ମାଲକାନଗିରି // ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ପୁନର୍ବାର ସ୍କୁଲରେ ନାମ ଲେଖାଇବା ପାଇଁ ପଞ୍ଚାୟତବାସୀଙ୍କୁ କରାଗଲାସଚେତନ

Spread the love

ଶିକ୍ଷା ବିଭାଗ ପକ୍ଷରୁ ତେନ୍ତୁଳିଗୁଡା ସ୍କୁଲରେ ଅନୁଷ୍ଠିତ ହେଲା ଆସ ଆମେ ସ୍କୁଲ ଯିବା ଅଭିଯାନ

ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ପୁନର୍ବାର ସ୍କୁଲରେ ନାମ ଲେଖାଇବା ପାଇଁ ପଞ୍ଚାୟତବାସୀଙ୍କୁ କରାଗଲା
ସଚେତନ

ମାଲକାନଗିରି। ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା
ରାଜ୍ୟ ସରକାର ତଥା ରାଜ୍ୟ ଗଣ ଶିକ୍ଷା ବିଭାଗର ନିର୍ଦ୍ଧେଶ କ୍ରମେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୌଣସି କାରଣରୁ ଅଧାରୁ ପାଠ ଛାଡିଥବା ଛାତ୍ରୀ ଛାତ୍ର ମାନଙ୍କୁ ଶିକ୍ଷା ବିଭାଗର କତୃପକ୍ଷ ତୁରନ୍ତ ଚି଼ହ୍ନଟ କରି ଏବଂ ସେମାନଙ୍କ ଅଭିଭାବକ ମାନଙ୍କୁ ବୁଝାଇ ଉକ୍ତ ପିଲାମାନେ କିପରି ପୁନର୍ବାର ସ୍କୁଲରେ ନାମ ଲେଖାଇ ନିୟମିତ ଭାବେ ପାଠ ପଢିସମାଜର ମୂଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ସେ ନେଇ ଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ଜାରୀ ରହିଛି।ଏଥି ନିମନ୍ତେ ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗର ନିର୍ଦ୍ଧେଶ କ୍ରମେ କୋରୁକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଅସିତ ମିସ୍ତ୍ରୀଙ୍କ ତତ୍ୱାବଧାନରେ କୋରୁକୋଣ୍ଡା ବ୍ଲକ ଶିକ୍ଷା ବିଭାଗ ଅଧିନସ୍ତ ବିଭିନ୍ନ ପଞ୍ଚାୟତରେ” ଆସ ଆମେ ସ୍କୁଲ ଯିବା ଅଭିଯାନ ” ଭଳି କାର୍ଯ୍ୟକ୍ରମ ଜାରୀ ରହିଛି। ଏ ନେଇ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯିବା ସହିତ ବିଦ୍ୟାଳୟର ଛାତ୍ରୀ ଛାତ୍ର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସ୍କୁଲ କତୃପକ୍ଷ ଗାଁ ଗାଁରେ ଶୋଭାଯାତ୍ରା କରି ଅଞ୍ଚଳବାସୀଙ୍କୁ ସଚେତନ କରୁଛନ୍ତି।
ଗୁରୁବାର କୋରୁକୋଣ୍ଡା ବ୍ଲକ ପୁରୁଣା ଚି଼ମଟାପାଲି ପଞ୍ଚାୟତ ଅଧିନସ୍ତ ତେନ୍ତୁଳିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିଆରସିସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଆସ ଆମେ ସ୍କୁଲ ଯିବା ଅଭିଯାନ କାର୍ଯ୍ୟକ୍ରମ ନିମନ୍ତେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସଭାପତି ଭାବେ ବରିଷ୍ଠ ଶିକ୍ଷକ କୃଷ୍ଣ କାନ୍ତ ସରଦାର,ମୂଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା,ସମ୍ମାନିତ ଅତିଥି ଭାବେ ଶିକ୍ଷକ ଲଳିତ ସାମଲ ଓ ଶରତ ଚନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭାରେ ବିଦ୍ୟାଳୟର ଛାତ୍ରୀ ଛାତ୍ରଙ୍କ ସହିତ ପଞ୍ଚାୟତର ସମସ୍ତ ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟତ୍ରୀଏବଂ ପିଲାମାନଙ୍କର ଅଭିଭାବକ ଓ ଉକ୍ତ ପଞ୍ଚାୟତର ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।ସୂଚନା ଥାଉକି ୬ ବର୍ଷରୁ ୧୮ ବର୍ଷ ବୟସ ଭିତରେ କୌଣସି କାରଣରୁ ଅଧାରୁ ପାଠ ଛାଡିଥିବା ତଥା ଡ୍ରପ ଆଉଟ ପିଲା ମାନଙ୍କୁ ଚିହ୍ନଟ କରି ବିଦ୍ୟାଳୟରେ
ଓ ଏସଆଇଓଏସରେ ନାମ ଲେଖାଇ
ଶିକ୍ଷାର ମୂଖ୍ୟ ସ୍ରୋତରେ ସାମିଲ କରିବା ଏବଂ ଅଞ୍ଚଳରେ ଡ୍ରପ ଆଉଟ ପିଲାଙ୍କ ସଂଖ୍ୟା ହ୍ରାସ କରିବା ଏବଂ ସୁସ୍ଥ ଶିକ୍ଷିତ ସମାଜ ଗଠନ କରିବା ପାଇଁ ଏହି ଶିକ୍ଷା ସଭାର ମୂଳ ଲକ୍ଷ
ଓ ଉଦେଶ୍ୟ ବୋଲି ମୂଖ୍ୟ ବକ୍ତା ଶ୍ରୀ ବେହେରା କହିଥିଲେ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରୀ ଛାତ୍ର ମାନେ ଗାଁ ଗାଁରେ ପଦଯାତ୍ରା କରି ଲୋକଙ୍କୁ ସଚେତନ କରାଇବା ସହିତ ଶିକ୍ଷା ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପ୍ରଚାର ପତ୍ରିକା ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *