Spread the love

ବୌଦ୍ଧ : ଦଲାଲ୍ ମୁକ୍ତ କରିବାପାଇଁ ଶ୍ରମ ଅଧିକାରୀ ଙ୍କ ଆଉ ଏକ ପ୍ରୟାସ ଜାରି..

ବୌଦ୍ଧ : କୁନା ଦିଗାଲ (ଦର୍ଶନ ସମୀକ୍ଷା)

ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ନିର୍ମାଣ ଶ୍ରମିକ ଙ୍କ ଠାରୁ ବିଭିନ୍ନ ସମୟରେ ଟଙ୍କା ଠକେଇ ହେଉଛି l ନିର୍ମାଣ ଶ୍ରମିକ କାର୍ଡ କରାଇଦେବା, ନିଯୁକ୍ତିଦାତା ପ୍ରମାଣପତ୍ର ଦେବାକୁ କହି ଦଲାଲ୍ ମାନେ ଶ୍ରମିକ ଙ୍କ ଠାରୁ ଟଙ୍କା ଲୁଟୁଥିବା ଅଭିଯୋଗ ହେଉଛି l ଏନେଇ ବୌଦ୍ଧ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ନିର୍ମାଣସ୍ଥଳରେ ଏ ସମ୍ପର୍କରେ ଶ୍ରମିକମାନ ଙ୍କୁ ସଚେତନ କରିଛନ୍ତି l ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ, ବୌଦ୍ଧ ସୁଶ୍ରୀ କନ୍ୟା କୁମାରୀ ସାହୁ ବୌଦ୍ଧ ବ୍ଲକ୍ ଅଧୀନରେ ଥିବା ବିଭିନ୍ନ ଅଞ୍ଚଳ ଯଥା ଜଗତି , ଗିରସୀଙ୍ଗା, ମୁର୍ଶୁଣ୍ଡି ରେ ନିର୍ମାଣାଧୀନ ଥିବା କାର୍ଯ୍ୟସ୍ଥଳୀ ଗୁଡ଼ିକୁ ପରିଦର୍ଶନ କରିଥିଲେ l ନିର୍ମାଣାଧୀନ କାର୍ଯ୍ୟରେ ଥିବା ଶ୍ରମିକ ମାନଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ବିଷୟରେ ଅବଗତ କରାଇଥିଲେ l ସେହିପରି ନିୟୋଜିତ ଥିବା ଶ୍ରମିକ ମାନଙ୍କୁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜିକରଣ ପାଇଁ ନିଯୁକ୍ତିଦାତା ପ୍ରମାଣପତ୍ର ପ୍ରଦାନ କରିଥିଲେ l ନିର୍ମାଣ ଶ୍ରମିକ ପଞ୍ଜିକରଣ ପାଇଁ ୨୦ ଟଙ୍କା ଓ ବାର୍ଷିକ ଦେୟ ପାଇଁ ୫୦ ଟଙ୍କା ନିର୍ମାଣ ଶ୍ରମିକ ଅନଲାଇନ୍ ପୋର୍ଟାଲ୍/ ଶ୍ରମିକ ସାଥୀ ମୋବାଇଲ ଆପ ମାଧ୍ୟମରେ ଦାଖଲ କରାଯାଏ ବୋଲି ସେ ସଚେତନ କରିଥିଲେ l ଶ୍ରମିକମାନଙ୍କର ନିର୍ମାଣ ଶ୍ରମିକ ପଞ୍ଜିକରଣ, ବାର୍ଷିକ ଦେୟ ଓ ସହାୟତା ପାଇବାପାଇଁ କୌଣସି ସମସ୍ୟା ଥିଲେ ଦଲାଲ୍ ମାନଙ୍କ ଦ୍ବାରା ପ୍ରଲୋଭିତ ନ ହୋଇ ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ, ବୌଦ୍ଧ ରେ ଯୋଗାଯୋଗ କରିବାକୁ ଶ୍ରମିକ ମାନଙ୍କୁ ସଚେତନ କରି ସୂଚନା ଦେଇଛନ୍ତି ବୌଦ୍ଧ ଶ୍ରମ ଅଧିକାରିଣୀ l

Leave a Reply

Your email address will not be published. Required fields are marked *