Spread the love

ଗଜପତିରେ ଜିଲ୍ଲାସ୍ତରୀୟ ଜୁନିଅର ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ
ପାରଳାଖେମୁଣ୍ଡି,୧୮.୧୨(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଗଣ୍ଡାହାତୀ ଠାରେ ଏକାଦଶତମ ଜିଲ୍ଲା ଜୁନିଅର ରେଡକ୍ରସର ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ଜିଲ୍ଲା ଜୁନିଅର ରେଡକ୍ରସ ଉପ-ସଭାପତି ତଥା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ.ଗିରିଧାରୀଙ୍କ ଅଧ୍ୟକ୍ଷତାରେରେ ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ, ମୋହନା ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ବିଶିଷ୍ଟ ଅତିଥି ରୂପେ ମନୋଜ କୁମାର ବେହେରା, ମୁଖ୍ୟବକ୍ତା ସିଦ୍ଧାର୍ଥ ଶଙ୍କର ପାଠୀ, ସମ୍ମାନିତ ଅତିଥି ରୂପେ ସରକାରୀ ଉଚ୍ଚ ବିଦ୍ୟାଳୟ ବାପୁଜୀ ପେଣ୍ଠର ପ୍ରଫୁଲ୍ଲ ବରାଡ଼, ଗଣ୍ଡାହାତୀ ବିଦ୍ୟାଳୟର ସହକାରୀ ଶିକ୍ଷକ ହେମନ୍ତ ପାଇଲ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶୋକ ଦଳାଇ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଜୁନିଅର ରେଡକ୍ରସ ସମ୍ପାଦକ ସୁରେନ୍ଦ୍ର କୁମାର ପାତ୍ର, ଜିଲ୍ଲା ଜୁନିଅର ରେଡକ୍ରସ ସହ-ସମ୍ପାଦକ ସିଦ୍ଧାର୍ଥ ଶଙ୍କର ପାଠୀ, ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ସଂଜୀବ କୁମାର ଦାସ, ଜିଲ୍ଲା ସମ୍ବଳସାଧନ କର୍ମୀ ମୁକ୍ତିକାନ୍ତ ମଲ୍ଲିକ୍ , ରାୟଗଡ ବ୍ଲକ ସଂଯୋଜକ ନୀତେଶ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ୪୫୦ ଜଣ ଜୁନିଅର ଏବଂ ୧୭୦ ଜଣ ପରାମର୍ଶ ଦାତା ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ ବିଦ୍ୟାଳୟରେ ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିରକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପରିଚାଳନା କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *