ଗଜପତି ଜିଲ୍ଲା କୋୖର୍ଟ…..ନାବାଳିକା ଦୁଷ୍କର୍ମକାରୀକୁ 20 ବର୍ଷ ଜେଲଦଣ୍ଡ ରାୟ ଦେଲେ ପାରଳାଖେମୁଣ୍ଡି, 21/12(ତାରିଣୀ ପ୍ରସାଦ ପଣ୍ଡା ) ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଥାନା ପରିସରରେ ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅତିରିକ୍ତ ଗଜପତି ଜିଲ୍ଲା ସେସନ୍ ଜଜ୍ ବିଭୂପ୍ରସାଦ ପଣ୍ଡା ବିଚାରଣା କରି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ବାମିଡ଼ି ବାଲୁ ଓରଫ ବାଲାକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏହାସହ ୧୦ ହଜାର ଟଙ୍କା ଜରିମାନା ଓ ଅନାଦେୟସ୍ଥଳେ ଆହୁରି ୬ମାସ ଜେଲ୍ଦଣ୍ଡ ଭୋଗିବାକୁ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ନାବାଳିକାଙ୍କୁ କ୍ଷତାକ୍ତ କରିଥିବା ଅଭିଯୋଗରେ ୩ମାସ ଜେଲ୍ ଓ ଅପହରଣ ପାଇଁ ୩ ବର୍ଷ ଜେଲ୍ଦଣ୍ଡ ଏବଂ ୧ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ଅଭିଯୋଗରେ ଜରିମାନା ଅନାଦେୟସ୍ଥଳେ ଆହୁରି ଦୁଇମାସ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଦର୍ଶାଯାଇଛି।
ସେହିପରି ଜିଲ୍ଲା ଆଇନ ପ୍ରାଧିକରଣ ତରଫରୁ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦକୁ ୪ଲକ୍ଷ ଟଙ୍କା ପ୍ରଦାନ କରିବା ନିମନ୍ତେ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେସାଲ୍ ପବ୍ଲିକ୍ ପ୍ରସିକ୍ୟୁଟର ଆର.ଜନାର୍ଦ୍ଦନ ରାଓ ମାମଲାକୁ ପରିଚାଳନା କରିଥିବା ନେଇ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି। ଗତବର୍ଷ ଫେବ୍ରୁଆରି ୨୬ ତାରିଖ ସନ୍ଧ୍ୟାରେ ନାବାଳିକାଜଣକ ଟ୍ୟୁସନ୍କୁ ଯାଇ ଘରକୁ ଠିକ୍ ସମୟରେ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ। ଅଭିଯୁକ୍ତ ବି.ବାଲୁ ତାଙ୍କୁ କାର୍ରେ ଅପହରଣ କରି ଦୁଷ୍କର୍ମ ପରେ ଧମକ ଦେଇ ଚଳନ୍ତା ଗାଡ଼ିରୁ ଫୋପାଡ଼ି ଦେଇଥିବା ଜଣାପଡ଼ିଥିଲା । ପରେ ପୀଡ଼ିତାଙ୍କ ବାପା ଏନେଇ ପାରଳା ଥାନାରେ ଅଭିଯୋଗ କରିଥିଲେ ।
ପାରଳାଖେମୁଣ୍ଡି ସେଣ୍ଟ ଜୋସଫ ଇଂଲିଶ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ପାରଳାଖେମୁଣ୍ଡି, 21/12(ତାରିଣୀ ପ୍ରସାଦ ପଣ୍ଡା)

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଠାରେ ଥିବା ସେଣ୍ଟ ଜୋସଫ ଇଂଲିଶ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ସ୍କୁଲ ପରିସରରେ ରଙ୍ଗାରଙ୍ଗ ଆଲୋକର ସାଜସଜ୍ଜାରେ ଆଜି ସନ୍ଧ୍ୟାରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ରେଭ ବିସୋଫ ଡ଼. ସରୋଜ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିଲେ. ଗଜପତି ଜିଲ୍ଲା ୱେଲଫର ଅଫିସର ସୋଲମନ ରାଇକା, ଜେନେରାଲ ମ୍ୟାନେଜର ଡିଓସେସ ଫାଦର ପ୍ରଶାନ୍ତ କୁମାର ଦିଗାଲ, ଫାଦର ସୁରେଶ ଚନ୍ଦ୍ର ନାୟକ, ସିଷ୍ଟର ଜର୍ଜ ମେରୀ, ପ୍ରିନସିପାଲ ପାରଳାଖେମୁଣ୍ଡି ସେଣ୍ଟ ଜୋସେଫ ସ୍କୁଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳାର ସହିତ ବିଦ୍ୟା ଅର୍ଜନ କରି ଗଜପତି ଜିଲ୍ଲା ଓ ସେଣ୍ଟ ଜୋସେଫ ଇଂଲିଶ ମିଡିୟମ ସ୍କୁଲର ଆଦଶକୁ ବଜାୟ ରଖିବା ସହ ଦେଶ ଓ ସମାଜର ସେବା କରନ୍ତୁ ବୋଲି ଆୱାନ ଦେଇଥିଲେ. ବାର୍ଷିକ ଉତ୍ସବର ସାଧାରଣ ସଭାପରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବହୁ ଆକାଷଣୀୟ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଏହି କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଓ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ.
ଗଜପତିରେ ପୁଣି ଦାଦନ ଯନ୍ତ୍ରଣା….ଆନ୍ଧ୍ରପ୍ରଦେଶରେ ଗଜପତି ଶ୍ରମିକଙ୍କ ମୃତ୍ୟୁ, ମୃତଦେହକୁ ଆଣିବା ପାଇଁ ପ୍ରଶାସନକୁ ନିବେଦନ ପାରଳାଖେମୁଣ୍ଡି, 21/12 (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ପୁଣି ଦାଦନ ଯନ୍ତ୍ରଣା ଦେଖାଦେଇଛି. ଆନ୍ଧ୍ରପ୍ରଦେଶରେ ଗଜପତି ଜିଲ୍ଲାର ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ମୃତ ଶ୍ରମିକଙ୍କ ମୃତଦେହକୁ ଗଜପତିରେ ଥିବା ତାଙ୍କ ଗ୍ରାମକୁ ପହଞ୍ଚାଇବା ପାଇଁ ପରିବାରବର୍ଗ ଓ ଗ୍ରାମବାସୀ ପ୍ରଶାସନର ସହାୟତା ଲୋଡିଲେ. ଅର୍ଥାଭାବ ଯୋଗୁଁ ଘର ଛାଡ଼ି ରୋଜଗାର ଆଶାରେ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ଅକାଳରେ ଜୀବନ ଯାଇଛି। ମୃତକଜଣକ ହେଲେ ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ ପରିସର ପଞ୍ଚାୟତର ୬ ନମ୍ବର ୱାର୍ଡର ସେବିକା କରାଡ଼ଙ୍କ ଏକମାତ୍ର ପୁତ୍ର ନାଥନ କରାଡ଼. ଶୁକ୍ରବାର ରାତିରେ ଆନ୍ଧ୍ରପ୍ରଦେଶ ତିରୁପତିର ସିମ୍ସ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି। ସେ ପ୍ରାୟ ୪ବର୍ଷ ଧରି ତିରୁପତିରେ ଦାଦନ ଖଟୁଥିଲେ | ତାଙ୍କ ମୃତଦେହ ଗତକାଲି ଠାରୁ ତିରୁପତିର ଡାକ୍ତରଖାନାରେ ରହିଛି। ଅର୍ଥାଭାବରୁ ଶବକୁ ପରିବାରବର୍ଗ ଆଣିପାରୁ ନଥିବା ବେଳେ ପ୍ରଶାସନର ସାହାଯ୍ୟ ଲୋଡ଼ିଛନ୍ତି। ସୂଚନା ପ୍ରକାରେ ନାଥନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସହଯୋଗୀମାନେ ନିକଟସ୍ଥସିମ୍ସ ମେଡିକାଲରେ ଭର୍ତ୍ତି କରିଥିଲେ | ବିଳମ୍ବିତ ରାତି ୨ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ନାଥନଙ୍କ ମୃତ୍ୟୁ ପରେ ବିଧବା ମା’, ପତ୍ନୀ ଓ ଏକମାତ୍ର ଶିଶୁପୁତ୍ର ଏବେ ବେସାହାରା ହୋଇଯାଇଛନ୍ତି । ପରିସଲ ଗ୍ରାମରେ ଏହି ଖବର ପହଞ୍ଚିବା ପରେ ସରପଞ୍ଚ କୁମାରୀ କାର୍ଜୀଙ୍କ ସମେତ ଅଞ୍ଚଳବାସୀ ମିଶି ରା.ଉଦୟଗିରି ବିଡିଓ ଲରିମାନ ଖରସେଲଙ୍କୁ ନାଥନଙ୍କ ମୃତଦେହ ଆଣିବାରେ ପ୍ରଶାସନିକ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି।
ଗଜପତିରେ ଠିକାଦାର ଓ ପ୍ରଶାସନର ଛକାପଞ୍ଜାରେ ବଳି ପଡ଼ିଛି ମିଶନ ଶକ୍ତି କେଫେ

