ଅସଲି ନକଲି …ଲେଖୁ ଲେଖୁ ଲେଖିଦେଲି -ସଂଜୟ ରଥ ଭୁବନେଶ୍ବର

Spread the love

ଅସଲି ନକଲି
ନକଲି ଦ୍ରବ୍ୟକୁ ନାପସନ୍ଦ କରି
ଅସଲି ଆଦର ଥିଲା।
ଆଜି କାହିଁ ଏହି ନକଲି ଦ୍ରବ୍ୟର
ଚାହିଦା ଯେ ବଢିଗଲା।।

ଅସଲି ଜ୍ଞାନରେ ଗୀତା ଭାଗବତ
ରାମାୟଣ ଯାହା ଥିଲା।
ସମାଜ ସଂସ୍କାର ଏହି ସମାଜର
ସେଥିପାଇଁ ହେଉଥିଲା।‌।

ଜ୍ଞାନୀ ମାନୀ କେତେ ଗୀତା ଭାଗବତ
ରାମାୟଣ ପଢ଼ୁଥିଲେ।
ସେହି ଜ୍ଞାନ ନେଇ ଦେଶ ବିଦେଶରେ
ପ୍ରଶଂସିତ ହେଉଥିଲେ।।

ପ୍ରଗତିର ପଥେ ଶିକ୍ଷାର ଭୂମିକା
ଅଟେ ଅତି ଉପାଦେୟ।
ବାସ୍ତବ ଶିକ୍ଷାର ବାସ୍ତବ ପ୍ରୟୋଗ
ସଂସାରୁ ତୁଟାଏ ଭୟ।।

ପିତଳକୁ ଯେତେ ଅସଲି କହିଲେ
ହୋଇବକି ଶୁଦ୍ଧ ସୁନା।
ନକଲି ଦ୍ରବ୍ୟର ଚାହିଦା ବଢିଲେ
ସଂସାରକୁ ବିଡ଼ମ୍ବନା।।

ନକଲି ଜ୍ଞାନର ଅସଲି ଗାରିମା
ରହିଛିକି ଚୋରି ବିନା
ଅସଲି ଜ୍ଞାନର ପ୍ରୟୋଗ ହୋଇଲେ
ପତନର ସମ୍ଭାବନା

ସଞ୍ଜୟ
କ୍ଷୁଧିତ କ୍ଷମା
କ୍ଷଣକର କ୍ଷଣ କୋପେ କ୍ଷତାହତ ସିଏ
କ୍ଷଣକ ଉଲ୍ଲାସେ ତାର କ୍ଷତ ପୁର୍ଣ୍ଣ ହୁଏ
କ୍ଷମା ଗୁଣେ ଆଚରଇ କ୍ଷତିର ଭରଣା
କ୍ଷତି ନୁହେଁ କ୍ଷମତାର, ଲଭେ ସେ ପାଉଣା।।

କ୍ଷଣ କ୍ଷଣକେ କ୍ଷୁଦ୍ର କ୍ଷିତି କ୍ଷିପ୍ର କ୍ଷରିତ
କ୍ଷୁଧା କ୍ଷିତି କ୍ଷପଣେ କ୍ଷଣ କ୍ଷାତ କ୍ଷୁଧିତ
କ୍ଷତ କ୍ଷୁଧା କ୍ଷୋଭ କ୍ଷଣକେ କ୍ଷମା ଶୋଧିତ
କ୍ଷୀଣପ୍ରଭା କ୍ଷଣେ ଶୋଭା ଗର୍ଜନେ କ୍ଷୁଧାର୍ତ୍ତ।।

କ୍ଷକ୍ତାକ୍ତ କ୍ଷଣ କୋପରେ କ୍ଷମତାର ଲୋଭ
କ୍ଷରଣ କ୍ଷିପ୍ର ଖିଆଲି ମନର ପ୍ରଭାଵ
କ୍ଷତ କ୍ଷୋଭ କ୍ଷଣଜନ୍ମା କ୍ଷିତିରେ ଉଦ୍ଭବ
କ୍ଷର ଅକ୍ଷର କ୍ଷରଣେ କ୍ଷମତାର ଭାବ।।

କ୍ଷଣ କ୍ଷଣକେ ଗୁଣ ଗୁଣି ଗୁଣେ ପ୍ରକଟ
କ୍ଷଣ କ୍ଷଣକେ ଦୋଷ ଦୃଶ୍ୟ ଦୋଷେ ପ୍ରଘଟ
କ୍ଷଣ କ୍ଷଣକେ କ୍ଷିପ୍ର କ୍ଷଣପ୍ରଭା ଚହଟ
କ୍ଷଣ କ୍ଷଣକେ କ୍ଷୋଭ କ୍ଷୁଧା କ୍ଷୁର୍ଣ୍ଣ କୁହାଟ।।

କ୍ଷଣେ କ୍ଷୋଭିତ କ୍ଷିପ୍ରେ କ୍ଷମା କ୍ଷମତା ଧାରୀ
କ୍ଷମତା କ୍ଷୋଭେ କ୍ଷମା କ୍ଷମନ୍ତି କ୍ଷୁଧା ଭରି
କ୍ଷମତା ଅକ୍ଷମତା କ୍ଷଣପ୍ରଭା ସଞ୍ଚରୀ
କ୍ଷଣଦାକ୍ଷୟ କ୍ଷିତୀ କ୍ଷମା କ୍ଷଣେ ଆଚରି।।

ସଞ୍ଜୟ ରଥ ଭୁବନେଶ୍ବର

Leave a Reply

Your email address will not be published. Required fields are marked *