ଡକ୍ଟର ବିଧାନ ମିଶ୍ର ଜଣେ ମକୁଟ ବିହୀନ ସମ୍ରାଟ ଥିଲେ
ଆଜ ତା 6/1/26ରିଖ ( ଦର୍ଶନ ସମୀକ୍ଷା )
ଆଜି ବୁଧବାର ଦିବା 12 ଘଟିକାରେ ମୁକ୍ତଦେଇପୂର୍ ଶାସନ କୃଷ୍ଣଚନ୍ଦ୍ର ଭବନ ଠାରେ ଡକ୍ଟର ବିଧାନ ଚନ୍ଦ୍ର ମିଶ୍ର ଙ୍କର ନବମ ଶ୍ରାଦ୍ଧ ଦିବସରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି l ଏହି ସଭାରେ ଡକ୍ତର ବିଧାନ ମିଶ୍ର ସ୍ମୁତି ପରିଷଦ ର ସଭାପତି ବିଶିଷ୍ଟ ସମବାୟବିତ୍ ସୁକାନ୍ତ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ l ପ୍ରଥମେ ସ୍ବର୍ଗତ ଆତ୍ମା ର ଶାନ୍ତି ନିମନ୍ତେ ଦୁଇ ମିନିଟ ନୀରବ ପାର୍ଥାନା କରାଯାଇଥିଲା l ବୈଠକରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷl ଶ୍ରୀମତୀ ଅର୍ଚ୍ଚନା ପୁହାଣ ସ୍ବର୍ଗତ ମିଶ୍ର ଜଣେ ଜ୍ଞାନୀ ଗୁଣି ମଣିଷ ଥିଲେ ସାତଟି ବିଷୟ ରେ ସ୍ନାତକୋତ୍ତର ଓ ଡକ୍ଟରଟେ କରି ମଧ୍ୟ ତାଙ୍କ ମନରେ ସାମାନ୍ୟ ଗର୍ବ ନଥିଲା ଜଣେ ସାହିତ୍ୟିକ ଲେଖକ କବି ବରିଷ୍ଟ ଆଡଭୋକେଟ ପ୍ରବକ୍ତା ଓ ବିଶିଷ୍ଟ ରାଜନେତା ଭାବରେ ସାରା ଓଡ଼ିଶା ରେ ତାଙ୍କର ସୁନାମ ରହିଥିଲା l ଢେଙ୍କାନାଳ ଜନସାଧାରଣଓ ଜିଲ୍ଲାର ଉନ୍ନତି ପାଇଁ ସେ ସବୁବେଳେ ଲଢେଇ ଜାରି ରଖିଥିଲେ।l ସମସ୍ତଙ୍କ ମୂରବୀ ଭାବରେ ଜିଲ୍ଲା ର ପ୍ରତେକ ସମସ୍ୟାର ସମାଧାନ ପାଇଁ ସେ ସବୁବେଳେ କାର୍ଯ୍ୟ କରୁଥିଲେ l ମକୁଟ ବିହୀନ ସମ୍ରାଟ ଭାବରେ ଆଜିବି ସ୍ବର୍ଗତ ମିଶ୍ର ସମସ୍ତଙ୍କ ହୃଦୟ ରେ ସ୍ଵତନ୍ତ୍ର ସ୍ଥାନ ଗ୍ରହଣ କରିଛନ୍ତି l ସଭାକୁ ଯୁବ କବି ବରିଷ୍ଟ ସାମ୍ବାଦିକ ଅଥୟ କୁମାର ସାହୁ ପରିଚାଳନା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଓକିଲ ସଂଘ ସଭାପତି ଗୋପାଳ ପାତ୍ର ଉପସଭାପତି ଟଙ୍କଧର ବେହେରା ଉପନଗରପାଳ ପ୍ରକାଶ କୁଅଁର କାଉଁଶିଲର ସନ୍ଦୀପ ଷଡ଼ଙ୍ଗୀ ସlଗିର ମହମ୍ମଦ ସୁଭଲକ୍ଷ୍ମି ସାହୁ ଛାତ୍ର ନେତା ସୁରଜ ମହାପାତ୍ର ବରିଷ୍ଟ ସାମ୍ବାଦିକ ପ୍ରଦିମ୍ନ ରଥ ରତନ ନାୟାର ଶିଶିର ଶତପଥୀ ବିନୋଦ ମହାନ୍ତି ଗଙ୍ଗାଧର ରାଉତ ବିଶିଷ୍ଟ ସମାଜ ସେବୀ ପ୍ରେମଶଙ୍କର ମିଶ୍ର ପ୍ରଭୁତି ସ୍ବର୍ଗତ ମିଶ୍ରଙ୍କ ସ୍ମୁତି ଚlରଣ କରିଥିଲେ l ସଭାରେ ଯୁବ ନେତା ରଞ୍ଜନ ନାୟକ ବୁବୁଲି ଧଳ ଆଡଭୋକେଟେ ଶିବସାଇ ମହାପାତ୍ର ଆଶୁତୋଷ କର ରାଜୁ ପାଣ୍ଡେ ସ୍ବର୍ଗତ ମିଶ୍ର ଙ୍କ ସହଧର୍ମିଣୀ ଶକୁନ୍ତଳା ମିଶ୍ର ନାତି ଇସାନ ଭରଦ୍ୱାଜ ଝିଅ ସ୍ବପ୍ନl ଆଚାର୍ଯ୍ୟ ପୁଅ ଦେବକନ୍ତ ମିଶ୍ର ଉପସ୍ଥିତ ଥିଲେ ପୁତ୍ର ଆଡଭୋକଟ ଦେବାଶିଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l












Leave a Reply