ବିଦେଶୀ ଭକ୍ତଙ୍କୁ ଆକୃଷ୍ଟ କରିଛି ଗଜପତିର ମହେନ୍ଦ୍ରଗିରି
ପାରଳାଖେମୁଣ୍ଡି, 15/12 (ତାରିଣୀ ପ୍ରସାଦ ପଣ୍ଡା) : ଦର୍ଶନ ସମୀକ୍ଷା
ପୁରାଣ ପ୍ରସିଦ୍ଧ ଓଡିଶାର ହିମାଳୟ ଗଜପତିର ମହେନ୍ଦ୍ରଗିରିର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ପୁରାତନ ମଠ ଓ ମନ୍ଦିର ଆଦି ବିଦେଶୀ ଭକ୍ତଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଥିବା ଲକ୍ଷ୍ୟ କରାଯାଇଛି। ଗତ ଶନିବାର ଓ ରବିବାର ବହୁ ସଂଖ୍ଯକ ବିଦେଶୀ ଭକ୍ତ ଗଜପତି ଜିଲ୍ଲାରେ ପହଞ୍ଚି ମହେନ୍ଦ୍ରଗିରି ପରିଭ୍ରମଣ କରିବା ପରେ ପାରଳା ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଓଡ଼ିଶାର ପର୍ଯ୍ୟଟନ ସ୍ଥଳ ଓ ମଠ ମନ୍ଦିର ବର୍ତ୍ତମାନ ଦର୍ଶନ କରିବା ପାଇଁ ପ୍ରଥମ ପସନ୍ଦ ଆସୁଛି ବିଦେଶୀଙ୍କୁ । ଆମ ରାଜ୍ୟର କଳା, ସଂସ୍କୃତି ଓ ପର୍ଯ୍ୟଟନସ୍ଥଳ ମନ୍ଦିର ଦେବାଦେବୀ ଙ୍କ ପିଠବୁଲି ଦେଖିବାକୁ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି ବିଦେଶୀ । ଏବେ ସରକାରଙ୍କ ଉଦ୍ୟମରେ ଦେଶ ବାହାରେ ବି ଆଦୃତ ହେଉଛି ପର୍ଯ୍ୟଟନ ଶିଳ୍ପ ଚିତ୍ର କଳା ଲୋକ ସଂସ୍କୃତି ସହ ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର । ଓଡ଼ିଶାର ପ୍ରାକୃତିକ ପରିବେଶ ଜଗନ୍ନାଥ ସଂସ୍କୃତି ବିଦେଶୀ ପର୍ଯ୍ୟଟକ ଓ ଭକ୍ତଙ୍କୁ ଆକର୍ଷିତ କରୁଛି ଫଳରେ ପ୍ରତି ବର୍ଷ ବହୁ ବିଦେଶୀଙ୍କ ସୁଅ ଛୁଟୁଛି । ଏହି ପରିପ୍ରେକ୍ଷୀରେ ଆଜି ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ଐତିହାସିକ ଶୈବପୀଠ ମହେନ୍ଦ୍ରଗିରି ଶୈବ ପୀଠକୁ ଦର୍ଶନ ପାଇଁ ସୁଦୁର ଆମେରିକା ରୁ ଆସି ଆଜି ମହେନ୍ଦ୍ରଗିରି ଶୈବ ପୀଠ ରେ ପଞ୍ଚୁପାଣ୍ଡବ ଙ୍କ ଦର୍ଶନ ସହ ଦାରୁବ୍ରହ୍ମ ଙ୍କ ଦର୍ଶନ କରିଛନ୍ତି । ପରମପୂଜ୍ୟ ଚନ୍ଦ୍ରମୈଳି ମହାରାଜ୍ ଏବଂ ବିଶାଖାପାଟଣାର ମାତାଜୀ ଦେବଦାସୀ ଆସି ଦର୍ଶନ କରିଥିଲେ । ପରେ ପାରଳା ସ୍ଥିତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନ କରି ଭାବ ବିହ୍ୱଳିତ ହୋଇ ଜଗନ୍ନାଥ ମନ୍ଦିର ସମ୍ମୁଖରେ ହରିରାମ ସଙ୍କୀର୍ତ୍ତନରେ ନୃତ୍ୟ ପରିବେଷଣ କରିବା ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ସମୟରେ ହରିରାମ ସଙ୍କୀର୍ତ୍ତନ ତାଳ ମୃଦଙ୍ଗରେ ପ୍ରକମ୍ପିତ ହେଲା ଜଗନ୍ନାଥ ମନ୍ଦିର । ଜଗନ୍ନାଥଙ୍କ ଦର୍ଶନ ପାଇଁ ବହୁ ଖୁସିଥିବା କହିଛନ୍ତି ଏହି ଭକ୍ତମାନେ ।
