ବାଲିମେଳା ସହରରେ ଥିବା ନବୋଦୟ ବିଦ୍ୟାଳୟ-୨ ପରିସରରେ ସିନିୟର୍ ଜୁନିଅର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ
କେୟାର ଟେକରଙ୍କୁ କରାଯାଇଛି ଚାକିରିରୁ କରାଯାଇଛି ବହିସ୍କୃତ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ସହରରେ ଥିବା ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ-୨ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହେବା ସହ ମାରପିଟ୍ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଯେହେତୁ ଛାତ୍ରଛାତ୍ରୀ ମାନେ ଘର ଠାରୁ ଦୂରରେ ହଷ୍ଟେଲରେ ରହୁଛନ୍ତି। ସେଥିପାଇଁ ଅବିଭାବକ ମାନେ ପିଲାମାନଙ୍କୁ କିଛି ଶୁଖିଲା ଖାଦ୍ୟ ନିଜ ପାଖରେ ରଖିବା ପାଇଁ ଦେଇଥାନ୍ତି। ତେବେ ଗତ ଚାରି ଦିନ ପୂର୍ବେ ଜଣେ ନବମ ଶ୍ରେଣୀର ଛାତ୍ର ଆଉ ଜଣେ ନବମ ଶ୍ରେଣୀର ଛାତ୍ରର କିଛି ଖାଦ୍ୟ ଖାଇ ନେଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।ଏ ବିଷୟରେ ଏକାଦଶ ଶ୍ରେଣୀର ଛାତ୍ରଙ୍କ କ୍ୟାପଟେନ୍ ଏବଂ କେୟାର ଟେକର ଜାଣିବା ପରେ ନବମ ଶ୍ରେଣୀର କେତେକ ଛାତ୍ରଙ୍କୁ ଏକାଦଶ ଶ୍ରେଣୀର ଛାତ୍ରାବାସକୁ ଡାକି ପଚରାଉଚରା କରିବା ସହ ଉକ୍ତ ଛାତ୍ରକୁ ନିର୍ଧୁମ ମାଡ଼ ମାରିଥିଲେ।
ତାଙ୍କ ସହ କେୟାର ଟେକର ବିଶ୍ଵଜିତ ସରକାର ମଧ୍ୟ ନବମ ଶ୍ରେଣୀ ଛାତ୍ର ମାନଙ୍କୁ ବାରମ୍ବାର ପାଣି ପିଆଇ ପିଆଇ ମାଡ଼ ମାରି ଚାଲିଥିଲେ। ଫଳରେ କେତେକ ଛାତ୍ରଙ୍କର ପରିସ୍ରା ହୋଇ ଯାଇଥିଲା। ପରିସ୍ରା କରିବା ପରେ ମଧ୍ୟ ଛାତ୍ର ମାନଙ୍କୁ ଛାଡ଼ି ନଥିଲେ ପୁଣି ଥରେ ପାଣି ପିଆଇ ମାଡ ମାରି ଚାଲିଥିଲେ ବୋଲି ଅଭିଯୋଗ ହୋଇଛି । ଯାହା ଫଳରେ ନବମ ଶ୍ରେଣୀର ଛାତ୍ରଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି। ସେହିପରି ଏକାଦଶ ଶ୍ରେଣୀର ଛାତ୍ର କ୍ୟାପଟେନ୍ ନିୟୋଜିତ ହୋଇଥାନ୍ତି ହଷ୍ଟେଲରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କିନ୍ତୁ କ୍ୟାପଟେନ୍ ମଧ୍ୟ ଏଥିରେ ସମ୍ପୃକ୍ତ ରହିବା ଠିକ୍ ନୁହେଁ ବୋଲି ଅବିଭାବକମାନେ ଅଭିଯୋଗ କରିଛନ୍ତି।ଏ ସମ୍ପର୍କରେ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ରାମୁ ରାଚାଙ୍କୁ ପଚାରିବାରୁ ଉଭୟ ଅବିଭାବକଙ୍କ ଡକାଇ ଆଲୋଚନା ମାଧ୍ୟମରେ ବୁଝାମଣା କରାଯାଇଛି ବୋଲି କହିଛନ୍ତି । ଏହି ଘଟଣାକୁ ନେଇ ସ୍କୁଲ କତୃପକ୍ଷ ଏକାଦଶ ଶ୍ରେଣୀର ୭ ଜଣ ଛାତ୍ରଙ୍କୁ ଏକ ସପ୍ତାହ ପାଇଁ ନିଲମ୍ବିତ କରାଯାଇଥିବା ବେଳେ କେୟାର ଟେକର ବିଶ୍ଵଜିତ ସରକାରକୁ ଚାକିରିରୁ ବହିଷ୍କୃତ କରାଯାଇଛି ବୋଲି ସ୍କୁଲ ଅଧକ୍ଷ ଶ୍ରୀ ଚାରା କହିଛନ୍ତି।ଏହି ଘଟଣାକୁ ନେଇ କେତେକ ଅବିଭାବକ ଏବେବି ଭୟଭୀତ ହୋଇ ରହିଛନ୍ତି। ବିଦ୍ୟାଳୟ କତ୍ତୃପକ୍ଷ ଏବଂ ଅବିଭାବକଙ୍କ ମଧ୍ୟରେ କୌଣସି ସମାଧାନ ହୋଇନାହିଁ ବୋଲି କିଛି ଅବିଭାବକ କହିଛନ୍ତି। ଏହା ସହିତ ବିଦ୍ୟାଳୟରେ ଏଭଳି ଘଟଣାର ପୁନରାବୃତ୍ତିକୁ ଆଶଙ୍କା କରି ୫ ଜଣ ଅବିଭାବକ ତାଙ୍କ ନିଜ ନିଜ ପିଲାମାନଙ୍କୁ ଘରକୁ ନେଇ ଆସିଥିବା ଜଣାପଡିଛି। ବାଲିମେଳା ନବୋଦୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଏବଂ ନବମ ଶ୍ରେଣୀ ଛାତ୍ରଙ୍କ ମଧ୍ୟରେ କାହିଁକି ଗଣ୍ଡଗୋଳ ହେଲା କେତେକ ଅବିଭାବକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପଚାରିବାରୁ ଦୀର୍ଘ ଚାରି ଦିନ ପରେ ଗଣ୍ଡଗୋଳ ସମ୍ପର୍କରେ ମୋ ନଜରକୁ ଆସିଲା ବୋଲି ଅଧ୍ୟକ୍ଷ ସ୍ବୀକାର କରିଛନ୍ତି। ଯଦି ଏହି ଘଟଣାର ତୁରନ୍ତ ସମାଧାନ କରାନଯାଏ ତେବେ ଉଭୟ ଏକାଦଶ ଏବଂ ନବମ ଶ୍ରେଣୀର ଛାତ୍ର ମାନଙ୍କ ପାଠପଢା ବାଧାପ୍ରାପ୍ତ ହେବା ସହିତ ବିଦ୍ୟାଳୟର ଶୈକ୍ଷିକ ପରିବେଶ ନଷ୍ଟ ହେବା ଅନୁମାନ କରାଯାଉଛି।












Leave a Reply