ବାରଙ୍ଗ // ଦିନକ ପରେ ନନ୍ଦନକାନନ ପାଳିବ ପ୍ରତିଷ୍ଠା ଦିବସ ,ଆଖି ବୁଜିଲେ ଜନ୍ମିତ ଦୁଇ ବାଘଛୁଆ, ଗୋଟିଏ ଜୀବିତ,ଉଚ୍ଚସ୍ତରୀୟ ତଦନ୍ତ ପାଇଁଁ ଦାବି କଲା ନନ୍ଦନକାନନ ଜୀବଜନ୍ତୁ ଓ ଜଙ୍ଗଲ ସୁରକ୍ଷା ମଞ୍ଚ

Spread the love

ଦିନକ ପରେ ନନ୍ଦନକାନନ ପାଳିବ ପ୍ରତିଷ୍ଠା ଦିବସ ,ଆଖି ବୁଜିଲେ ଜନ୍ମିତ ଦୁଇ ବାଘଛୁଆ, ଗୋଟିଏ ଜୀବିତ,ଉଚ୍ଚସ୍ତରୀୟ ତଦନ୍ତ ପାଇଁଁ ଦାବି କଲା ନନ୍ଦନକାନନ ଜୀବଜନ୍ତୁ ଓ ଜଙ୍ଗଲ ସୁରକ୍ଷା ମଞ୍ଚ
ବାରଙ୍ଗ ୨୮/୧୨ (ଦର୍ଶନ ସମୀକ୍ଷା)

