ଇତିହାସ ପୃଷ୍ଠାର ଚାରି ଧାଡ଼ି//୧୯୯୩ ମେ ୬ ତାରିଖ ବିଜୁ ବାବୁଙ୍କ ଉପରକୁ ଫୁଲ କୁଣ୍ଡ ମାଡ଼ ହେଲା ସେହି ଆକ୍ରମଣରୁ ରକ୍ଷା କରିଥିଲେ ତତ୍କାଳୀନ ଭୁବନେଶ୍ବର ଏସପି ସଞ୍ଜୀବ ମାରିକ।ଆଇନ ଶୃଙ୍ଖଳା ବିପର୍ଯ୍ୟୟ ପାଇଁ ଏସପିଙ୍କୁ ହଟାଇବାକୁ ଚାଁହୁଥିଲେ ଡିଜିପି। ମାତ୍ର ବିଜୁ ବାବୁ ଏଥିରେ ସମ୍ମତି ଦେଇନଥିଲେ।

Spread the love

୧୯୯୩ ମେ ୬। ସଚିବାଳୟରେ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକଙ୍କୁ ଲକ୍ଷ୍ୟ କରି ଫୁଲ କୁଣ୍ଡ ମାଡ଼ କଲେ କର୍ମଚାରୀ।
ମୁଖ୍ୟ ସଚିବ ଆର ଏନ ଦାସ ଓ ଅନ୍ୟମାନଙ୍କୁ ବି ଆକ୍ରମଣ କଲେ।
ବିଜୁ ପଟନାୟକ ଖର୍ଚ୍ଚ କାଟ ପାଇଁ କର୍ମଚାରୀଙ୍କ LTC, ସରେଣ୍ଡର ଲିଭ ଭଳି ସୁବିଧା ଉଛେଦ କରିଥିବାରୁ ଏଭଳି ଅସନ୍ତୋଷ ବ୍ୟାପିଥିଲା।

ମଧ୍ୟାହ୍ନ ଭୋଜନ ପାଇଁ ଯିବାବେଳେ ବିଜୁ ବାବୁଙ୍କ ଆଡ଼କୁ ଫୁଲ କୁଣ୍ଡ ଫିଙ୍ଗାଗଲା। ବିଜୁ ବାବୁଙ୍କୁ ସେହି ଆକ୍ରମଣରୁ ରକ୍ଷା କରିଥିଲେ ତତ୍କାଳୀନ ଭୁବନେଶ୍ବର ଏସପି ସଞ୍ଜୀବ ମାରିକ।
ଆଇନ ଶୃଙ୍ଖଳା ବିପର୍ଯ୍ୟୟ ପାଇଁ ଏସପିଙ୍କୁ ହଟାଇବାକୁ ଚାଁହୁଥିଲେ ଡିଜିପି। ମାତ୍ର ବିଜୁ ବାବୁ ଏଥିରେ ସମ୍ମତି ଦେଇନଥିଲେ। ତାପରେ କିଛି ଦିନ ନିରବତା ଦେଖାଦେଇଥିଲାଓ କର୍ମଚାରି ମାନେ ଅନୁତାପ କରୁଥିବା ଦେଖାଯାଇଥିଲା

Leave a Reply

Your email address will not be published. Required fields are marked *