ନୂଆ ଉଦ୍ଭାବନ //ଏଥର ହେଲମେଟ ନ ପିନ୍ଧିଲେ ଗାଡ଼ି ଷ୍ଟାର୍ଟ ହେବନି, ଗଂଜାମ ଜିଲ୍ଲାର ନବମ ଶ୍ରେଣୀ ଛାତ୍ର ବାହାର କଲେ ନୂଆ କୌଶଳ

Spread the love

ଏଥର ହେଲମେଟ ନ ପିନ୍ଧିଲେ ଗାଡ଼ି ଷ୍ଟାର୍ଟ ହେବନି

ଗଞ୍ଜାମ ଜିଲ୍ଲାର ଶେରଗଡ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର କୁମାର ଅମିତ । ସେ କହନ୍ତି, ‘ ଏଥିରେ ଏ.ଆଇ ର ବ୍ୟବହାର କରି ହେଲମେଟ ପ୍ରସ୍ତୁତ କରିଛି । ଏହା ଏମିତି ପ୍ରସ୍ତୁତ କରାଯାଇଛି ଯେ, ହେଲମେଟ ନ ପିନ୍ଧିଲେ ଜଣେ ଗାଡି ଚାଲିବ ନାହିଁ ।’

ସେ ଆହୁରି କହିଛନ୍ତି, ‘ଏହି ପ୍ରକଳ୍ପ ଟ୍ରାଞ୍ଜେଷ୍ଟର, ରିସିଭର ଏବଂ ବ୍ୟାଟେରି ସାହାର୍ଯ୍ୟରେ ପ୍ରସ୍ତୁତ କରାଯାଇଛି । ଏହି ହେଲମେଟର ଟାଞ୍ଜେଷ୍ଟର ଯଦି ମସ୍ତିକକୁ ସ୍ପର୍ଶ କରିବ ନାହିଁ ତେବେ ଗାଡିର ଷ୍ଟିଟମ୍ ଅନ୍ ହେବ ନାହିଁ କି ଗାଡିର ଚକ ଗଡିବ ନାହିଁ । ସାଧାରଣ ମୋଟର ସାଇକେଲ ସହିତ ରହିଥିବା ହ୍ୟାଲେମେଟରେ ଏହାକୁ ସଂଯୋଗ କରି ମଧ୍ୟ ଏହି ସ୍ମାର୍ଟ ହେଲମେଟ ପ୍ରସ୍ତୁୁତ କରାଯାଇ ପାରିବ, ଯେଉଁଥିରେ ଆର୍.ଡି.ଏନ୍.ଓ ଓ ୟୁ.ଏନ୍.ଓ ମଧ୍ୟ ବ୍ୟବହାର କରାଯାଇପାରିବ’ ବୋଲି ସେ କହିଛନ୍ତି ।

ଏହି ହେଲମେଟକୁ ଅମିତ ତାଙ୍କ ସ୍କୁଲର ବିଜ୍ଞାନ ପ୍ରଦର୍ଶନୀରେ ପ୍ରଦର୍ଶିତ କରିଥିଲେ ଏବଂ ଶିକ୍ଷକ, ଛାତ୍ର ତଥା ଅଭିଭାବକ ତାଙ୍କର ଏହି ପ୍ରୋଜେକ୍ଟକୁ ଭୁରି ଭୁରି ପ୍ରଶଂସା କରିଥିଲେ ।

ଦୁଇବର୍ଷ ତଳର ଏକ ଘଟଣା ମନେ ପଡିଲେ ଏବେ ବି ତାଙ୍କର ମନ ଉଦାସ ହୋଇଯାଏ । 2023ରେ ବାପା ଯାଉଥିଲେ ଡାକ୍ତରଖାନା ରେଗୁଲାର ଚେକଅପ ପାଇଁ । ହଠାତ ଏକ ସଡକ ଦୁର୍ଘଟଣାର ଘଟିଲା ଆଉ ଏଥିରେ ସବୁଦିନ ପାଇଁ ତାଙ୍କ ବାପା ତାଙ୍କୁ ଛାଡି ଚାଲିଗଲେ । ଛୋଟ ହେଲେ ବି ତାଙ୍କ ମନକୁ ଆସିଥିଲା, ହୁଏତ ହେଲମେଟଟିଏ ପିନ୍ଧିଥିଲେ ବାପା ତାଙ୍କର ବଞ୍ଚିଯାଇଥାନ୍ତେ । କିନ୍ତୁ ବାପା ତାଙ୍କର ହେଲମେଟ ପିନ୍ଧି ନ ଥିଲେ । ଗାଡି ଚାଳକଙ୍କ ପାଇଁ ହେଲମେଟର ଆବଶ୍ୟକତା କେତେ ସେଦିନ ସେ ବୁଝି ପାରିଥିଲେ ।

Leave a Reply

Your email address will not be published. Required fields are marked *