ପଠାଣି ସାମନ୍ତ// ତାଙ୍କ ବିବାହ କଥା କେତେ ଜଣ ଜାଣନ୍ତି,,,,ଵରଯାତ୍ରୀ ପଠାଣି ସା଼ମନ୍ତ ଙ୍କୁ ଧରି ଘୋଡାରେ ତୁରଙ୍ଗ ନିକଟବର୍ତ୍ତୀ ଏକ ଆମ୍ବ ତୋଟା ରେ ଅବସ୍ଥାନ କଲେ କିନ୍ତୁ ବର ର ରଙ୍ଗ କଳା ଦେଖି କନ୍ୟା ଘର ଲୋକେ ମନା କଲେ ତାପରେ,,,,,

Spread the love

ପଠାଣି ସାମନ୍ତ ଙ୍କ ବିବାହ କଥା କେତେ ଜଣ ଜାଣନ୍ତି…?

ପଠାଣି ସାମନ୍ତ ଅନୁଗୁଳ ର ତୁରଙ୍ଗ ଗ୍ରାମରେ ବିବାହ କରିଥିଲେ । ତାଙ୍କର ଵିଵାହ ସମ୍ପର୍କରେ ଏକ ସୁନ୍ଦର କାହାଣୀ ଅଛି । ଵରଯାତ୍ରୀ ପଠାଣି ସା଼ମନ୍ତ ଙ୍କୁ ଧରି ଘୋଡାରେ ଖଣ୍ଡପଡ଼ା ଗଡରୁ ମହାନଦୀ ପାର ହୋଇ ବାହାଘର ଦିନ ଦ୍ଵିପହର ବେଳେ ତୁରଙ୍ଗ ନିକଟବର୍ତ୍ତୀ ଏକ ଆମ୍ବ ତୋଟା ରେ ଅବସ୍ଥାନ କଲେ ।ସନ୍ଧ୍ୟା ସମୟରେ ପଟୁଆର ହେବା କଥା । ଇତି ମଧ୍ୟରେ ଗାଆଁ ର ପୁଅ ଝିଅ ମାନେ କୁତୁହଳ ବଶତଃ ବର ଦେଖିବାକୁ ଆମ୍ବତୋଟା ରେ ପହଞ୍ଚିଗଲେ । ପଠାଣି ସାମନ୍ତ ଙ୍କର କଳା ଓ ପତଳା ଶରୀର ଦେଖି ଗାଆଁ ର ଝିଅ ମାନେ ଫେରିଯାଇ କନ୍ୟା ଆଗରେ ତାଙ୍କର ରୂପ କଥା ବର୍ଣ୍ଣନା କଲେ । କନ୍ୟା ନିଜ ବରର ରୂପ କଥା ଶୁଣି କାନ୍ଦିବାକୁ ଲାଗିଲା ଓ ଵିଵାହ କରିବାକୁ ମନା କରିଦେଲା । କନ୍ୟାର କାନ୍ଦ ଓ ନାସ୍ତି ବାଣୀ ଶୁଣି ତାର ମାଆ ବାପା ଓ ବନ୍ଧୁବାନ୍ଧବ ମଧ୍ୟ ବାହାଘର ଭାଙ୍ଗି ଦେବାକୁ ମନସ୍ଥ କଲେ । କନ୍ୟାର ପକ୍ଷରୁ କିଛି ଲୋକ ଆମ୍ବତୋଟା କୁ ଯାଇ ବାହାଘର ଭାଙ୍ଗିଦେଇ ଆସିଲେ । ବରପକ୍ଷ ଅନୁରୋଧ ସେମାନେ ଶୁଣିଲେ ନାହିଁ ।
ବରପକ୍ଷ ରେ ଭାଳେଣୀ ପଡିଗଲା । ଖଣ୍ଡପଡ଼ା ଗଡରୁ ଅନୁଗୁଳ ଏତେ ବାଟ ନଦୀ ନାଳ ପାହାଡ ଜଙ୍ଗଲ ପାର ହୋଇ ଆସିବା ବୃଥା ହେଲା ବୋଲି ମନ ଦୁଃଖ କଲେ । ପଠାଣି ସାମନ୍ତ ଙ୍କର ଜଣେ କକା ପଠାଣି ଙ୍କୁ କହିଲେ ତୁ ଏତେ ବଡ ପଣ୍ଡିତ ତଥା ଜ୍ୟୋତିଷ ବିଶାରଦ । ଆମେ କି ଵେଳାରେ ଆସିଲେ ଯେ ଏଠାରୁ ଶିଶୁପାଳ ହୋଇ ଫେରିବାକୁ ପଡିବ ।