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦିନକୁ କୁ ଦିନ ବନ୍ୟଜନ୍ତୁଙ୍କ ମୃତ୍ୟୁ ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ଏବେ ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଗୋଟିଏ ଦିନ ପରେ ପାଳିବ ନନ୍ଦନକାନନ ପ୍ରତିଷ୍ଠା ଦିବସ। ପୂର୍ବରୁ ସାଧାରଣ (ନାଲି)ରଙ୍ଗର ବାଘୁଣୀ ଜୟଶ୍ରୀ ଗର୍ଭରୁ ଜନ୍ମିତ ୩ବାଘ ଛୁଆଙ୍କ ମଧ୍ୟରୁ ଗୋଟିଏ ଜୀବିତ ଥିବାବେଳେ ୨ମୃତ ମୃତ୍ୟୁ ନନ୍ଦନକାନନ ଅଧିକାରୀ,କର୍ମଚାରୀ ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ନିରାଶା ଆଣିଦେଇଛି।୨୦୨୫ ବିଦାୟର ୫ଦିନ ପୂର୍ବରୁ ଜନ୍ମିତ ୨ବାଘଛୁଆଙ୍କ ମୃତ୍ୟୁ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ବିଷାଦର ଛାୟା ଖେଳାଇ ଦେଇଛି।
ସୂଚନାଯୋଗ୍ୟଯେ, ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରହୁଥିବା ସାଧାରଣ ରଙ୍ଗର ୩ବର୍ଷର ବାଘୁଣୀ ଜୟଶ୍ରୀ ଓ ସାଧାରଣ ରଙ୍ଗର ବାଘ ଅମିତ୍ ସହିତ ଗତ ସେପ୍ଟେମ୍ବର ୧୫ ଓ ୧୭ତାରିଖରେ ସେମାନଙ୍କର ମିଳନ କରାଯାଇଥିଲା।୧୦୧ ଦିନ ଗର୍ଭଧାଣ ପରେ ଚଳିତ ମାସ ୨୭ତାରିଖରେ ଜୟଶ୍ରୀ ପ୍ରଥମ ଥର ପାଇଁଁ ୩ଟି ଛୁଆ ଜନ୍ମ ଦେଇଥିଲା।
ପ୍ରଥମ ଛୁଆ ଶନିବାର ପୂର୍ବାହ୍ନ ୧୧ଟା ୫୫ମିନିଟରେ ଜନ୍ମ ଦେଇଥିଲା।ଦ୍ବିତୀୟ ଛୁଆ ଅପରାହ୍ନ ୩ଟା୩୪ମିନିଟରେ ଜନ୍ମ ଦେଇଥିବାବେଳେ ତୃତୀୟ ଛୁଆ ଅପରାହ୍ନ ୪ଟା ୫୫ମିନିଟରେ ଜନ୍ମ ହୋଇଥିଲା।
ପ୍ରଥମ ଛୁଆକୁ ମା’ ବାଘୁଣୀ ଜୟଶ୍ରୀ ଅଣଦେଖା କରିବା ସହ କ୍ଷୀର ପାନରୁ ବଞ୍ଚିତ କରିଥିଲା।ଏଥିପାଇଁ ଛୁଆକୁ ମା’ ପାଖରୁ ଅଲଗା କରି ବନ୍ୟପ୍ରାଣୀ ଚିକିତ୍ସାଳୟର ବେବି’ କେୟାରସେଣ୍ଟର ରଖାଯାଇ ଚିକିତ୍ସକଙ୍କ ସୁରକ୍ଷା ନଜରରେ ରଖାଯାଇଛି।ସେହିପରି ଦ୍ବିତୀୟ ଛୁଆ ଜନ୍ମରୁ ଦୁର୍ବଳ ଥିଲା।ଛୁଆଟିକୁ କୋଳକୁ ଆଦରେଇ ନେବାବେଳେ ମା’ ବାଘୁଣୀ ଭୁଲବଶତଃ ତା ଉପରେ ପଡି ଯାଇଥିଲା।ଯାହା ଫଳରେ ଛୁଆଟି ଗୁରୁତର ଆଘାତ ଲାଗିଥିବାରୁ ସେଠାରେ ତାର ମୃତ୍ୟୁ ଘଟିଥିଲା।ତୃତୀୟ ଛୁଆକୁ ମା’ ବାଘୁଣୀ ଜୟଶ୍ରୀ ଜନ୍ମ ଦେବାର କିଛି ସମୟ ପରେ ମା’ ବାଘୁଣୀ ଛୁଆଟିକୁ ମାରି ଖାଇଦେଲା ବୋଲି ନନ୍ଦନକାନନ ଉପନିର୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି।ତେବେ ଜନ୍ମିତ ଛୁଆକୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି।ସେମାନଙ୍କ ମଧ୍ୟରେ ୧୮ଅଣ୍ଡିରା ,୧୧ମାଈ।
ତେବେ ଏହି ଦୁଇ ବାଘଛୁଆଙ୍କ ମୃତ୍ୟୁକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ନନ୍ଦନକାନନରେ ପଶୁ ପକ୍ଷୀ ଖାଦ୍ୟପେୟ ପାଇଁ ବର୍ଷକୁ ରାଜ୍ୟ ପକ୍ଷୀଙ୍କ ସରକାର ପ୍ରାୟ ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଯୋଗାଇ ଦେଉଛନ୍ତି । ଏହାସହିତ ନନନ୍ଦନକାନନ ପକ୍ଷରୁ ପର୍ଯ୍ୟଟକଙ୍କଠାରୁ ୟୁଜର୍ସ ଫି ବାବଦକୁ ବିପୁଳ ଅର୍ଥ ଆଦାୟ ହେଉଛି। ତା ସହିତ ବନ୍ୟପ୍ରାଣୀ ଚିକିତ୍ସକଙ୍କ ପାଇଁଁ ଆବଶ୍ୟକ ଗାଡି,ରହିବା ବାସଭବନ ଓ ଅତ୍ୟାଧୁନିକ ଯତ୍ନପାତି ସୁବିଧା ରହିଛି,ତା ଛଡା ଜନ୍ତୁ ପରିଚାଳନା ପାଇଁଁ ଜନ୍ତୁ କ୍ୟୁରେଟର,ଜନ୍ତୁ ବନାଞ୍ଚଳ(ରେଞର),ବନପାଳ,ବନରକ୍ଷୀ ସହିତ ଆବଶ୍ୟକୀୟ ଜନ୍ତୁ କର୍ମଚାରୀ ନିୟୋଜିତ ହୋଇଛନ୍ତି।ଏସବୁ ସତ୍ତ୍ୱେ କାହିଁକି ପଶୁପକ୍ଷୀଙ୍କ ଅକାଳ ମୃତ୍ୟୁ ହେଉଛି ସେନେଇ ପରିବେଶ ପ୍ରେମୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି।
ବାଘଛୁଆଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ପାଇଁଁ ନନ୍ଦନକାନନ ଜୀବଜନ୍ତୁ ଓ ଜଙ୍ଗଲ ସୁରକ୍ଷା ମଞ୍ଚ ଦାବି କରିଛି।

Leave a Reply

Your email address will not be published. Required fields are marked *