ବୌଦ୍ଧ : ପିମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରବନ୍ଧନ ସମିତି ବୈଠକ ଅନୁଷ୍ଠିତ..

Spread the love

ବୌଦ୍ଧ : ପିମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରବନ୍ଧନ ସମିତି ବୈଠକ ଅନୁଷ୍ଠିତ..

ବୌଦ୍ଧ କୁନା ଦିଗାଲ (ଦର୍ଶନ ସମୀକ୍ଷା) ଜିଲ୍ଲା ପିମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଚଳିତ 2025-26 ଶିକ୍ଷା ବର୍ଷ ପାଇଁ ପ୍ରବନ୍ଧନ ସମିତିର ଦ୍ବିତୀୟ ବୈଠକ ୨୦୨୫ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସନକ ମେହେର ସମିତିର ସଦସ୍ୟ ମାନଙ୍କୁ ସ୍ବାଗତ କରିଥିଲେ l ବିଦ୍ୟାଳୟର ସୁପରିଚାଳନା ପାଇଁ ଆବଶ୍ୟକ ପ୍ରସ୍ତାବ ଗୁଡିକ ଅଧ୍ୟକ୍ଷଙ୍କ ଦ୍ବାରା ସମିତି ସମ୍ମୁଖରେ ଆଲୋଚନା ପାଇଁ ଉପସ୍ଥାପିତ ହୋଇଥିଲା l ବୈଠକରେ ବିଦ୍ୟାଳୟ ପ୍ରବନ୍ଧନ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକ ପ୍ରସ୍ତାବ ଗୁଡିକର ଆସୁସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ସମ୍ବନ୍ଧରେ ଆଲୋଚନା କରି ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ l ବୈଠକରେ ସହକାରୀ ଜିଲ୍ଲାପାଳ ସୁଶ୍ରୀ ଚାନ୍ଦିନୀ ମେହେର, ଜିଲ୍ଲା ଶିକ୍ଷା ଅଧିକାରୀ ତେମଲାଲ ଦୁବେ, ପିମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ବ୍ରହ୍ମଦେଓ ପ୍ରସାଦ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରତିନିଧି ଡାକ୍ତର ସଂଘମିତ୍ର ପଣ୍ଡା, ଶ୍ରୀ ପ୍ରକାଶ ଧଳ ଜେଟିଓ, ବିଏସଏନଏଲ, ଶ୍ରୀ ଭୁବନେଶ୍ୱର ମିଶ୍ର, ଶାସ୍ତ୍ରୀୟ ଗାୟକ ଏବଂ ତବଲା ବାଦକ, ଅଭିଭାବକ ଶ୍ରୀ ଅଶ୍ୱନୀ ମହାପାତ୍ର ଓ ଶ୍ରୀମତି ଜୟନ୍ତି କର୍ଣ୍ଣ (ଶିଖିକା) ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତି ରାଜଲକ୍ଷ୍ମୀ ବିଶ୍ବାଳ ଧନ୍ୟବାଦ ଜ୍ଞାପନ କରିଥିଲେ l

Leave a Reply

Your email address will not be published. Required fields are marked *