ଡୁଡାମେଟା, ପୁରୁଣା ଚିମିଟାପାଲୀ, ତାର୍ଲାକୋଟା ପଞ୍ଚାୟତରେ ଧାନମଣ୍ଡି
ଶୁଭାରମ୍ଭ
ମାଲକାନଗିରି। ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ପ୍ରଶାସନର ତତ୍ୱାବଧାନରେ ସୋମବାର କୋରୁକୋଣ୍ଡା ବ୍ଲକ ଅଧୀନରେ ଥିବା
ଡୁଡାମେଟା, ପୁରୁଣା ଚି଼ମଟାପାଲୀ ଏବଂ ତାର୍ଲାକୋଟା ମୋଟ ତିନୋଟି ପଞ୍ଚାୟତରେ ଧାନମଣ୍ଡିର ଶୁଭାରମ୍ଭ କରାଯାଇଛି।ସୋମବାର ପୂର୍ବାହ୍ନ ୧୧ ଟାରେ ଲ୍ୟମ୍ପସ ସଭାପତି ସାଲୁଖିଲ, ଲ୍ୟାମ୍ପସ ଏମଡି ଅଭିମନ୍ୟୁ ହଲୱା,
କୋରୁକୋଣ୍ଡା ଖାଦ୍ୟ ଯୋଗାଣ ନିରୀକ୍ଷକ ହରିଶ ମଲିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ଡୁଡାମେଟା ମଣ୍ଡିରେ ପହଁଞ୍ଚିଥିଲେ।ସେଠାରେ ପଞ୍ଚାୟତର ସରପଞ୍ଚ ମାଧବ ମାଡ଼କାମୀ, ସମିତି ସଭ୍ୟା ସବିତା ଦାସ, କୋରୁକୋଣ୍ଡା ବ୍ଲକର ପୂର୍ବତନ ଅଧକ୍ଷ ସୁବାସ ପଡିୟାମୀ ପ୍ରମୁଖ ଉପସ୍ଥିତ ରହି ଧାନମଣ୍ଡିର ଶୁଭାରମ୍ଭ କରିଥିଲେ। ଏହାପରେ ଯୋଗାଣ ନିରୀକ୍ଷକ ଏବଂ ଲ୍ୟାମ୍ପସ କତୃପକ୍ଷ ପୁରୁଣା ଚି଼ମଟାପାଲୀ ପଞ୍ଚାୟତର ମଣ୍ଡି ରେ ପହଁଞ୍ଚିଥିଲେ। ସେଠାରେ ଉକ୍ତ ପଞ୍ଚାୟତର ସରପଞ୍ଚ ରାଜେଶ ପଡିୟାମୀ, ସମିତି ସଭ୍ୟା ମଦନା ପାମୀୟା ଏବଂ ସ୍ଥାନୀୟ ଅଞ୍ଚଳର ଚାଷୀ ମାନଙ୍କର ଉପସ୍ଥିତିରେ ଧାନମଣ୍ଡିର ଶୁଭାରମ୍ଭ ହୋଇଥିଲା। ଅପାରହ୍ନରେ ଉପରୋକ୍ତ ଦୁଇ ବିଭାଗର କତୃପକ୍ଷ ତାର୍ଲାକୋଟା ପଞ୍ଚାୟତରେ ଥିବା ମଣ୍ଡିରେ ପହଞ୍ଚିଥିଲେ। ସେଠାରେ ଉକ୍ତ ପଞ୍ଚାୟତର ସରପଞ୍ଚ ସନାରୀ ଖିଲ, ନାୟବ ସରପଞ୍ଚ ପଦ୍ମନାଭ ପଡିୟାମୀ, ସମିତି ସଭ୍ୟ ପର୍ଶୁରାମ ଖେମୁଡୁ, ପୂର୍ବତନ ସରପଞ୍ଚ ସୋମନାଥ ବାର୍ଷେ, ପୂର୍ବତନ ସରପଞ୍ଚ ନରସିଂହ ମାଝୀ, ପୂର୍ବତନ ସମିତି ସଭ୍ୟ ନିରଞ୍ଜନ ଗୁଣ୍ଠାଙ୍କ ସମେତ ପଞ୍ଚାୟତର ଶତାଧିକ ଚାଷୀଙ୍କ ଉପସ୍ଥିତିରେ ଧାନମଣ୍ଡିର ଶୁଭାରମ୍ଭ ହୋଇଥିଲା।ଚାଷୀମାନେ
ନିର୍ଦ୍ଧାରିତ ଦିନରେ ମଣ୍ଡିକୁ ଧାନ ଆଣିବା ସହ ନିଜର ପରିଚୟ ପ୍ରମାଣ ପାଇଁ ଭୋଟର ପରିଚୟ ପତ୍ର, କିସାନ କ୍ରେଡିଟ କାର୍ଡ ନଚେତ ଆଧାର କାର୍ଡର ନକଲ ଧରି ଆସିବା ପାଇଁ କୁହା ଯାଇଥିଲା।ଧାନ ଆଣିବାର ସମୟ ସକାଳ ୮ ରୁ ୨ ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି।ପ୍ରତ୍ୟେକ ଚାଷୀ ଗୋଟିଏ ଦିନରେ ୪୦ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ ଗୋଟିଏ ମଣ୍ଡିରେ ବିକ୍ରୀ କରିପାରିବେ।ତେଣୁ ଏହି ଧାନମଣ୍ଡିରେ ହେଉଥିବା ଧାନ ବିକ୍ରି କାର୍ଯ୍ୟରେ ସମସ୍ତ ଚାଷୀ ସହଯୋଗ କରିବାକୁ ଲ୍ୟାମ୍ପସ କତୃପକ୍ଷ ଏବଂ ଯୋଗାଣ ନିରୀକ୍ଷକ ଶ୍ରୀ ମଲିକ କହିଛନ୍ତି।












Leave a Reply