ମାଲକାନଗିରି // ବୁଟିଗୁଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ନିରନ୍ତର ବିକାଶ ଲକ୍ଷ୍ୟର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ତରଫରୁ ଏକ ଚିତ୍ରାଙ୍କନ, ତର୍କ ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

Spread the love

ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ପ୍ରସଙ୍ଗ ଉପରେ ଚିତ୍ରାଙ୍କନ, ତର୍କ ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତା

ମାଲକାନଗିରି। ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା
ସ୍ଥାନୀୟ ବୁଟିଗୁଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ନିରନ୍ତର ବିକାଶ ଲକ୍ଷ୍ୟର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ତରଫରୁ ଏକ ଚିତ୍ରାଙ୍କନ, ତର୍କ ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜୁନିୟର ଗ୍ରୁପରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ସିନିୟର ଗ୍ରୁପରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାକୁ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟର ଉପ-ନିର୍ଦ୍ଦେଶକ ଶ୍ରୀ ଗୋଲକ ଚନ୍ଦ୍ର ଦଲାଇ ପରିଚାଳନା କରିଥିଲେ ଏବଂ କାର୍ଯ୍ୟାଳୟର ଅନ୍ୟ ଅଧିକାରୀ, କର୍ମଚାରୀ ଓ ବୁଟିଗୁଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଜୁନିୟର ଗ୍ରୁପ ରେ ଅର୍ଜୁନ ହନ୍ତାଳ ପ୍ରଥମ, କୃଷ୍ଣ ଶୀଶା ଦ୍ଵିତୀୟ, ଆଶିଷ କୁମାର ସାବତ ତୃତୀୟ ସ୍ଥାନ ହାସଲ କରିବା ସ୍ଥଳେ ତରୁଣ ଜିରାମ, ସୁକାନ୍ତ ସୋଡି ସାନ୍ତ୍ଵନା ମୂଳକ ପୁରସ୍କାର ପାଇବା ପାଇଁ ଚୟନ ହୋଇଛନ୍ତି । ପୁନଶ୍ଚ, ସିନିୟର ଗ୍ରୁପରେ ଦିନେଶ କୁମାର ସାହୁ ପ୍ରଥମ, କୃଷ୍ଣ ମୁଦୁଲି ଦ୍ଵିତୀୟ , ଅମୃତ ମଣ୍ଡଳ ତୃତୀୟ ସ୍ଥାନ ହାସଲ କରିବା ସ୍ଥଳେ ପିଣ୍ଟୁ ମାଡକାମୀ ଓ କୁମାରୀ ତୁଳସୀ ମଣ୍ଡଳ ସାନ୍ତ୍ଵନା ମୂଳକ ପୁରସ୍କାର ପାଇବା ପାଇଁ ଚୟନ ହୋଇଛନ୍ତି । ତର୍କ ପ୍ରତିଯୋଗିତା ଜୁନିୟର ଗ୍ରୁପ ରେ କୁମାରୀ ସୋନାକ୍ଷୀ ମହାପାତ୍ର ଓ କୁମାରୀ ସୁପ୍ରଭା ନାୟକ ପ୍ରଥମ, କୁମାରୀ ଆୟୁଷୀ ପଣ୍ଡା ଦ୍ଵିତୀୟ , କୁମାରୀ ଶ୍ଵେତା ଶତରୂପା ପଣ୍ଡା ତୃତୀୟ ସ୍ଥାନ ହାସଲ କରିବା ସ୍ଥଳେ କୁମାରୀ ଶ୍ରଦ୍ଧା କୀର୍ତ୍ତନିୟା, ତ୍ରିନାଥ ମଟାମ ଓ କୁମାରୀ ନମ୍ରତା ନିହାରିକା ସାନ୍ତ୍ଵନା ମୂଳକ ପୁରସ୍କାର ପାଇବା ପାଇଁ ଚୟନ ହୋଇଛନ୍ତି ପୁନଶ୍ଚ, ସିନିୟର ଗ୍ରୁପରେ ରୁଦ୍ର ପ୍ରସାଦ ଗୌଡ ପ୍ରଥମ, କୁମାରୀ ବିଦିଶା ମହାନ୍ତି ଦ୍ଵିତୀୟ , ଓମ୍ ମହାନ୍ତି ଓ କୁମାରୀ ତେଜସ୍ଵିନୀ ମିଶ୍ର ତୃତୀୟ ସ୍ଥାନ ହାସଲ କରିବା ସ୍ଥଳେ ଶିବ ମଟାମ, କୁମାରୀ ତପସ୍ଵିନୀ ଓଝା ଓ ତୋଫାନ ଚୌଧୁରୀ ସାନ୍ତ୍ଵନା ମୂଳକ ପୁରସ୍କାର ପାଇବା ପାଇଁ ଚୟନ ହୋଇଛନ୍ତି । ପ୍ରଶ୍ନୋତ୍ତର ପ୍ରତିଯୋଗିତା ଜୁନିୟର ଗ୍ରୁପ ରେ ଦିବାକର ମଣ୍ଡଳ ପ୍ରଥମ, କୁମୁଦ ପି. ଅଜମେରା ଦ୍ଵିତୀୟ , କୁମାରୀ ରଶ୍ମିତା ପଡିଆରି ତୃତୀୟ ସ୍ଥାନ ହାସଲ କରିବା ସ୍ଥଳେ କୁମାରୀ ନମ୍ରତା ନିହାରିକା, କ୍ରୀଷ୍ଣା ସରକାର, କୁମାରୀ ଅନ୍ନପୂର୍ଣ୍ଣା ତ୍ରିପାଠୀ ଓ ଜଗମୋହନ ସ୍ଵାଇଁ ସାନ୍ତ୍ଵନା ମୂଳକ ପୁରସ୍କାର ପାଇବା ପାଇଁ ଚୟନ ହୋଇଛନ୍ତି । ପୁନଶ୍ଚ, ସିନିୟର ଗ୍ରୁପରେ କୁମାରୀ ପରାୟଣୀ ହଂସଦା ପ୍ରଥମ, କୁମାରୀ ଶୁଭଶ୍ରୀ ଇସାଲବତ ଦ୍ଵିତୀୟ , ମଣିର।ମ ଧାରୁଆ ତୃତୀୟ ସ୍ଥାନ ହାସଲ କରିବା ସ୍ଥଳେ ବାପି ବର୍ମନ , ରମେଶ ମାଡକାମୀ ଓ କୁମାରୀ ତେଜସ୍ଵିନୀ ମିଶ୍ର ସାନ୍ତ୍ଵନା ମୂଳକ ପୁରସ୍କାର ପାଇବା ପାଇଁ ଚୟନ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *