ମାରଣଯନ୍ତା ପାଲଟିଛି ଏମଭି -୧୦୪ ମୂଖ୍ୟ ରାସ୍ତା
ପୋଲ ଉପରୁ କଂକ୍ରିଟ ବାହାରି ଦେଖା ଗଲାଣି ଲୁହାଛଡ଼
ଦୁର୍ଦ୍ଦଶା ଭୋଗୁଛନ୍ତି ବହୁ ଗ୍ରାମବାସୀ
ମାଲକାନଗିରି :ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
କୋରୁକୋଣ୍ଡା ବ୍ଲକ ଚିତାପାରି -୩ ପଞ୍ଚାୟତ ଅଧୀନ ଏମଭି -୧୦୪ ଗ୍ରାମର ମୂଖ୍ୟ ରାସ୍ତା ମରାଣଯନ୍ତା ପାଲଟିଛି।କେଉଁଠି ଦବି ଯାଇଛି ତ ଆଉ କେତେକ ସ୍ଥାନରେ ବଡ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି।ଗ୍ରାମରେ ଥିବା କଂକ୍ରିଟ ରାସ୍ତା ଫାଟି ଅଁ। କରିଛି।ଖାଲି ଏତିକି ନୁହେଁ ରାସ୍ତା ଉପରେ ଥିବା ଏକ ପୋଲ ଉପରୁ କଂକ୍ରିଟ ଖୋଳି ହୋଇ ଲୁହା ରଡ଼ ବାହାରି ପଡିଛି।ବର୍ତ୍ତମାନ ଏହି ରାସ୍ତା ସମ୍ପୂର୍ଣ ଭାବେ ମରଣଯନ୍ତା ପାଲଟିଛି।ଯାତାୟତରେ ଗ୍ରାମବାସୀଙ୍କ ସମେତ ଅନ୍ୟ ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହାକୁ ନେଇ ଅଞ୍ଚଳବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।ଏମଭି -୧୦୪ ଗ୍ରାମବାସୀଙ୍କ କହିବାନୁଯାୟୀ, ଗାଁରେ ପ୍ରାୟ ୧୬୦ରୁ ଉର୍ଦ୍ଧ ପଟିବାରରେ ପ୍ରାୟ ୭୮ରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି।ମାଲକାନଗିରି -ବାଲିମେଳା ମୂଖ୍ୟ ରାସ୍ତା ତଥା ଚିତାପାରି -୧ ଗାଁ ଆରମ୍ଭରୁ ଏମଭି -୧୦୪ ଗାଁ ପର୍ଯ୍ୟନ୍ତ ଦେଢ଼ କି.ମି ରାସ୍ତା
ଉପରେ ଚିତାପାରି-୧, ଏମଭି -୧୦୪, ଏମଭି -୧୦୯, ତାର୍ଲାକୋଟା, ଏବଂ ବାଲିମେଳା ସହରବାସୀଙ୍କ ସମେତ ଆଖ ପାଖ ଅଞ୍ଚଳର ଲୋକେ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି।ସୂଚନା ଥାଉକି, ଦୀର୍ଘବର୍ଷ ପୂର୍ବେ
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ନିମନ୍ତେ ପ୍ରାୟ ୬୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରାଯାଇଥିଲା।୫ ବର୍ଷ ମଧ୍ୟରେ ରାସ୍ତା ମରାମତି ପାଇଁ ଅତିରିକ୍ତ ୪ ଲକ୍ଷ ଟଙ୍କା ର ବ୍ୟବସ୍ଥା ମଧ୍ୟ ହୋଇଥିଲା।ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ସରିବା ପରେ ରାସ୍ତା ନିର୍ମାଣ ପାଇଁ ସୁଦନ୍ୟ ସରକାର ନାମକ ଜଣେ ଠିକାଦାରଙ୍କୁ ବିଭାଗ ପକ୍ଷରୁ ଦାଇତ୍ୱ ଦିଆ ଯାଇଥିଲା।ତେବେ ଏହି ରାସ୍ତା ନିର୍ମାଣ ହେବାର କିଛି ମାସ ମଧ୍ୟରେ କାର୍ଯ୍ୟ ଶେଷ ହୋଇଥିଲା। ଅତି ନିମ୍ନମାନର କାମ ଯୋଗୁ କିଛି ମାସ ନଯାଉଣୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି।ଖାଲି ମୂଖ୍ୟ ରାସ୍ତା ନୁହେଁ ଗାଁ ଭିତରେ ଥିବା ରାସ୍ତା ଗୁଡିକୁ କଂକ୍ରିଟ କରାଯାଉ ନଥିବାରୁ ଅବସ୍ଥା ଖରାପ ହୋଇ ପଡିଛି।ଏମଭି -୧୦୪ରୁ ବାଲିମେଳା ସହରକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ଶୋଚନୀୟ ହୋଇ ପଡିଛି। କିଛି ଅଞ୍ଚଳବାସୀଙ୍କ କହିବାନୁଯାୟୀ ଏମଭି-୧୦୪ଗାଁ ରୁ ଏମଭି -୧୦୯ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ସଂକୁଚିତ ହୋଇ ଖାଲ ଖମାରେ ପରିପୂର୍ଣ ହୋଇ ରହିଛି। ଉଭୟ ଗ୍ରାମବାସୀଙ୍କ ପାଖରୁ ଏହି ରାସ୍ତା ନିର୍ମାଣ କରିବାକୁ ପଞ୍ଚାୟତ କତୃପକ୍ଷ ଏବଂ ବ୍ଲକ ପ୍ରଶାସନଙ୍କ ନିକଟରେ ଦ୍ୱାରସ୍ଥ ହୋଇ ବହୁବାର ଦାବି ଜଣାଇଥିଲେ ମଧ୍ୟ ରାସ୍ତା ନିର୍ମାଣ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଏ ସମ୍ପର୍କରେ ଚିତାପାରି -୩ ପଞ୍ଚାୟତର ନିର୍ବାହୀ ଅଧିକାରୀ ମନ୍ଦାକିନୀ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏମଭି -୧୦୪ରୁ ଏମଭି-୧୦୯ ଗାଁ ପର୍ଯ୍ୟନ୍ତ ଥିବା ରାସ୍ତାରେ ଜାଗା ଜମି ସମସ୍ୟା ରହିଛି। ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ତହସିଲଦାର ଆସି ଜାଗା ଜମି ମାପ କରିବା ପରେ ଉକ୍ତ ରାସ୍ତା କାମ ଆରମ୍ଭ ହେବ। ଏ ନେଇ ମୁଁ ଆଜି ବିଡ଼ିଓଙ୍କ ସହ ଆଲୋଚନା କରିବି ବୋଲି ସେ କହିଛନ୍ତି।ଏ ସମ୍ପର୍କରେ ମତାମତ ଜାଣିବା ପାଇଁ ଆମ୍ଭେ କୋରୁକୋଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୁଲ୍ୟ କୁମାର ସାହୁଙ୍କୁ ତାଙ୍କ ଫୋନ ନମ୍ବର ୯୪୩୭୪୧୦୪୦୬ରେ ଯୋଗାଯୋଗ କରିଥିଲୁ. ଫୋନ ରିସିଭ ନକରିବାରୁ ବିଡ଼ିଓଙ୍କର କୌଣସି ମତାମତ ମିଳିପାରିନାହିଁ।












Leave a Reply