ବୌଦ୍ଧ : ପଂଚାୟତ ସ୍ତରୀୟ ପ୍ରଥମ ଲୋକକଳା ମହୋତ୍ସବ 2025 ଅନୁଷ୍ଠିତ.
ବୌଦ୍ଧ କୁନା ଦିଗାଲ (ଦର୍ଶନ ସମୀକ୍ଷା)
ହରଭଙ୍ଗା ବ୍ଲକ୍ ର ଆଡ଼େଣୀଗଡ଼ ପଞ୍ଚାୟତ ଅନ୍ତର୍ଗତ ବାରିଙ୍ଗି ଗ୍ରାମରେ ପଞ୍ଚାୟତ ସ୍ତରୀୟ ପ୍ରଥମ ଲୋକକଳା ମହୋତ୍ସବ 2025 ଉଦଘାଟନ ହେଇଯାଇଛି l ପ୍ରଥମ ଦିବସରେ ସାଗର ଫାଉଣ୍ଡେସନ ର ଅଧ୍ୟକ୍ଷ ତଥା ସମାଜସେବୀ ସାଗର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହୋତ୍ସବ ଟିକୁ ଶୁଭ ଉଦଘାଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅଞ୍ଚଳର ଶିକ୍ଷାବିତ ତଥା ସମାଜସେବୀ ତଥା ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାଶଙ୍କର ପଟ୍ଟନାୟକ, ପୂର୍ଣଚନ୍ଦ୍ର ଭୋଇ ଯୋଗଦାନ କରିଥିଲେ l ଅଞ୍ଚଳ ର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା କଳାପ୍ରଦର୍ଶନ ହେଇଥିଲା l ଏହି କାର୍ଯ୍ୟକର୍ମ ଉପଭୋଗ କରିବାପାଇଁ ବହୁ ସଂଖ୍ୟାରେ ଦର୍ଶକ ମାନେ ଭିଡ଼ ଥିବା ଦେଖିବାକୁ ମିଳିବା ସହିତ ଦର୍ଶକ ମାନେ ମିନା ବଜାର ର ମଜା ଉଠେଇଥିଲେ l ଶେଷରେ ଅତିଥି ମାନଙ୍କ ଦ୍ୱାରା କଳାକାର ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l












Leave a Reply