ଗୋଟିଏ ଉଚ୍ଚ ଶିକ୍ଷିତl, ରୋଜଗାରିଆ ଏବଂ କୋର୍ଟକୁ ତଥ୍ଯ ଲୁଚାଉଥିବା ସ୍ତ୍ରୀ ସହାନୁଭୂତି ପାତ୍ର ନୁହଁନ୍ତି -ମାନ୍ୟବର କୋର୍ଟ

Spread the love

ଗୋଟିଏ ଉଚ୍ଚ ଶିକ୍ଷିତl, ରୋଜଗାରିଆ ଏବଂ କୋର୍ଟକୁ ତଥ୍ଯ ଲୁଚାଉଥିବା ସ୍ତ୍ରୀ ସହାନୁଭୂତି ପାତ୍ର ନୁହଁନ୍ତି !

ମାନ୍ୟବର ଆହ୍ଲାବାଦ ହାଇ କୋର୍ଟ l

1.ମାନ୍ୟବର ଆହ୍ଲାବାଦ ହାଇ କୋର୍ଟ, 17.02.2024 ଗୌତମ ବୁଦ୍ଧ ନଗର ପରିବାର ଅଦlଳତଙ୍କ ଦ୍ଵାରା ଜାରି କରା ଯାଇଥିବା ଏକ ଭରଣ ପୋଷଣ ଆଦେଶ କୁ (Maintenance) ରଦ୍ଦ କରି କହିଲେ ଯେଉଁ ସ୍ତ୍ରୀ ଉଚ୍ଚ ଶିକ୍ଷିତl, ରୋଜଗାରିଆ ଏବଂ କୋର୍ଟକୁ ତଥ୍ଯ ଲୁଚାଉଥିବା ସେହିପରି ସ୍ତ୍ରୀ ସହାନୁଭୂତି ପାତ୍ର ନୁହଁନ୍ତି ଏବଂ ସେ ଭରଣପୋଷଣ ପାଇବା ପାଇଁ ମଧ୍ୟ ହକଦାର ନୁହଁନ୍ତି l

2. ଏହି ମାମଲାରେ ମାନ୍ୟବର ଆହ୍ଲାବାଦ ହାଇ କୋର୍ଟ ଙ୍କ ତର୍ଜମା – ମାନ୍ୟବର କୋର୍ଟ ଦେଖିଲେ ଯେ ସେହି ସ୍ତ୍ରୀ ଲୋକ ନିଯ ଦରଖାସ୍ତ Petition ଏବଂ Affidavit ଶପଥ ପତ୍ର ରେ ସେ ନିଜେ ଲେଖିଛନ୍ତି ଯେ ସେ ଜଣେ ଅଶିକ୍ଷିତ ,ବେରୋଜଗରିଆ ଓ ତାଙ୍କରି କୌଣସି ହେଲେ ସୂତ୍ରରୁ ଆୟ ନାହିଁ କିନ୍ତୁ କୋର୍ଟରେ ବିଚlରଣl ସମୟରେ ସେ ନିଜେ ସ୍ଵୀକାର କରିଥିଲେ କି ସେ ଜଣେ Post Graduate ଏବଂ Web Design Engineer ଓ ତାଙ୍କରି ମାସିକ ବେତନ ହେଉଛି Rs.36,000/- ଟଙ୍କା ଏବଂ ସେ Keith Telecom Pvt. Ltd. ରେ Senior Sales Coordinator ଭାବେ ଚାକିରୀ କରୁଛନ୍ତି l

3. ମାନ୍ୟବର ଆହ୍ଲାବାଦ ହାଇ କୋର୍ଟ ଏଠାରେ ମାନ୍ୟବର ସୁପ୍ରିମ୍ କୋର୍ଟ ଙ୍କ ଏକ ରାୟକୁ ଉଦାହରଣ ଦେଇ କହିଲେ ” ଯେବେ ବି ଜଣେ କୋର୍ଟ ରେ କୌଣସି ମାମଲା ରୁଜୁ କରନ୍ତି ଯଦି ସେ ତଥ୍ଯ ଲୁଚାନ୍ତି କିଂବା ମିଥ୍ୟା ତଥ୍ୟ ଦିଅନ୍ତି ସେ କୋର୍ଟରୁ ନ୍ୟାୟ ପାଇବା ପାଇଁ ଯୋଗ୍ୟ ନୁହଁନ୍ତି ଏବଂ ଏପରି ବ୍ୟକ୍ତି ଯାହାର କି ସତ୍ୟ ପ୍ରତି ସମ୍ମାନ ନାହିଁ ସେପରି ଲୋକକୁ କୋର୍ଟ ବାହାରକୁ ଫିଙ୍ଗି ଦେବା ଉଚିତ୍ ହେବ l

Rekha Sharad Ushir Vs Saptashrungi Mahila Nagari Sahkari Patsansta Ltd.
(Para No-11)
2025 SCC ON LINE SC641

4.ବର୍ତ୍ତମାନ୍ ଆମ ସମାଜର କେତେ ଲୋକଙ୍କର ଘୃଣ୍ୟ ମାନସିକତା – ଝିଅକୁ ଖୋଜି ଖୋଜି ଚାକିରିଆ ବର ପାତ୍ର ସହିତ ବାହା କରାଇ ଦିଅନ୍ତି ଏବଂ ସେମlନେ ଜ୍ବାଇଁଙ୍କ ଠାରୁ ବହୁତ କିଛି ଆଶା କରିଥାନ୍ତି, ଏବଂ ଯେତେ ପର୍ଯ୍ୟନ୍ତ ସେମାନଙ୍କର ଦାବି ପୂରଣ ହେଲା ତେବେ ହାଟରେ ଏବଂ ବଜାରରେ କହି ବୁଲିବେ ଆମ ଜ୍ବାଇଁଟି ନା ସୁନା ଗଦା ଆଉ ଯେଉଁ ଦିନ ଠାରୁ ସେହି ଜ୍ବାଇଁଟି ଏହି ମାନଙ୍କର କଥା ଶୁଣିବେ ନାହିଁ ତେବେ ସେହି ଦିନରୁ ହିଁ ଜ୍ବାଇଁଟି ଆଳିଆ ଗଦା ପରିଣତ ହୋଇଯାଆନ୍ତି l

5. ଯଦି ଆଉ ପlଦେ ଆଗକୁ ଯିବା ତେବେ ଉପରୋକ୍ତ ସ୍ତ୍ରୀ ମାନଙ୍କ ପରି ଅନେକ ଉଦାହରଣ ମାନେ ପ୍ରତିଦିନ ଫେମିଲି କୋର୍ଟର ଚକ୍କର କାଟୁଥିବା ଦେଖିବାକୁ ପାଇବେ l କାରଣ ସେହି ବାପା ମା ମାନେ ହଁ ଝିଅକୁ ପ୍ରବର୍ତ୍ତାଇ ଥାଆନ୍ତି ତୁ ସେହି ଶ୍ଵଶୁର ଘର ଛାଡ଼ି ଚାଲିଆସେ “ପେଟରେ ଛୁଆ ଥାଉ କିମ୍ବା ହାତରେ ଚୁଆ ଥାଉ” କିଛି ହେଲେ ଫରକ ପଡିବ ନାହିଁ କାରଣ ଘରକୁ ଫେରି ସେହି ସ୍ବାମୀ ଓ ଶ୍ଵଶୁର ଘର ଲୋକଙ୍କ ଉପରେ ଯୌତୁକ ନିର୍ଯାତନା କେସ, ଘରୋଇ ହିଂସା କେସ, ଭରଣ ପୋଷଣ କେସ ଓ ଶେଷରେ ଛାଡପତ୍ର କେସ କରି ମୋଟା ଅଙ୍କର କ୍ଷତିପୂରଣ ଆଦାୟ କରି ସେହି ଝିଅକୁ ପୁଣି ଥରେ ଅନ୍ୟ ଏକ ଜାଗାରେ ବାହା କରିଦେଇ ଥାଆନ୍ତି l ବର୍ତ୍ତମାନ ଆମ ଦେଶରେ ଏହା ଏକ ବଡ଼ଧରଣର ବ୍ୟବସାୟରେ ପରିଣତ ହୋଇଗଲାଣି l

6.ବର୍ତ୍ତମାନ୍ ଆମ ସମାଜରେ ପୁରୁଷ ମାନେ ନିର୍ଯାତିତ ଓ ଭୟଭୀତ ଅବସ୍ଥାରେ ଅଛନ୍ତି ଏବଂ ଲୋକ ଲଜ୍ଜ୍ୟା ଯୋଗୁଁ କlହାକୁ ମଧ୍ୟ କିଛି କହିପାରି ନଥାନ୍ତି l ଯଦି ଆମେ ଉପରୋକ୍ତ ଘଟଣାକୁ ଦେଖିବା ସେହି ନିରୀହ ସ୍ବାମୀ କେତେ ଯେ, ସେ ତାଙ୍କରି ସ୍ତ୍ରୀ ଦ୍ଵାରା ମାନସିକ,ଶାରୀରିକ ଓ ଆର୍ଥିକ ସ୍ତରରେ ନିର୍ଯାତିତ ହୋଇନଥିବେ ତାହା ଆମେ କଳନା କରିପାରିବା ନାହିଁ l

ଲେଖାର ମୂଳ ଉଦ୍ଦେଶ୍ୟ:-

ସେହି ନିର୍ଯାତିତ ପୁରୁଷ ମାନଙ୍କ ପାଇଁ !
ଯେଉଁ ପୁରୁଷ ମାନେ ଏହିପରି ମାମଲାର ସମ୍ମୁଖୀନ ହେଉଛନ୍ତି ସେମାନେ ସେହି ସ୍ତ୍ରୀଙ୍କ ଦ୍ବାରା କୋର୍ଟରେ ଦିଆଯାଇଥିବା ମିଥ୍ୟା Affidavit କୁ ହିଁ Challange କରନ୍ତୁ ଏବଂ କୋର୍ଟରେ କୁହନ୍ତୁ ସ୍ତ୍ରୀଙ୍କ ଏହି Affidavit ରେ ଏହି ସବୁ ତଥ୍ଯ ଗୁଡିକ ମିଥ୍ୟା ଅଟେ l ଏବଂ ଏହା ଏକ ଦଣ୍ଡନୀୟ ଅପରାଧ ଅଟେ l Under Section 340 CrPC R/w IPC 193 Or 379 of BNSS R/w 229 BNS ଏହିପରି ଅପରାଧ ପାଇଁ କୋର୍ଟ ସେହିପରି ସ୍ତ୍ରୀଙ୍କୁ 7 ବର୍ଷ ପର୍ୟ୍ୟନ୍ତ କାରାବାସର ଦଣ୍ଡlଦେଶ ଦେଇପାରିବେ l

ଯଦି ସ୍ବାମୀ ଜଣଙ୍କ ସେହି ସ୍ତ୍ରୀଙ୍କ ଉପରେ ଏପରି ଏକ କ୍ରିମିନାଲ କେସ ଟିଏ କରି ଦିଅନ୍ତି ତେବେ ସେହିପରି ସ୍ତ୍ରୀ Maintenance Case କଣ କରିବ ସେ ସେହି କେସ କୁ ପଛରେ ପକେଇ ତ୍ରାହି ମାମ୍ ତ୍ରାହି ମାମ୍ ଡାକ ଛାଡ଼ିବା ସହିତ ଶେଷରେ ସେହି ସ୍ୱାମୀଙ୍କ ହିଁ ଗୋଡ଼ ଧରିବାକୁ ବାଧ୍ୟ ହେବ ଏବଂ ତାଙ୍କରି ପlଖରେ ଏହାର ଆଉ କିଛି ହେଲେ ବିକଳ୍ପ ରହିବ ନାହିଁ l

Jay Hind

Sri. Ashok Kumar Patro
9937278068
9938463719
Advocate Orissa High Court
M.M.A.

Case Title:-

In The High Court Of Allahabad
Criminal Revision No-2487/2024
Ankit Saha
Vs
State of UP and Anr

Hon’ble Judge
Madan Pal Singh
Doj:-03.12.2025

For Copy just Mail – advocateorissahighcourtsriasho@gmail.com

Leave a Reply

Your email address will not be published. Required fields are marked *