ପାରଳାଖେମୁଣ୍ଡି, 21/12(ତାରିଣୀ ପ୍ରସାଦ ପଣ୍ଡା)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ। ଉପାନ୍ତ ଅଞ୍ଚଳର ବିକାଶ ହେଲେ ରାଜ୍ୟର ବିକାଶ ହେବ ବୋଲି ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।ହେଲେ ସ୍ୱୟଂ ସହାୟକ ମହିଳା ମାନଙ୍କ ପାଇଁ ଯେଉଁ ଯୋଜନା କରାଯାଇଛି ତାହା ବାସ୍ତବରେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହେଉଛି।ସୂଚନା ମୁତାବକ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କାର୍ଯ୍ୟାଳୟ ପରିସରରେ ମା ସନ୍ତୋସି ସ୍ୱୟଂ ସହାୟକ ଦୋଳ ଦୀର୍ଘ ୧୦ ବର୍ଷ ଧରି କେଣ୍ଟିନ୍ ପରିଚାଳନା କରୁଥିବା ବେଳେ ଅସୁରକ୍ଷିତ ଭାବେ ଭଙ୍ଗା ଘରେ ରୋଷେଇ କରି ଆସୁଛନ୍ତି।ସ୍ୱୟଂ ସହାୟକା ମାନଙ୍କ ଆବଶ୍ୟକତାକ ଦୃଷ୍ଟି ଦେଇ ସରକାର ନୂତନ କେଫେ ଗୃହ ନିର୍ମାଣ ପାଇଁ ଅନୁଦାନ ପ୍ରଦାନ କରିଥିଲେ।କିନ୍ତୁ ଦୁଖଃ ଆଉ ପରିତାପର ବିଷୟ ଯେ ଉକ୍ତ କେଫେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ହେବାର ନାହିଁ ବୋଲି କହିଛନ୍ତି ମା ସନ୍ତୋସି ସ୍ୱୟଂ ସହାୟକା ଦଳର ସଭାପତି ବବିତା ପାଇକ,କୋଷାଧ୍ୟକ୍ଷ ସସ୍ମିତା ଦଳାଇ,ଭୂଦେବୀ ପାଇକ,ଲଳିନୀ ପାଇକ,ସରସ୍ବତୀ ଜେନା,ଲିଜ୍ଜା ଦଳାଇ ଓ ସନ୍ତୋସିନୀ ପାଇକ।ସେହିପରି ଦୀର୍ଘ ବର୍ଷ ଧରି ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ମନ୍ଥର ଗତିରେ ନିର୍ମାଣ କାର୍ଯ୍ୟ କରିବା ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି।ଏପଟେ ପେଟି ଠିକାଦାର ପ୍ରାପ୍ୟ ଟଙ୍କା ପ୍ରଦାନରେ ବିଳମ୍ବ ଏବଂ ଅସହଯୋଗ ହୋଇଛି।ଏନେଇ ବିଡ଼ିଓ ଦୁଲାରାମ ମାରାଣ୍ଡି ପେଟି ଠିକାଦାର ଉକ୍ତ କୋଠାକୁ ଅକ୍ତିଆର କରି ଅସାମାଜିକ କାର୍ଯ୍ୟକଳାପ କରୁଥିବା ଜାଣି ସେରଙ୍ଗ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ଏବଂ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଗଜପତି ରାୟଗଡ଼ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଜ୍ୟ ସ୍ତରରେ ପୁରସ୍କୃତ

ପାରଳାଖେମୁଣ୍ଡି, 21/12(ତାରିଣୀ ପ୍ରସାଦ ପଣ୍ଡା )
ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ସଦରମହକୁମା ଠାରେ ଅବସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଜ୍ୟ ସ୍ତରୀୟ ସର୍ଗୀଫୁଲ କାର୍ଯ୍ୟକ୍ରମ ରେ ଅନୂସଚୀତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଠାରୁ ଗତ ବର୍ଷ ର ବାର୍ଷିକ ପରୀକ୍ଷାରେ ଶତକଡା ଶହେ ପ୍ରତିଶତ ଫଳାଫଳ ହାସଲ କରିଥିବାରୁ ରାଜ୍ୟର ମୋଟ ୫୦ ଶ୍ରେଷ୍ଠ ବିଦ୍ୟାଳୟ ତାଲିକା ରେ ଅଷ୍ଟମ ସ୍ଥାନ ଅଧିକାର କରି ବେଶ ପ୍ରଶଂସିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସୁରଶ କୁମାର ସାହୁକାର ଉପସ୍ଥିତ ରହିବା ସହ ରାଜ୍ୟ ସ୍ତରୀୟ ସମ୍ମାନ ଗ୍ରହଣ କରିଥିଲେ। ତତ୍ ସହିତ ଶ୍ରେଷ୍ଠ ୧୦୦ ଜଣ ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ବିଦ୍ୟାଳୟର ମୁନାଶ୍ୱରୀ ରଇତ ୬୮ତମ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛନ୍ତି ସେହିପରି ରାଜ୍ୟ ସ୍ତରରେ ଶ୍ରେଷ୍ଠ ୧୦ ମାଧ୍ୟମିକ ବିଦ୍ୟାଳୟ ରେ ମଧ୍ୟ ଏହି ବିଦ୍ୟାଳୟ ର ମାଧ୍ୟମିକ ବିଭାଗ ୨ୟ ସ୍ଥାନ ହାସଲ କରିଥୂବାରୁ ବିଦ୍ୟାଳୟ ର ଭାର ପ୍ରାପ୍ତ ଅଧଖ୍ୟ ଶ୍ରୀ ଜିତେନ୍ଦ୍ର କୁମାର ମୁଦୁଲି ମଧ୍ୟ ପୁରସ୍କାର ଗ୍ରହଣ କରିଥିଲେ।ଗତବର୍ଷ+2 ଶ୍ରେଣୀ ର ଛାତ୍ର ନୀଳକଣ୍ଠ ଶବର ପୁରସ୍କାର ଲାଭ କରିଛନ୍ତି। ଏହି ସଫଳତା ହାସଲ କରିଥିବାରୁ ସ୍ଥାନୀୟ ଗ୍ରାମବାସୀ ଓ ଅଭିଭାବକ ଓ ଅଭିଭାବିକା ଏବଂ ବ୍ଲକ ଚେୟାର ମ୍ୟାନ ଶ୍ରୀମତୀ ପୂର୍ଣବାସୀ ନାୟକ, ଉପାଧ୍ୟକ୍ଷ ଶ୍ରୀ ଜ୍ୟୋତି ପ୍ରସାଦ ପାଣି ଏବଂ ପୂର୍ବତନ ଏସ୍ ଡି ସି ଅଧ୍ୟକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଭୂୟସୀ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ବିଶେଷ କରି ବର୍ତ୍ତମାନ ର ପ୍ରଧାନ ଶିକ୍ଷକ ଶ୍ରୀ ସୁରେଶ କୁମାର ସାହୁକାର ଯୋଗ ଦେବାପରେ ଏହି ବିଦ୍ୟାଳୟ ର ଶୈକ୍ଷିକ ବାତାବରଣ ସହିତ ବିଦ୍ୟାଳୟ ର ସୈନ୍ଦର୍ଯ୍ୟ ଓ ଶୃଙ୍ଖଳା ଓ କ୍ରୀଡା କ୍ଷେତ୍ରରେ ରେ ଶ୍ରେଷ୍ଠ ସ୍ଥାନ ରେ ରହିଛି।












Leave a Reply