ଆନ୍ଧ୍ରପ୍ରଦେଶ ପୋଲିସ ବଡ଼ ଗଞ୍ଜେଇ ଚୋରା ଚାଲାଣ ନେଟୱାର୍କର ପର୍ଦ୍ଦାଫାସ କରିଛି।
ବେଙ୍ଗାଲୁରୁରେ କାର୍ଯ୍ୟରତ ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କ ସମେତ ଆଠ ଜଣଙ୍କୁ ଗିରଫ କରିଛି ପୋଲିସ। ତଦନ୍ତରୁ ଜଣାପଡିଛି ଯେ ଏହି ଗ୍ୟାଙ୍ଗ ଓଡ଼ିଶାରୁ ଶିଳାବତୀ ପ୍ରଜାତିର ଗଞ୍ଜେଇ ଆମଦାନୀ କରି ତାମିଲନାଡୁ ଦେଇ ଶ୍ରୀଲଙ୍କାକୁ ଯୋଗାଣ କରିଥିଲା। ଏହା ପ୍ରଥମ ଘଟଣା ଯେଉଁଠାରେ ଆନ୍ଧ୍ର-ଓଡିଶା ସୀମାରୁ ସିଧାସଳଖ ଶ୍ରୀଲଙ୍କାକୁ ଗଞ୍ଜେଇ ପଠାଯାଇଥିଲା ବୋଲି କହିଛି ପୋଲିସ।
ପୋଲିସ ଦ୍ୱାରା ଗିରଫ ହୋଇଥିବା ମହିଳା ହେଲେ ଗାଡେ ରେଣୁକା। ବୟସ ୨୮ ବର୍ଷ। ସେ ମୂଳତଃ ଆନ୍ଧ୍ର ପ୍ରଦେଶର ବିଜୟନଗରମ ଜିଲ୍ଲାର ସନ୍ଥକବିଟିର ବାସିନ୍ଦା। ରେଣୁକାଙ୍କ ନେଟୱାର୍କ ନରସିପାଟନମ୍, ପାଇକାରାଭାପେଟା, ସାଲୁରୁ ଏବଂ ବେଙ୍ଗାଲୁରୁରେ ବ୍ୟାପିଥିଲା। ସେ ଅଣ୍ଡରୱାର୍ଲ୍ଡରେ “ଲେଡି ଡନ୍” ନାମରେ ଜଣାଶୁଣା। ରେଣୁକା ଏବଂ ତାଙ୍କ ସହଯୋଗୀ ସୂର୍ଯ୍ୟ କାଳିଦାସ ନରସିପାଟନମର ଏକ ଭଡା ଘରୁ ଚୋରା ଚାଲାଣ କାର୍ଯ୍ୟ ପରିଚାଳନା କରୁଥିଲେ। ଏହିଠାରୁ ହିଁ ଓଡ଼ିଶାରୁ ଗଞ୍ଜେଇ ଆମଦାନୀ କରାଯାଉଥିଲା ଏବଂ ତା’ପରେ ସପ୍ଲାଏ କରାଯାଉଥିଲା।
ପୋଲିସକୁ ଏହି ନେଟୱାର୍କ ବିଷୟରେ ଗୁପ୍ତ ସୂଚନା ମିଳିଥିଲା। ପରେ ଇନ୍ସପେକ୍ଟର ୱାଇ. ତାରକେଶ୍ୱର ରାଓ ଏବଂ ନାଥଭରମର ଜଣେ ସବ-ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକ ଦଳ ସ୍ରୁଗଭରମ ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ଚଢଉ କରି ଏହି ଗ୍ୟାଙ୍ଗକୁ ଧରିଥିଲା। ଏହି ଅଭିଯାନ ସମୟରେ ପୋଲିସ ୭୪ କିଲୋ ଶୁଖିଲା ଗଞ୍ଜେଇ, ଗୋଟିଏ କାର, ଦୁଇଟି ମୋଟରସାଇକେଲ ଏବଂ ଅନେକ ମୋବାଇଲ୍ ଫୋନ୍ ଜବତ କରିଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ ରେଣୁକା ତାଙ୍କର ବ୍ୟବସାୟ ବିସ୍ତାର କରିବା ପାଇଁ ବେଙ୍ଗାଲୁରୁ ଏବଂ କୋଏମ୍ବାଟୁରରେ ଘର ଭଡା ନେଇଥିଲେ। ସେ ଜଣେ ମଧ୍ୟସ୍ଥି ଆଦୁରି ପ୍ରସାଦଙ୍କ ମାଧ୍ୟମରେ ଓଡ଼ିଶାର ବାଲିମେଳା ଏବଂ ଚିତ୍ରକୋଣ୍ଡା ଅଞ୍ଚଳର ଆଦିବାସୀଙ୍କଠାରୁ ଗଞ୍ଜେଇ ସଂଗ୍ରହ କରୁଥିଲେ। ପ୍ରତି କିଲୋଗ୍ରାମର ମୂଲ୍ୟ ପ୍ରାୟ ୫,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା।
ମଦନ କୁମାର ଏବଂ ନାଗା ମୁଟ୍ଟୁ ନାମକ ଡ୍ରାଇଭରମାନଙ୍କ ଦ୍ୱାରା ଗଞ୍ଜେଇ ଚାଲାଣ ରାଜନଗରମ ହାଇୱେ ଜଙ୍କସନକୁ ପଠାଯାଉଥିଲା। ସେଠାରୁ ଏହାକୁ ତାମିଲନାଡୁ ଆଉ ଅନ୍ୟ ସ୍ଥାନକୁ












Leave a Reply