ଏକଦା କେତେ ଜଣ ଶୁଖୁଆ ବିକାଳି ମାଇପି ଲୋକେ ହାଟରୁ ଫେରୁ ଫେରୁ ସଞ୍ଜ ହୋଇଗଲା।
ବଳକା ଶୁଖୁଆର ବୋଝ ମୁଣ୍ଡେଇ ନିଜ ଗାଁକୁ ଯିବା ବେଳେ ଅନ୍ଧାର ହେବାରୁ ଜଣେ ମାଲୁଣୀ ମାଉସୀ ଘରେ ଅନୁରୋଧ କରି ରହିଗଲେ।
ମାଲୁଣୀ ଜଣକ ଘରେ ଜମା ହୋଇଥିବା ଫୁଲ ମହମହ କରୁଥାଏ। ତେଣୁ ଶୋଇପାରିଲେନି ଶୁଖୁଆ ବିକାଳି ସ୍ତ୍ରୀଲୋକମାନେ।
ମୁଣ୍ଡ ପାଖରେ ଶୁଖୁଆ ଟୋକେଇ ରଖିଲା ପରେ ଶୁଖୁଆ ଗନ୍ଧରେ ଫୁଲର ମହକ ଜଣାପଡ଼ିଲାନି। ସେମାନେ ଆରାମରେ ଶୋଇଗଲେ।
ସାରମର୍ମ: ଯିଏ ଶୁଖୁଆ ଗନ୍ଧରେ ଅଭ୍ୟସ୍ତ, ତାକୁ ଫୁଲର ସୁବାସ କେବେ ଭଲ ଲାଗେନି।
ମୂଳଗଳ୍ପ: ରାମକୃଷ୍ଣ କଥାମୃତ
ଓଡ଼ିଆ: ମାଲୁଣୀର ଫୁଲ (ଲେଖକ: ଜାନକୀ ବଲ୍ଲଭ ପଟ୍ଟନାୟକ)












Leave a Reply