Oplus_131072

ପଠାଣି ସ୍ଥିର ଶାନ୍ତ ଚିତ୍ତରେ ପୁଣିଥରେ ଖଡିଗାର ପକାଇ ଗଣନା କଲେ ।ତାପରେ କହିଲେ ଆଉ ଦୁଇ ଘଣ୍ଟା ପରେ ଶୁଭଯୋଗ ଆସିବ । ଆମେ ଦୁଇ ଘଣ୍ଟା ଯାଏଁ ଏଇଠାରେ ଅପେକ୍ଷା କରିବା । ସୁତରାଂ ବରପକ୍ଷ ସମସ୍ତେ ତାଙ୍କ କଥା ମାନି ଜଳଖିଆ ଖାଇ ଦୁଇ ଘଣ୍ଟା କାଳ ସେଇଠାରେ ରହିଲେ ।
ଏଣେ କନ୍ୟାପକ୍ଷର ଲୋକମାନେ ବାହାଘର ଭାଙ୍ଗିଦେଇ ଗାଆଁ କୁ ଫେରି ବରଯାତ୍ରୀ ଫେରିଗଲେଣି ନାହିଁ ଖବର ନେଉଥାନ୍ତି । ସେମାନେ ନଫେରି ସେଇଠାରେ ବସି ରହିଛନ୍ତି ବୋଲି ଅନ୍ୟମାନଙ୍କ ଠାରୁ ଶୁଣିଲେ ।

Oplus_131072

ଏଣେ ଗାଆଁ ର ଭଦ୍ରଲୋକ ଓ ବନ୍ଧୁବାନ୍ଧବ ମାନେ ଝିଅର ମାଆ ବାପା କୁ ବୁଝାଇବାକୁ ଲାଗିଲେ । କହିଲେ ପୁଅଟା କଳା ସିନା କିନ୍ତୁ ଜଣେ ବଡ଼ ପଣ୍ଡିତ ବୋଲି ଶୁଣୁଛୁ ।ତୁମେ ଯାଇ ଝିଅକୁ ଵୁଝାଅ ।ବିଭାଘର କରିଦେବା ‌‌। ସମସ୍ତେ ବୁଝେଇବାରୁ ଝିଅର ବାପା ମାଆ ଓ ଝିଅ ସଭିଏଁ ରାଜି ହେଲେ ।ଇତି ମଧ୍ୟରେ ଦୁଇ ଘଣ୍ଟା ବିତିଗଲା । କନ୍ୟାପକ୍ଷର ଲୋକମାନେ ପୁଣି ସେହି ଆମ୍ବତୋଟା ରେ ପହଞ୍ଚି ସେମାନଙ୍କୁ ଵିଵାହ ନିମନ୍ତେ ଆମନ୍ତ୍ରଣ କଲେ ଓ ପଠାଣି ସାମନ୍ତ ଙ୍କର ଵିଵାହ ସୁରୁଖୁରୁରେ ହେଲା ।
ପ୍ରକୃତରେ ସେଦିନ ଯଦି ପଠାଣି ସାମନ୍ତ ଵିଵାହ ନକରି ଫେରି ଯାଇଥାନ୍ତେ ଆମେ ଅନୁଗୁଳ ବାସୀ ଜଣେ ବିଶ୍ୱବିଖ୍ୟାତ ପଣ୍ଡିତ ଜ୍ୟୋତିର୍ବିଦ ଙ୍କୁ ଜାମାତା କରିବାର ସୌଭାଗ୍ୟ ରୁ ବଞ୍ଚିତ ହୋଇଥାନ୍ତେ ।

(ସଂଗୃହିତ ତଥ୍ୟ)

Leave a Reply

Your email address will not be published. Required fields are marked *