ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ବାଲିମେଳାର ବିଭିନ୍ନ ମେଡ଼ିସିନ ଦୋକାନରେ ଚଢ଼ାଉ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ମେଡିସିନ ଦୋକାନ ଗୁଡିକ ଉପରେବୁଧବାର ସକାଳେ ଡ୍ରଗ୍ସ ବିଭାଗ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉକରାଯାଇଛି ।ବାଲିମେଳାରେ ଥିବା ବିଭିନ୍ନ ମେଡିସିନ ଦୋକାନ ଉପରକୁ ଅତର୍କିତ ଚଢ଼ାଉ କରିଥିଲେ ଡ୍ରଗ୍ସ ବିଭାଗ। ଡ୍ରଗ୍ସ ବିଭାଗ ତରଫରୁ କୋରାପୁଟର ଆସିଷ୍ଟାଣ୍ଡ ଡ୍ରଗ୍ସ କଂଟ୍ରୋଲର ପ୍ରୀୟ ରଞ୍ଜନ ନାୟକ ମାଲକାନଗିରି ଜିଲ୍ଲା ଡ୍ରଗ୍ସ ଇନ୍ସପେକ୍ଟର ପ୍ରବୀଣ କୁମାର ଜାନୀ ଓ ତାଙ୍କ ସହ କର୍ମଚାରୀମାନେ ଏହି ଚଢ଼ାଉ ସାମିଲ ହୋଇଥିଲେ।ଡ୍ରଗ୍ସ କଂଟ୍ରୋଲର ନାୟକଙ୍କ କହିବା ଅନୁଯାୟୀ ବାଲିମେଳା ସହରରେ ମୋଟ ୯ଟି ଲାଇସେନ୍ସ ପ୍ରାପ୍ତ ମେଡିସିନ ଦୋକାନ ଅଛି।ସେଥି ମଧ୍ୟରୁ ଆମେ କେବେଳ ୫ଟି ଦୋକାନରେ ଯାଞ୍ଚ କରିଥିଲୁ ।୪ଟି ଦୋକାନ ବନ୍ଦ ଥିଲା।ତେବେ ଯାଞ୍ଚ କରାଯାଇଥିବା ୫ଟି ଦୋକାନ ମଧ୍ୟରୁ ୪ଟି ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ବିନା ଡାକ୍ତରଙ୍କ ପ୍ରେସିକିସନରେ ଗର୍ଭ ନିରୋଧକ ଔଷଧ ବିକ୍ରି କରୁଛନ୍ତି।ସେହି ଦୋକାନୀ ମାନଙ୍କୁ ବିଭାଗ ପକ୍ଷରୁ ନୋଟିସ ପ୍ରଦାନ କରାଯାଇଛି।ଆଗାମି ଦିନରେ ଯଦି ଏପରି ଘଟଣା ଘଟେ ତେବେ ଉକ୍ତ ଦୋକାନୀ ମାନଙ୍କର ଲାଇସେନ୍ସ ରଦ୍ଦ କରଯିବ ବୋଲି ଡ୍ରଗ୍ସ କଂଟ୍ରୋଲର ନାୟକ କହିଛନ୍ତି।












Leave a Reply