ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ; ଗଡ଼ିଲା ପାଣିପଞ୍ଚାୟତ ରଥ : ଜଳର ସର୍ବୋତ୍କୃଷ୍ଟ ବିନିଯୋଗ କରିବାକୁ ପରାମର୍ଶ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନସମୀକ୍ଷା)
ଚାଷୀମାନଙ୍କୁ ସଙ୍ଗଠିତ କରିବା ସହ ପାଣିପଞ୍ଚାୟତ ମାଧ୍ୟମରେ ସେମାନେ ଜଳସେଚନ ସୁବିଧା ପାଇ ଯେଭଳି ସ୍ୱାବଲମ୍ବୀ ହୋଇପାରିବେ, ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ଜଳ ସମ୍ପଦ ବିଭାଗ ତରଫରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ‘ପାଣି ପଞ୍ଚାୟତ ରଥ’ର ଶୁଭାରମ୍ଭ କରାଯାଇଛି।ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏବଂ ପୋଟେରୁ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ତୃପ କୁମାର ପାତ୍ରଙ୍କ ଉପସ୍ଥିତିରେ ଏହି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । ଯାହା ଏହି ପକ୍ଷରେ ବାଲିମେଳା ପୋଟେରୁ କେନାଲ ଡିଭିଜନ, ମାଲକାନଗିରି କ୍ଷୁଦ୍ର ଜଳସେଚନ ଓ ମେଗା ଲିଫ୍ଟ ପ୍ରକଳ୍ପ, ଚିତ୍ରକୋଣ୍ଡା ମାଟିବନ୍ଧ ବିଭାଜନ ଅନ୍ତର୍ଗତ ସତୀଗୁଡ଼ା ସବ୍ ଡିଭିଜନ ରେ ଏହି ରଥ ବୁଲି ଚାଷୀଙ୍କୁ ସଚେତନ କରିବ। ଚଳିତ ମାସ ୬ ରୁ ୧୩ ତାରିଖ ପର୍ଯ୍ୟନ୍ତ ମାଲକାନାଗିରି ଜିଲ୍ଲା ରେ ପାଣିପଞ୍ଚାୟତ ପକ୍ଷ ପାଳନ କରାଯାଉଛି।
ପ୍ରତ୍ୟେକ ବିଭାଜନରେ ଏହି ରଥ ବୁଲିବା ସହିତ ଜନସାଧାରଣ ମାନଙ୍କୁ ପାଣି ପଂଚାୟତର କାର୍ଯ୍ୟକାରିତା, ଉପାଦେୟତା ବିଷୟରେ ଅବଗତ କରାଇବା ସହିତ କୃଷିଜୀବୀଙ୍କ ଗୁଣାତ୍ମକ ମାନ ବୃଦ୍ଧି, ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ, ଜଳସେଚନ ପ୍ରଣାଳୀର ସୁପରିଚାଳନା ବିଷୟରେ ବୁଝାଇବାରେ ସହାୟକ ହେବ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପୋଟରୁ କେନାଲ ଡିଭିଜନ ଏସଇ,ଏମଭି-୭୯ କେନାଲ ଡିଭିଜନରୁ ସରୋଜ କୁମାର ସାହୁ, ମେଗା ଲିଫ୍ଟ ଡିଭିଜନ ରୁ ଇଇ ଅଭିମନ୍ୟୁ ପ୍ରଧାନ, ସତୀଗୁଡା ଜଳସେଚନ ପ୍ରକଳ୍ପ ଈଈ ଲଳିତ ମୋହନ ପ୍ରଧାନ, ଈଂ ଦିଲ୍ଲୀପ କୁମାର ଦଳ ବେହେରା, କାଡ୍ ଡିଭିଜନ ଯନ୍ତ୍ରୀ ସ୍ୱରୂପ ମାଝୀଙ୍କ ସମେତ ପୋଟେରୁ ଜଳସେଚନ ପ୍ରକଳ୍ପ, କୃଷି ଓ ଉଦ୍ୟାନ କୃଷି ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ସେହିପରି ଆଜି ବାଲିମେଳା ସରୁଲୁକଣ୍ଡା, ଏମଭି ୭୯, ମାଥିଲି ମେଗା ଲିଫ୍ଟ, କାଙ୍ଗୁରୁକଣ୍ଡା ଏମଆଇ ଓ ଚିତ୍ରକୋଣ୍ଡା ସତୀଗୁଡା ସବ୍ ଡିଭିଜନ ଠାରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି। ଏଥିରେ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।












Leave a Reply