ବାଲିମେଳା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉନ୍ମୋଚନ ହେଲା ପ୍ରାଚୀର ପତ୍ରିକା ତଥା” ସିଲେରୁ ସୃଜନୀକା

Spread the love

ବାଲିମେଳା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉନ୍ମୋଚନ ହେଲା ପ୍ରାଚୀର ପତ୍ରିକା ତଥା” ସିଲେରୁ ସୃଜନୀକା

ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନସମୀକ୍ଷା)
ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ନିର୍ଦ୍ଧେଶ କ୍ରମେ ଶନିବାର ବାଲିମେଳା ସହରରେ ଥିବା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରାଚୀର ପତ୍ରିକା ତଥା ସିଲେରୁ ସୃଜନୀକା ଉନ୍ମୋଚନ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଲୁମିନା ରାଜେନ୍ଦ୍ର କୂଳଦୀପ,ଦିଲୀପ କୁମାର ବେଆରୀ,ଶିକ୍ଷକ ପ୍ରମୋଦ ଦାସ ପ୍ରମୁଖ ଯୋଗ ଦେଇଥିଲେ। ।ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀ ଛାତ୍ରଙ୍କ ସୃଜନୀ ଶକ୍ତିର ଅଭିବୃଦ୍ଧି ଓ ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ ନିମନ୍ତେ ଏହା ଉତ୍କୃଷ୍ଟ ମାଧ୍ୟମ ବୋଲି ମୂଖ୍ୟ ଅତିଥି ସୁଶ୍ରୀ ଗାୟତ୍ରୀ ଦେବୀ ପ୍ରକାଶ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶୀଳାକୁମାରୀ ହିୟାଲଙ୍କ
ପୌରାହିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର
ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *