ଗଜପତି,// 10 ଘଣ୍ଟା ପରିବର୍ତ୍ତେ 12 ଘଣ୍ଟାରେ ଖୋଲିଲା ଭତ୍ତା ପ୍ରଦାନ କେନ୍ଦ୍ର, ହିତାଧିକାରୀମାନଙ୍କ ଠାରେ ଅସନ୍ତୋଷ -ପାରଳାଖେମୁଣ୍ଡି ରୁ ତାରିଣୀ ପ୍ରସାଦ ପଣ୍ଡା ଦର୍ଶନ ସମୀକ୍ଷା

Spread the love

ଗଜପତି: 10 ଘଣ୍ଟା ପରିବର୍ତ୍ତେ 12 ଘଣ୍ଟାରେ ଖୋଲିଲା ଭତ୍ତା ପ୍ରଦାନ କେନ୍ଦ୍ର, ହିତାଧିକାରୀମାନଙ୍କ ଠାରେ ଅସନ୍ତୋଷ ପାରଳାଖେମୁଣ୍ଡି,16/12(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଭତ୍ତା ପ୍ରଦାନ ପାଇଁ ପାରଳାଖେମୁଣ୍ଡି ସହରର ଟାଉନ ହଲ ଠାରେ ଭତ୍ତା ବିତରଣ କେନ୍ଦ୍ର ରହିଛି. ହେଲେ ଏହାର ଦାୟିତ୍ୱରେ ଥିବା କର୍ମଚାରୀ ସକାଳ 10 ଘଣ୍ଟା ପରିବର୍ତ୍ତେ ମାଧହ୍ନ 12 ଘଣ୍ଟା ସମୟରେ ଭତ୍ତା ବିତରଣ କେନ୍ଦ୍ର ଖୋଲିବା ନେଇ ଭତ୍ତା ନେବାକୁ ଆସିଥିବା ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି. ଏଠାରେ ସୂଚନାଯୋଗ୍ୟଯେ, ଗଜପତି ଜିଲ୍ଲାରେ ସରକାରଙ୍କ ଅନେକ ଯୋଜନାରେ ଭିନ୍ନ ଭିନ୍ନ ଭତ୍ତା ପ୍ରଦାନ କରାଯାଉଛି । ଏହି ଭତ୍ତା ଗୁଡିକ ସଠିକ୍ ସମୟରେ ହିତାଧୂକାରୀମାନଙ୍କୁ ପ୍ରଦାନ ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଛି । ହେଲେ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୌରପରିଷଦର ଟାଉନହଲ୍ ଠାରେ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ଭତ୍ତାକାରୀଙ୍କୁ ସମୟାନୁବର୍ତ୍ତୀ କ୍ରମେ ଭତ୍ତା ପ୍ରଦାନ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଟାଉନହଲ୍ ପରିସରରେ ଥିବା ଭତ୍ତା ବିତରଣ କକ୍ଷ ଦାୟିତ୍ବରେ ଥ‌ିବା କର୍ମଚାରୀ ଜଣକ ସକାଳ ୧୦ ଘଣ୍ଟା ପରିବର୍ଭେ ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ କାର୍ଯାଳୟ ଖୋଲିଥିଲେ । ଯଦ୍ୱାରା ଦୁରଦୂରାନ୍ତ ଅଞ୍ଚଳରୁ ଆସିଥିବା ଭତ୍ତାକାରୀମାନେ ଘଣ୍ଟା ଘଣ୍ଟା ଧରିଅପେକ୍ଷା କରି ନିରାଶ ହୋଇଥିଲେ. କାର୍ଯ୍ୟାଳୟ ପକ୍ଷରୁ ଏହି ଭତ୍ତା ବିତରଣ କେନ୍ଦ୍ର ବିଳମ୍ବରେ ଖୋଲାଯିବ ବୋଲି ପୂର୍ବରୁ ସୂଚନା ଦିଆଯାଇନାହିଁ. ଭତ୍ତା ନେବାକୁ ଆସିଥ‌ିବା ବୃଦ୍ଧ ବୃଦ୍ଧାମାନେ ଅପେକ୍ଷା କରି ଭତ୍ତା ପ୍ରଦାନରେ ଘଣ୍ଟା ଘଣ୍ଟା ବିଳମ୍ବ କରିବା ଏବଂ ନିର୍ଦ୍ଧାରିତ ସମୟ ଠାରୁ 2 ଘଣ୍ଟା ପରେ କାର୍ଯାଳୟ ଖୋଲାଯିବା ଘଟଣାର ତଦନ୍ତ କରି ବିହିତ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ହିତାଧିକାରୀମାନେ ଦାବି କରିଛନ୍ତି.

Leave a Reply

Your email address will not be published. Required fields are marked *