Spread the love

ଓଷ୍ଟା ତରଫରୁ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ

ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା ) ପକ୍ଷରୁ ଜିଲ୍ଲାସ୍ତରୀୟ ୪୨ ତମ ଶିଶୁ ଉତ୍ସବ ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି I

କଟକ। ଭରତ ଚନ୍ଦ୍ର ମହାରଣା ଦର୍ଶନ ସମୀକ୍ଷା

ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମଥ ନାଥ ଦେ , ଓଷ୍ଟା କଟକ ଜିଲ୍ଲାର ସଭାପତି ଶ୍ରୀଯୁକ୍ତ କଳିଙ୍ଗ କେଶରୀ ପ୍ରଧାନ ,ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ କଟକ ମହାନଗର ନିଗମ ର ମେୟର ସୁବାସ ସିଂ, ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ, ପ୍ରାକ୍ତନ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା, କୃଷ୍ଣ ଚନ୍ଦ୍ର ନାୟକ,ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ କୁମାର୍ ଦାସ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ସମ୍ପାଦକ ଓଷ୍ଟା ର ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ବିଜୟ କୁମାର ଛତ୍ର ସମ୍ପାଦକୀୟ ବିବରଣୀ ପାଠ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଏହି କାର୍ଯ୍ୟକ୍ରମରେ ଜିଲ୍ଲାର 14 ଟି ବ୍ଲକ ରୁ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ୨୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଣବ କିଶୋର ନାୟକ, ମନୋଜ କୁମାର ସାହୁ, ହିରଣ୍ମୟୀ ସାମଲ , ପ୍ରମିଳା ମହାରଣା, ସନ୍ଧ୍ୟାରାଣୀ ସ୍ୱାଇଁ ,ଶୁଭଲକ୍ଷ୍ମୀ ଦାସ,ପଦ୍ମାବତୀ ବେହେରା,ଆରତୀ ରଣା. ପ୍ରଭାତୀ ସେଠି , ଗୀତାଞ୍ଜଳି ଛIଟୋଇ, ଅରୁଣ କୁମାର ପରିଡା, ଦିଲୀପ କୁମାର ରାଉତ , ଆଶିଷ ସେଠିଙ୍କ ସମେତ ଖାନନଗର ହାଇସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ I

ଏବଂ

ଓଡ଼ିଶା ଆଥଲେଟିକ ଆସୋସିଏସନ୍ ପକ୍ଷରୁ ଚଳିତ ମାସ 27,28,29 ଓ 30 ତାରିଖ 4 ଦିନ ବ୍ୟାପୀ ସ୍ଥାନୀୟ ରିଜର୍ଭ ପୋଲିସ ସିନ୍ଥେଟିକ ପଡିଆ ଠାରେ 71 ତମ ରାଜ୍ୟ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବ।

କଟକ : ଭରତ ଚନ୍ଦ୍ର ମହାରଣା ଦର୍ଶନ ସମୀକ୍ଷା

ଏଥି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର 30 ଟି ଜିଲ୍ଲା ଭୁବନେଶ୍ୱର ଅଥଲେଟିକ ସଂଘ, ଆର୍ ଏସ ପି, କିଟ୍, ପାରାଦ୍ଵୀପ ପୋର୍ଟ, ଏବଂ ଇଷ୍ଟକୋଷ୍ଟ ରେଳ ବାଇ ରୁ ମୋଟ37 ଟି ଦଳରୁ ପ୍ରାୟ 1500 ରୁ ଉର୍ଦ୍ଧ୍ବ ବାଳକ ବାଳିକା ଓ ପୁରୁଷ ମହିଳା ମାନେ ଏହି ପ୍ରତିଯୋଗିତାରେ ଯୋଗଦେବେ।ମୋଟ 172 ଟି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। 14 ରୁ 20 ବର୍ଷ ପ୍ରତିଯୋଗୀ ଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ।

27 ତାରିଖ ଦିନ ଆନୁଷ୍ଠାନିକ ଭାବେ ଏହି ପ୍ରତିଯୋଗିତା ଉଦ୍ଘାଟିତ ହେବ। ଏହା ବ୍ୟତୀତ 28 ତାରିଖ ଦିନ ବାରବାଟି ଷ୍ଟାଡିୟମ୍ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟ କ୍ରମରେ କ୍ରୀଡା କ୍ଷେତ୍ରରେ ଜୀବନ ବ୍ୟାପି ସାଧନା ପାଇଁ ଆଶୀର୍ବାଦ ବେହେରା ଙ୍କ ସମେତ ରାଜ୍ୟର ବରିଷ୍ଠ କ୍ରୀଡାବିତ୍ ମାନଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଓଡ଼ିଶା ଆଲମ୍ପିକ ଆସୋସିଏସନ୍ ର ସାଧାରଣ ସମ୍ପାଦକ ଶ୍ରୀ ଅଭିଜିତ ପାଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *