Spread the love

ମହାବୀର ସଂଘ ଖ୍ରୀଷ୍ଟମାସ ନିମନ୍ତେ ଖାଦ୍ୟ ପସରା ଅନୁଷ୍ଠିତ
ଭୁବନେଶ୍ୱର,୨୫|୧୨ (ଦର୍ଶନ ସମୀକ୍ଷା)
ଆଜି ମହାବୀର ସଂଘ ସଙ୍ଗଠନ, ନୀଳକଣ୍ଠ ନଗର, ମୁଣ୍ଡାସାହି ଠାରେ”ଉଇ କ୍ୟାନ ଚାରିଟେବୁଲ ଟ୍ରଷ୍ଟ” ତରଫରୁ ଏକ ଖ୍ରୀଷ୍ଟମାସ ଫିଡ଼ର ବା ଖାଦ୍ୟ ପସରା ଅନୁଷ୍ଠିତ ହୋଇଯାଇଛି। ଉଇ କ୍ୟାନ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତ୍ରି ଚୈତାଳୀ ସୋମ୍ ସମୁଦାୟ ୨୦୦ ଜଣ ପିଲାଙ୍କୁ ଖାତା, କଲମ, କେକ୍, ବିସ୍କୁଟ ତଥା ବିରିଆନି ବିତରଣ କରିଥିଲେ। ଏତଦବ୍ୟତୀତ ନିଗମ ହସ୍ପିଟାଲ ତରଫରୁ ଡ଼ା. ଅନୁପମ ବେହେରା, ଡ଼ା. ନିର୍ଲିପିତା ଦାସ ଏକ ଫ୍ରି- ହେଲଥ କ୍ୟାମ୍ପ ର ଆୟୋଜନ କରିଥିଲେ। ଏବଂ ୨୦୦ଜଣ ପିଲାଙ୍କୁ ମାଗଣାରେ ଚେକଅପ କରାଯାଇଥିଲା। ଏହି ଅବସରରେ ଡ଼ା. ନିର୍ଲିପତା ଦାସ ଙ୍କୁ ପିପୁଲସ ଡାକ୍ତର ଆୱାର୍ଡ ରେ ସମ୍ମାନୀତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଉଇ କ୍ୟାନ ତରଫରୁ ପ୍ରତିଷ୍ଠାତ୍ରୀ ଚୈତାଳୀ ସୋମ୍ ଙ୍କ ସହିତ ବିଜୟ ସାମନ୍ତରାୟ, ସ୍ୱାତୀ ମିଶ୍ର, ଅଭିରାମ ଜେନା, ମହାବୀର ସଙ୍ଗଠନର କର୍ମକର୍ତ୍ତା ତଥା ମାହେଶ୍ୱରୀ ନାୟକ ଓ ପ୍ରିତା ଉଉପସ୍ଥିତ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମଇ ୨୦୨୦ ମସିହାରୁ ଉଇ କ୍ୟାନ ଚାରିଟେବୁଲ ଟ୍ରଷ୍ଟ ଦୁଃସ୍ତ, ନିଷ୍ପେସିତ, ଅନ୍ଧ, ମୁକ, ବଧିର ତଥା ଗରିବ ଶିଶୁଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ତଥା ସେମାନଙ୍କ ଖାଦ୍ୟ ଯୋଗାଣ ରେ କାର୍ଯ୍ୟ କରି ଆସୁଛି।

Leave a Reply

Your email address will not be published. Required fields are marked *