ପୁଣି ଧସିଲା ଲୁଣାନଦୀର ପଥର ସ୍ପର:
କୋଟି କୋଟି ଟଙ୍କା କେଉଁଠି ଗଲା?
କେନ୍ଦ୍ରାପଡ଼ା ରାତ୍ନକର ପରିଡା (ଦର୍ଶନ ସମୀକ୍ଷା)
ଜିଲ୍ଲାର ବଚ୍ଛରାଇ ଅଞ୍ଚଳରେ ଲୁଣାନଦୀ ଉପରେ ନିର୍ମିତ ପଥର ସ୍ପର ପୁଣି ଧସିଯାଇଛି l ଆଶ୍ଚର୍ଯ୍ୟର କଥା—ଏହି ସ୍ପର ତିଆରି ହୋଇ ବର୍ଷେ ମଧ୍ୟ ପୁରୁଣା ହୋଇନଥିବା ବେଳେ ଏପରି ଅବସ୍ଥା ସୃଷ୍ଟି ହେବା ଅନେକ ପ୍ରଶ୍ନ ଉଠାଉଛି l
ନଦୀ ବନ୍ୟା ଓ କୂଳଭାଙ୍ଗନ ରୋକିବା ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ବ୍ୟୟ କରି ଏହି ପଥର ସ୍ପର ତିଆରି କରାଯାଇଥିଲା l କିନ୍ତୁ ପ୍ରଥମ ବର୍ଷରେ ହିଁ ଯଦି ସ୍ପର ଧସିଯାଉଛି, ତେବେ କାର୍ଯ୍ୟର ଗୁଣମାନ ନେଇ ସନ୍ଦେହ ହେବା ସ୍ବାଭାବିକ l
ପଥରର ମାନ, ଡିଜାଇନ, ପାଣିର ଚାପ ଆକଳନ, ଠିକାଦାରଙ୍କ କାର୍ଯ୍ୟପ୍ରଣାଳୀ ଓ ଯାନ୍ତ୍ରିକ ନିରୀକ୍ଷଣ—ସବୁକିଛି କି ଠିକ୍ ଥିଲା?
ନା କାଗଜରେ କାମ ଓ ମାଟିରେ ଖାଲି ନାମମାତ୍ର?
ସ୍ଥାନୀୟ ଲୋକମାନେ ପୁଣି ଭୟରେ। ନଦୀ ଭାଙ୍ଗିଲେ ଚାଷଜମି, ଘରବାଡ଼ି ଓ ଜୀବିକା ସବୁ ସଙ୍କଟରେ ପଡ଼ିବ l ଯଦି ଏଭଳି ଅବସ୍ଥା ଚାଲିଥାଏ, ତେବେ ସରକାରୀ ପ୍ରକଳ୍ପ ଉପରେ ଲୋକଙ୍କ ଭରସା କିପରି ରହିବ?
ଏହି ଘଟଣା ଉପରେ ଉଚ୍ଚସ୍ତରୀୟ ତଦନ୍ତ, ଦାୟୀ ଅଧିକାରୀ ଓ ଠିକାଦାରଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ, ଏବଂ ପୁନଃ ମଜବୁତ ଭାବେ ସ୍ପର ନିର୍ମାଣ—ଏହା ଏବେ ସମୟର ଦାବି l
ନହେଲେ ପ୍ରତିବର୍ଷ ପଥର ସ୍ପର ଧସିବ,
ଆଉ ଲୁଣାନଦୀ ସହିତ ଧସିଯିବ ସାଧାରଣ ଲୋକଙ୍କ ଭରସା l












Leave a Reply