Spread the love

ମିଡିଆ କ୍ଲବ ର ସମୀକ୍ଷା ବୈଠକ …..

ରାଉରକେଲା: (ଦର୍ଶନ ସମୀକ୍ଷା)

ମିଡିଆ କ୍ଲବ, ରାଉରକେଲା ତରଫରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠାନର ମୁଖ୍ୟ ଡ ପୀତବାସ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପଶ୍ଚିମାଞ୍ଚଳ ର କାର୍ଯ୍ୟକାରୀ ସମ୍ପାଦକ ବୈଦ୍ୟନାଥ ମିଶ୍ର, ସମ୍ପାଦିକା ସୁରମା ମିଶ୍ର, ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ ଓ କ୍ଲବର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ସମୟରେ ସାମ୍ବାଦିକ ଓ ସମାଜ ପତ୍ରର ଭୂମିକା ସହ କ୍ଲବର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ମୁଖ୍ୟ ଆଲୋଚକ ଶ୍ରୀ ମିଶ୍ର ସମ୍ବାଦପତ୍ର ଗୁଡିକ ତଥା ସାମ୍ବାଦିକ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ସାମ୍ବାଦିକ ଶ୍ରୀ ରାଉତ ସାମ୍ବାଦିକ ମାନଙ୍କ ମଧ୍ୟରେ ଐକ୍ୟବଦ୍ଧତା ବଜାୟ ରଖିବାକୁ ଗୁରୁତ୍ୱାରୋପ କରିଥିବା ବେଳେ କ୍ଲବ ର ସମ୍ପାଦକ ଶ୍ରୀ ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଆଗାମୀ ଦିନ ପାଇଁ କ୍ଲବ ତରଫରୁ ନିଆଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟତମ ସମୀକ୍ଷକ ଶ୍ରୀମତୀ ମିଶ୍ର ସମ୍ବାଦପତ୍ର ଗୁଡ଼ିକ ସମ୍ମୁଖିନ ହେଉଥିବା ସମସ୍ୟା ଓ ଏହାର ନିରାକରଣ ନେଇ ସୁଚିନ୍ତିତ ମତାମତ ରଖିଥିଲେ। ଆବାହକ ଡ ମିଶ୍ର ନୂତନ ବର୍ଷର ଶୁଭକାମନା ସହ ବିଭିନ୍ନ ସମସ୍ୟା ଓ ସାମ୍ବାଦିକଙ୍କ ମଧ୍ୟରେ ଭାଇଚାରା ତଥା ବିଭିନ୍ନ ସମସ୍ୟାର ସମ୍ମିଳିତ ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଥିଲେ। ଶେଷରେ ଉମେଶ ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବାର୍ଷିକୋତ୍ସବ ର ଆୟବ୍ୟୟ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ପ୍ରଧାନ,ରବି ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *