନ୍ତ ମୁକ୍ତି ଦାବିରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା ଏବଂ ଟ୍ରମ୍ପ ନେତୃତ୍ୱାଧୀନ ସାମ୍ରାଜ୍ୟବାଦୀ ଆକ୍ରମଣ ବିରୋଧରେ ତୀବ୍ର ପ୍ରତିବାଦ କରାଯାଇଥିଲା।

ସି.ପି.ଆଇ.(ଏମ୍) ସରକାରଙ୍କୁ ଚେତାବନୀ ଦେଇ କହିଛି ଯେ ଯଦି ଲୋକଙ୍କର ଏହି ଜ୍ୱଳନ୍ତ ଦାବିଗୁଡ଼ିକୁ ତୁରନ୍ତ ସମାଧାନ ନ କରାଯାଏ ତେବେ ରାଜ୍ୟବ୍ୟାପୀ ଜନଆନ୍ଦୋଳନ ଆହୁରି ତୀବ୍ରତର କରାଯିବ। ଧାରଣାରେ ଶ୍ରମିକ, କୃଷକ, କୃଷି ଶ୍ରମିକ, ମହିଳା, ଯୁବକ–ଛାତ୍ର, ଆଦିବାସୀ, ଦଳିତ, ସଂଖ୍ୟାଲଘୁ ଓ ସହର–ଗ୍ରାମୀଣ ଗରିବ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ।

         ସୁରେଶ ଚନ୍ଦ୍ର ପାଣିଗ୍ରାହୀ 
         ସମ୍ପାଦକ
         ଭାରତର କମ୍ୟୁନିଷ୍ଟ ପାର୍ଟି ( ମାର୍କ୍ସବାଦୀ)
         ଓଡ଼ିଶା ରାଜ୍ୟ କମିଟି
         ଭୁବନେଶ୍ୱର
         ତାରିଖ:୦୯.୦୧.୨୦୨୬

Leave a Reply

Your email address will not be published. Required fields are marked *