ଧଉଳି ଶାନ୍ତି ସ୍ତୂପ ନିକଟରୁ ଅବୈଧ ଦଖଲ ହଟାଇବାକୁ ସରକାରୀ ନିର୍ଦ୍ଦେଶ
ଭୁବନେଶ୍ୱର, (ଦର୍ଶନସମୀକ୍ଷା)
ଧଉଳି ଶାନ୍ତି ସ୍ତୂପ (ପୀସ୍ ପାଗୋଡା) ର ପ୍ରବେଶପଥ ଓ ପାଦଦେଶ ଅଞ୍ଚଳରେ ଥିବା ଅବୈଧ ଦଖଲ ହଟାଇବା ପାଇଁ ଓଡ଼ିଶା ସରକାର ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ପର୍ଯ୍ୟଟନ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ଆଧିକାରିକ ପତ୍ରରେ ଅତିରିକ୍ତ ସଚିବ ଶ୍ରୀ ସରୋଜ କୁମାର ସ୍ୱାଇଁ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲା ଦଣ୍ଡାଧିକାରୀଙ୍କୁ ଆଇନ ଅନୁଯାୟୀ ଆବଶ୍ୟକ ଓ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି।
କଳିଙ୍ଗ ନିପ୍ପୋନ ବୁଦ୍ଧ ସଂଘ, ଭୁବନେଶ୍ୱରର ବିକାଶ ସମନ୍ୱୟକ ଶ୍ରୀ ରବି ମୋହାରଣାଙ୍କ ପକ୍ଷରୁ ଦାଖଲ ହୋଇଥିବା ଉନୟନ ଯୋଜନା ଆଧାରରେ ଏହି ପଦକ୍ଷେପ ନିଆଯାଇଛି।
ସରକାର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଆଇନଗତ ପ୍ରକ୍ରିୟା ଅନୁସାରେ ଦଖଲ ହଟାଇବା କାର୍ଯ୍ୟ କରାଯିବ ଏବଂ ଏହା ସମ୍ପର୍କରେ ପର୍ଯ୍ୟଟନ ବିଭାଗକୁ ଅବଗତ କରାଯିବ। ଏହି ଆଦେଶର ନକଲ ଖୋର୍ଦ୍ଧା ପର୍ଯ୍ୟଟନ ବିକାଶ ଅଧିକାରୀ ଓ ଅଭିଯୋଗକାରୀଙ୍କୁ ମଧ୍ୟ ପଠାଯାଇଛି।
ଏହି ପଦକ୍ଷେପ ଧଉଳି ଶାନ୍ତି ସ୍ତୂପର ପବିତ୍ରତା ରକ୍ଷା ସହ ପର୍ଯ୍ୟଟକମାନଙ୍କ ପାଇଁ ସୁବିଧାଜନକ ପ୍ରବେଶ ନିଶ୍ଚିତ କରିବା ଲକ୍ଷ୍ୟରେ ନିଆଯାଇଛି।












Leave a Reply