Spread the love

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ଓ ଆଇସିଡିଏସ୍ ବିଭାଗର ସମନ୍ଵୟ ବୈଠକ

ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ଜିଲ୍ଲାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାଧନ କ୍ଷେତ୍ରରେ ସୁଧାର ଆଣିବା ଲକ୍ଷ୍ୟରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ଓ ଆଇସିଡିଏସ ବିଭାଗର ମିଳିତ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗର୍ଭବତୀ ମହିଳା ଓ ପ୍ରସୂତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ନବଜାତ ଶିଶୁଙ୍କ ଯତ୍ନ ଉପରେ ଗୁରୁତ୍ୱାରୋପ କରାଯାଇଛି I ଜିଲ୍ଲାପାଳ ପୁଷ୍ଟିସାଧନ ଓ ରକ୍ତହୀନତା ଦୂରୀକରଣ, ଗ୍ରାମ ସ୍ତରରେ ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସ ର ସଫଳ ପରିଚାଳନା ଏବଂ ଦୁର୍ଗମ ଗ୍ରାମାଞ୍ଚଳରେ ମା’ ଓ ଶିଶୁଙ୍କୁ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଦେବା ସହ ଜିଲ୍ଲାର ସେହି ଅଞ୍ଚଳରେ ଟୀକାକରଣ ଏବଂ ସ୍ୱାସ୍ଥ୍ୟ ସେବା ଯେପରି ଶେଷ ହିତାଧିକାରୀଙ୍କ ପାଖରେ ପହଞ୍ଚିବ, ତାହା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ମିଳିତ ମାଇକ୍ରୋ-ପ୍ଲାନ ପ୍ରସ୍ତୁତ କରିବା ସହ ନିୟମିତ କ୍ଷେତ୍ର ପରିଦର୍ଶନ କରି ଲୋକଙ୍କ ନିକଟରେ କିପରି ଉତ୍ତମ ଚିକିତ୍ସା ପହଂଚିବ ସେ ନେଇ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଜାତୀୟ ସ୍ଵାସ୍ଥ୍ୟ ମିଶନ, ମହିଳା ଏବଂ ଶିଶୁ ବିକାଶ ବିଭାଗର ବରିଷ୍ଠ ଅଧିକାରୀ, ଚିକିତ୍ସା ଅଧିକାରୀ ଓ ସିଡ଼ିପିଓ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *