ନୟାଗଡ଼ ମହୋତ୍ସବ ଉଦଯାପିତ :
ରୁକୁସୁନା ମେଲୋଡି ଦର୍ଶକଙ୍କୁ ମତୁଆଲା କଲା
ନୟାଗଡ଼। ଦର୍ଶନ ସମୀକ୍ଷା
୨୮.୧୨.୨୫ ଗତ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ଚାଲିଥିବା ପ୍ରସିଦ୍ଧ ନୟାଗଡ଼ ମହୋତ୍ସବ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।
ରାଜ୍ୟ ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଆଜି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦଯାପିତ କରିଥିଲେ
। ଅନ୍ୟ ମାନଙ୍କ ମଧ୍ୟରେ ନଗରପାଳିକା ନିରୁପମା ଖଟେଇ, ଉପ ନଗରପାଳ ଗୁରୁ ପ୍ରସାଦ ଜେନା ଙ୍କ ସମେତ କେତେକ ବ୍ଲକ୍ ଅଧକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ମୁଖ୍ୟ ଅତିଥି ବାଚସ୍ପତି ଶ୍ରୀମତୀ ପାଢ଼ୀ ନୟାଗଡ଼ ମହୋତ୍ସବ ଆଗାମୀ ଦିନରେ ରାଜ୍ୟ ସ୍ତରରେ କିଭଳି ଉତ୍କର୍ଷତା ଲାଭ କରିବ ତା ଉପରେ ଗୁରୁତ୍ଵ ଦେଇଥିଲେ। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବ୍ୟବସାୟ କ୍ଷେତ୍ରରେ ଏହି ମହୋତ୍ସବ ଯଥେଷ୍ଟ ଅଗ୍ରଗତି କରିଛି ବୋଲି ବକ୍ତବ୍ୟ ରଖିଥିଲେ ଏବଂ ସର୍ବାଧିକ ବ୍ୟବସାୟ କରିଥିବା ସ୍ଥଳକୁ ପୁରସ୍କୃତ କରିଥିଲେ। ମହୋତ୍ସବାକୁ ପ୍ରତ୍ୟେକ ଦିନ ସଫା ସୁତୁରା ରଖୁ ଥିବା ସଫେଇ କର୍ମଚାରୀ ମାନଙ୍କୁ, ମଞ୍ଚରେ ପ୍ରତ୍ୟେକ ଦିନ ଆଙ୍କରିଂ କରୁଥିବା ଆଙ୍କର ପାୟଲ ପଟ୍ଟନାୟକ, ପ୍ରାଚୀ ରଥ ଏବଂ ସାଗର ସୁର୍ଦେଓଙ୍କ ସମେତ ଆଙ୍କର ମାନଙ୍କୁ ଉପଢୌକନ ଓ ମାନପତ୍ର ସହ ସମ୍ମାନିତ କରାଯାଇଥିଲା। ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ସଭାରେ ଅଧ୍ୟକ୍ଷତା କରିଥଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ମାନେ ମଧ୍ୟ ବକ୍ତବ୍ୟ ରଖିଥିଲେ। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ରୁକୁଶୁନା ମେଲୋଡି ଗ୍ରୁପ୍ ତାଙ୍କ ନୃତ୍ୟ ଗୀତ ମାଧ୍ୟମରେ ଦର୍ଶକଙ୍କୁ
ମତୁଆଲା କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରି ଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।












Leave a Reply