ପଲୁ୍ୟସନ ସାର୍ଟିଫିକେଟ ପ୍ରସଙ୍ଗରେ ବିଜୁ ଯୁବ ଛାତ୍ର ଜନତା ଦଳର ଆନ୍ଦୋଳନ ଡାକରା // ସରକାରଙ୍କ ତୋଗଲକି ନିଷ୍ପତ୍ତି ରାଜ୍ୟବାସୀଙ୍କୁ ଦହଗଞ୍ଜ କରୁଛି,ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ

Spread the love


ପଲୁ୍ୟସନ ସାର୍ଟିଫିକେଟ ପ୍ରସଙ୍ଗରେ ବିଜୁ ଯୁବ ଛାତ୍ର ଜନତା ଦଳର ଆନେ୍ଦାଳନ ଡାକରା
ଚାଲାଣ ଥିଲେ ପଲୁ୍ୟସନ ସାର୍ଟିଫିକେଟ ନ ମିଳିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ
ସରକାରଙ୍କ ତୋଗଲକି ନିଷ୍ପତ୍ତି ରାଜ୍ୟବାସୀଙ୍କୁ ଦହଗଞ୍ଜ କରୁଛି
ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ

ଭୁବନେଶ୍ୱର, ୦୭/୦୧/୨୦୨୬: ଦର୍ଶନ ସମୀକ୍ଷା

ରାଜ୍ୟରେ ଯାନବାହାନର ପଲୁ୍ୟସନ ସାର୍ଟିଫିକେଟକୁ ନେଇ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି, ଯାହାକୁ ନେଇ ସମଗ୍ର ରାଜ୍ୟବାସୀ ଦହଗଞ୍ଜର ଶିକାର ହେଉଛନ୍ତି । ସରକାରଙ୍କ ଏହି ଆକ୍ରୋଶମୂଳକ ପଦକ୍ଷେପକୁ ନେଇ ରାଜ୍ୟବାସୀଙ୍କ ମନରେ ସରକାରଙ୍କ ବିରୋଧରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ରାଜ୍ୟବାସୀଙ୍କ ଏହି ଅସନ୍ତୋଷକୁ ଦୂର କରିବା ଲକ୍ଷ୍ୟରେ ବିଜୁ ଯୁବ ଛାତ୍ର ଜନତା ଦଳ ଗୁରୁବାର ଠାରୁ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ।
ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଜାରି କରାଯାଇଥିବା ବିବୃତିରେ ଦଳର ଯୁବ ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି, ରାଜ୍ୟ ସରକାରଙ୍କ ଏହି ତୋଗଲକି ନିଷ୍ପତ୍ତି ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳ ଜାନୁଆରୀ ୮ ତାରିଖ ଦିନ ସକାଳ ୧୦ ଘଟିକାରେ ଆରଟିଓ-୧ ଭୁବନେଶ୍ୱର ଅଫିସ ସମ୍ମୁଖରେ ଏକ ବିଶାଳ ଗଣଧାରଣା କାର୍ଯ୍ୟକ୍ରମ ଆୟୋଜିତ ହେବ । ଚାଲାଣ ଥିଲେ ପଲୁ୍ୟସନ ସାର୍ଟିଫିକେଟ ନ ମିଳିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ । ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଏହି ଗଣଧାରଣା ଆୟୋଜିତ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ବିଜୁ ଯୁବ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଏହି ଆନେ୍ଦାଳନ କାର୍ଯ୍ୟ ଜାରି ରଖିବ । ରାଜ୍ୟ ସରକାର ଏହି ବେଆଇନ ନିଷ୍ପତ୍ତି ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଏହି ଆନେ୍ଦାଳନାତ୍ମକ କାର୍ଯ୍ୟକ୍ରମ ଜାରି ରହିବ ।
ରାଜ୍ୟବାସୀଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାରଙ୍କର ଏପରି ବେଆଇନ ନିଷ୍ପତ୍ତି ବିରୋଧରେ ଗୁରୁବାର ସକାଳେ ହେବାକୁ ଯାଉଥିବା ଗଣଧାରଣା କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ବହୁସଂଖ୍ୟାରେ ଯୋଗଦେବାକୁ ଶ୍ରୀ ଚିନ୍ମୟ ସାହୁ ଓ ଇପ୍ସିତା ସାହୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *