ଗଜପତି ଜିଲ୍ଲାର ସମ୍ବାଦ // ପାରଳା ବିଧାୟକ ନୂତନ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଲେ ଓ ପ୍ରେମସମ୍ପର୍କରୁ ଗୁଳିମାଡ- ପାରଳାଖେମୁଣ୍ଡିରୁ (ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

Spread the love

ପାରଳା ବିଧାୟକ ନୂତନ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଲେ ପାରଳାଖେମୁଣ୍ଡି, 5/1(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ଆଜି ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି. ଏହି ଅବସରରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ତାର ଅନୁଦାନ ଏବଂ ଚାଷୀ ମାନଙ୍କ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।

ଗଜପତି ଏକ ଆଦିବାସୀ ବହୁଳ ଏବଂ କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଜିଲ୍ଲା ହୋଇ ଥିବାରୁ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ପାରଳା ବିଧାୟକ ଅନୁରୋଧ କରିଥିଲେ। ବିଶେଷ କରି ଜିଲ୍ଲାପାଳ ପଦବି ଜଣେ ଆଇଏଏସଙ୍କୁ ଦେବା ପାଇଁ ଅନୁରୋଧ କରିଥିଲେ।

ଗଜପତିରେ 5 ଦିନ ଧରି ଆଞ୍ଚଳିକସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବ

ପାରଳାଖେମୁଣ୍ଡି,5/1(ତାରିଣୀ ପ୍ରସାଦ ପଣ୍ଡା) ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ 5 ଦିନ ଧରି ଆଞ୍ଚଳିକସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫-୨୬ ଅନୁଷ୍ଠିତ ହେବ. ଏଥି ନିମନ୍ତେ ଭାରପ୍ରାପ୍ତ ଜିଲ୍ଲାପାଳ ମନୀନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ଜାନୁଆରୀ ତା .୦୬.୦୧.୨୦୨୬ ଠାରୁ ୧୦.୦୧.୨୦୨୬ ତାରିଖ ପର୍ଯ୍ୟନ୍ତ ଗଜପତି ଷ୍ଟାଡିୟମ୍ ଠାରେ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବ। ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାର ଆୟୋଜନ ହେବାକୁ ଯାଉଅଛି। ଏହି ମେଳାରେ ପାଞ୍ଚ ଗୋଟି ଜିଲ୍ଲା ତଥା ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଚାଷୀ ଯୋଗଦାନ କରିବେ। ଏହା ସହିତ ଏହି ଜିଲ୍ଲାର କୃଷି ଯନ୍ତ୍ରପାତି ବିତରକ ପ୍ରମୁଖ ଅଂଶ ଗ୍ରହଣ କରିବେ। ଏହି ମେଳାରେ ୧୧୦ ଗୋଟି ଷ୍ଟଲ୍ ରହିବ। ସେଥିମଧ୍ୟରୁ ପ୍ରାୟତଃ ୪୦ ଜଣ ବିତରକଙ୍କ ୬୦ ଗୋଟି ଷ୍ଟଲ୍ ଗୁଡିକରେ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ କରିବା ସହିତ ସରକାରଙ୍କ ରିହାତି ଦରରେ ବିକ୍ରୟ ଏଵଂ କିଣାବିକାର ବ୍ୟବସ୍ଥା ରହିଛି। ଏହା ସହିତ ବିଭିନ୍ନ ବିଭାଗର ମୋଟ ୪୦ ଗୋଟି ଷ୍ଟଲରେ ପ୍ରଦର୍ଶନ ସହିତ ଯେଉଁ ଥିରେ କୃଷକ ଉତ୍ପାଦକ ସଂଗଠନ, ସ୍ଵୟଂ ସହାୟକ ଗୋଷ୍ଠୀ, ସେଞ୍ଚୁରୀୟନ୍ ବିଶ୍ୱ ବିଦ୍ୟାଳୟ ଓ ବିଭିନ୍ନ ଏନଜିଓ ଇତ୍ୟାଦି ଷ୍ଟୋଲ ସବୁ ରହିବ। କୃଷି ଯନ୍ତ୍ରପାତିର ସମସ୍ତ କୃଷକଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଯିବାର ବ୍ୟବସ୍ଥା ରହିଛି। ଏହି ମେଳାରେ ଦିନକୁ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ଚାଷୀ ଅଂଶ ଗ୍ରହଣ କରିବେ। ପ୍ରତିଦିନ ୨୦୦ ରୁ ଉର୍ଦ୍ଧ ଚାଷୀଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି । ଚାଷୀଙ୍କୁ ପ୍ରଶିକ୍ଷଣ ଦେବାପାଇଁ ରାଜ୍ୟ ସ୍ତରୀୟ କୃଷି ବୈଜ୍ଞାନିକ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵିଦ୍ୟାଳୟର ବୈଜ୍ଞାନିକ ଓ ଜିଲ୍ଲାସ୍ତରୀୟ କୃଷି ଅଧିକାରୀ ମାନେ ଚାଷୀ ଭାଇ ଭଉଣୀ ମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ଚାଷ କାର୍ଯ୍ୟ କରିବା ପାଇଁ ଅବଗତ କରାଯିବ।
ସେହିପରି କୃଷକମାନଙ୍କୁ ବିଭିନ୍ନ କୃଷି ଯନ୍ତ୍ରପାତି ସଂପର୍କରେ ଜଣାଇବା ସହ ସହଜରେ ଉପଲବ୍ଧ କରାଇବା ନେଇ ଏହି ମେଳା ଅନୁଷ୍ଠିତ ହେବ । ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ ବୈଷୟିକ ଜ୍ଞାନ ଓ ଜୈବିକ ସାର ବ୍ୟବହାର କରିବା ସାଙ୍ଗକୁ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ସଂପର୍କରେ ଚାଷୀ ଭାଈ ଭଉଣୀ ମାନଙ୍କୁ ସଚେତନତା କରାଯିବ। ସେହିପରି ମିଶ୍ରିତ ଫସଲ ଚାଷ, ଅର୍ଥକାରୀ ଫସଲ ପାଇଁ ଉନ୍ନତ ଯନ୍ତ୍ରପାତିର ସଠିକ ଉପଯୋଗ ଓ ପରିଚାଳନା, ଉନ୍ନତ ମାନର ଯାନ୍ତ୍ରିକ ସୁବିଧା ଓ ସୁଯୋଗ ନେବା ପାଇଁ ଚାଷୀଙ୍କୁ ଏହା ମାଧ୍ୟମରେ ପରାମର୍ଶ ଦିଆଯିବ । ବିଭିନ୍ନ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରିବା ସହିତ ରିହାତି ଦରରେ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଅଛି। ଜିଲ୍ଲାର ବିଭିନ୍ନ ବିଭାଗ ତଥା ଉଦ୍ୟାନ ,କୃଷି, ମତ୍ସ, ପ୍ରାଣୀ ସମ୍ପଦ ବିକାଶ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା, ମିଶନ ଶକ୍ତି ଓ ଓଡିଶା ମିଲେଟ୍ ମିଶନ ଭଳି ବିଭିନ୍ନ ବିଭାଗର ଯନ୍ତ୍ରପାତି ପ୍ରଦର୍ଶିତ କରାଯିବ । ଫଳରେ ଚାଷୀମାନେ ବିଭିନ୍ନ ଚାଷ ସଂପର୍କରେ ଜ୍ଞାନ ଅର୍ଜନ କରିବା ସହିତ କୃଷିର ବିକାଶ ହେବା ସହିତ କୃଷକଙ୍କୁ ସଚେତନ କରାଯିବା ବୋଲି ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଏହାସହ ପାଞ୍ଚ ଗୋଟି ଜିଳ୍ଲାର ଚାଷ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା ଚାଷୀଙ୍କୁ ଅତିଥିମାନଙ୍କ ଦ୍ଵାରା ସମ୍ମାନିତ କରାଯିବ। ସେହିପରି ଚାଷୀ ଓ ଜନସାଧାରଣ ମାନଙ୍କୁ ମନୋରଞ୍ଜନ କରିବା ପାଇଁ ପ୍ରତିଦିନ ସନ୍ଧ୍ୟା ୫ ଘଟିକା ଠାରୁ ୯ ଘଟିକା ପର୍ଯ୍ୟନ୍ତ ସ୍ଥାନୀୟ କଳାକାର ଓ ରାଜ୍ୟସ୍ତରୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ୍.ପ୍ରକାଶ ରାଓ, ଜିଲ୍ଲା କୃଷି ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ପ୍ରିୟଦର୍ଶିନୀ, ସହକାରୀ ଜିଲ୍ଲା କୃଷି ଅଧିକାରୀ ଶ୍ରୀ କେ.ସୁରଜ କୁମାର ପାତ୍ର ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଷୋହଳ ଖଣ୍ଡ ଗୋପାଳ ସମାଜର ଗଜପତି ଜିଲ୍ଲା ଉନ୍ନୟନ କମିଟି ଗଠିତ

ପାରଳାଖେମୁଣ୍ଡି, 5/1(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାର ଷୋହଳଖଣ୍ଡ ଗୋପାଳ ସମାଜର ଜିଲ୍ଲା ଉନ୍ନୟନ କମିଟି ଗଠିତ ହୋଇଯାଇଛି। ପାରଳାଖେମୁଣ୍ଡିସ୍ଥିତ ଚିତ୍ରକାର ସାହି ନିକଟସ୍ଥ ଶ୍ରୀରଘୁନାଥ ମନ୍ଦିର ପ୍ରାଙ୍ଗଣରେ ସମାଜର ଜିଲ୍ଲା ସଭାପତି ଖଦାଳ ଗୌଡଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଗୋପାଳ ସମାଜର ବିଭିନ୍ନ ସମସ୍ଯା , ଉନ୍ନୟନ ମୂଳକ କାର୍ଯ୍ୟ ଓ ଆଗାମୀ କାର୍ଯ୍ୟ ପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା.

ପରେ ସର୍ବସମ୍ମତିକ୍ରମେ ଗଜପତି ଜିଲ୍ଲା ଗୋପାଳ ସମାଜର ଉନ୍ନୟନ କମିଟି ଗଠିତ ହୋଇଛି । ବିଜୟ କୁମାର ଗୌଡଙ୍କୁ ଉନ୍ନୟନ କମିଟିର ସଭାପତି ଭାବରେ ଚୟନ କରିଥିବା ବେଳେ ସମ୍ପାଦକ ଭାବରେ ସୂର୍ଯ୍ୟ ନାରାୟଣ ମହାଙ୍କୁଡ, ସୁବାସ ଚନ୍ଦ୍ର ମହାଙ୍କୁଡଙ୍କୁ କୋଷାଧକ୍ଷ ଭାବରେ ମନୋନୀତ କରାଯାଇଛି । ଏଥିସହ କମିଟିରେ ୬ ଜଣ ସଭ୍ୟଙ୍କୁ ମଧ୍ୟ ମନୋନୀତ କରାଯାଇଥିବା ସମାଜ ପକ୍ଷରୁ କୁହାଯାଇଛି । ଏହି କମିଟି ସମାଜର ବିଭନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦିଗରେ ପଦକ୍ଷେପ ଗ୍ରହଣ କରିବା ସହ ସମନ୍ଵୟ ରକ୍ଷା କରିବ ।
ପାରଳା ବିଧାୟକ ନୂତନ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଲେ ପାରଳାଖେମୁଣ୍ଡି, 5/1(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ଆଜି ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି. ଏହି ଅବସରରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ତାର ଅନୁଦାନ ଏବଂ ଚାଷୀ ମାନଙ୍କ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଗଜପତି ଏକ ଆଦିବାସୀ ବହୁଳ ଏବଂ କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଜିଲ୍ଲା ହୋଇ ଥିବାରୁ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ପାରଳା ବିଧାୟକ ଅନୁରୋଧ କରିଥିଲେ। ବିଶେଷ କରି ଜିଲ୍ଲାପାଳ ପଦବି ଜଣେ ଆଇଏଏସଙ୍କୁ ଦେବା ପାଇଁ ଅନୁରୋଧ କରିଥିଲେ।

ଗଜପତିରେ ପ୍ରେମ ସମ୍ପର୍କକୁ ନେଇ ଯୁବକକୁ ଗୁଳିମାଡ଼।
ପାରଳାଖେମୁଣ୍ଡି,୫.୦୧(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାରେ ପ୍ରେମସମ୍ପର୍କକୁ ନେଇ ଜଣେ ଯୁବକକୁ ଗୁଳିମାଡ଼ ହୋଇଛି. ଏଥିରେ ଯୁବକ ଜଣକ ଗୁରୁତର ଥିବା ଯୋଗୁଁ ତାଙ୍କୁ ଉଚ୍ଚ ଓ ଜରୁରୀ ଚିକିତ୍ସା ପାଇଁ ବ୍ରହ୍ମପୂର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଢେପାସାହି ଗ୍ରାମରେ ଦୀର୍ଘଦିନ ଧରି ପ୍ରେମସମ୍ପର୍କକୁ ନେଇ ବିବାଦ ଲାଗି ରହିଥିଲା।

ଯାହା ଫଳରେ ଆଜି ଏକ ବୈଠକ ଗ୍ରାମରେ ଆୟୋଜନ କରଯାଇଥିଲା। ଗ୍ରାମର ଲାଜର ପ୍ରଧାନ ନାମକ ଜଣେ ଯୁବକ ଏକ ତରଫା ପ୍ରେମ କରି ସେହି ଗ୍ରାମର ଏକ ଝିଅକୁ ଜୋର୍ ଜବରଦସ୍ତି କିଛି ଦିନ ତଳେ ଉଠାଇ ନେଇଥିଲେ। ପରିବାର ଲୋକେ ଖୋଜା ଖୋଜି କରି ଆଣି ଝିଅକୁ ଅନ୍ୟତ୍ର ବିବାହ କରାଇଥିଲେ. କିଛି ଦିନ ପରେ ଯେତେବେଳେ ଝିଅ ନିଜ ଗାଁକୁ ଆସିଥିଲା ତାହାର ଫାଇଦା ନେବାକୁ ପୁଣି ଚେଷ୍ଟା କରିଥିଲା ଲାଜର। ଲାଜର ପୁଣି ଝିଅକୁ ଜୋର୍ ଜବରଦସ୍ତି ଟେକି ନେଇ ଏକ ଘରେ ଲୁଚାଇ ରଖିଥିଲା । ପୁଣି ପରିବାର ଲୋକେ ଝିଅକୁ ଉଦ୍ଧାର କରି ସମାଧାନ ପାଇଁ ଗାଁରେ ଏକ ବୈଠକ ଆୟୋଜନ କରିଥିଲେ. ହେଲେ ସେହି ସମୟରେ ସେହି ଗ୍ରାମର ସନ୍ତୋଷ ପ୍ରଧାନ ନାମକ ଜଣେ ଯୁବକ ପିସ୍ତଲ ଦ୍ୱାରା ଗୁଳି କରିଥିଲା. ଯାହା ଫଳରେ ଗୁଳିଟି ଅନୀଲ କୁମାର କରାଡ ନାମକ ଜଣେ ଯୁବକଙ୍କ ଡାହାଣ ଗୋଡ଼ରେ ବାଜିଥିଲା। ଯୁବକଙ୍କୁ ଗ୍ରାମବାସୀମାନେ ସଙ୍ଗେ ସଙ୍ଗେ ଚନ୍ଦ୍ରଗିରି ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ଚିକିତ୍ସା ପରେ ଗୋଡ଼ରେ ଗୁଳି ରହି ଯୁବକ ଜଣକ ଗୁରୁତର ଥିବା ଯୋଗୁଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଗୁଳିକାଣ୍ଡ କରିଥିବା ଯୁବକ ଜଣକ ଫେରାର ଅଛନ୍ତି. ଘଟଣା ନେଇ ମୋହନା ପୋଲିସ ଏକ ମକଦ୍ଦ୍ୱମା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି.

Leave a Reply

Your email address will not be published. Required fields are marked *