ଗଜପତିର 2 ବିଦ୍ୟାର୍ଥୀଙ୍କ ସଫଳତା….. ଇସ୍ରୋ ଭ୍ରମଣରେ ଯିବା ପାଇଁ ମନୋନୀତ ପାରଳାଖେମୁଣ୍ଡି, 15/11(ତାରିଣୀ ପ୍ରସାଦ ପଣ୍ଡା )
ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ନବମ ଶ୍ରେଣୀର ଛାତ୍ରୀ ସାଇଶ୍ରୀ ପଣ୍ଡିତ ଓ ସେଞ୍ଚୁରିଆନ ପବ୍ଲିକ ସ୍କୁଲର ନବମ ଶ୍ରେଣୀ ଛାତ୍ର ଏନ. କୁମାର ଭରଦ୍ୱାଜ ଗତ ୧୩ ଡିସେମ୍ବର ଦିନ ଭୁବନେଶ୍ବର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିଅମ୍ରେ ଟାଟା ଷ୍ଟିଲ ଦ୍ବାରା ଅନୁଷ୍ଠିତ ୟଙ୍ଗ ଆଷ୍ଟ୍ରୋନୋମର୍ ଟ୍ୟା ଲେଣ୍ଟ ସର୍ଚ୍ଚ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଓଡ଼ିଶାର ୬୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଚୟନ ହୋଇ ଶ୍ରେଷ୍ଠ 30 ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଗଜପତି ଜିଲ୍ଲାକୁ ସମ୍ମାନ ଆଣିପାରିଛନ୍ତି. ଏହି ସମାବେଶରେ ଏହି 2 ଜଣଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୁରସ୍କୃତ କରିଛନ୍ତି। ଏଥିସହ ଏହି 2 ଜଣ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମହାକାଶ ବିଜ୍ଞାନ କେନ୍ଦ୍ର ଭ୍ରମଣ କରିବାକୁ ଯୋଗ୍ୟତା ହାସଲ କରିବା ପାଇଁ ଯୋଗ୍ୟତା ହାସଲ କରିପାରିଛନ୍ତି. ଏମାନଙ୍କ ଏହି ଯୋଗ୍ୟତା ହାସଲ ସମ୍ପୃକ୍ତ 2 ଗୋଟି ବିଦ୍ୟାଳୟ ସହ ଗଜପତି ଜିଲ୍ଲା ପାଇଁ ଗୌରବର କାରଣ ସାଜିଛନ୍ତି. ତେଣୁ ଉଭୟଙ୍କୁ ଜିଲ୍ଲାର ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି.
ଗଜପତିରେ 1 କ୍ଵିଣ୍ଟାଲ ଗୋମାଂସକୁ ମାଟିରେ ପୋତାଗଲା ପାରଳାଖେମୁଣ୍ଡି, 15/11(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ଗୋମାଂସ ଚାଲାଣ କରି ବିକ୍ରି କରିବା ପୂର୍ବରୁ 1 କ୍ଵିଣ୍ଟାଲରୁ ଉର୍ଦ୍ଧ ଗୋମାଂସକୁ ମାଟିରେ ପୋତି ଦିଆଯାଇଛି. ଏହି ଘଟଣାରେ ପୋଲିସ 3 ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି. ଏହି ଜିଲ୍ଲାର କାଶୀନଗର ବ୍ଲକର ସୀତାପୁର ପଞ୍ଚାୟତ ଅଧୀନ ଦେବଦୋଳା ପେଟ୍ରୋଲ ପମ୍ପ ନିକଟରେ କିଛି ଲୋକ ଗୋ ମାଂସ ବିକ୍ରି ପାଇଁ କରିବା ଉଦ୍ଦେଶ୍ୟରେ ଅପେକ୍ଷାରେ ଥିଲେ । ଗଜପତି ବଜରଙ୍ଗ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତା ନୃସିଂହ ଚରଣ ଦାସ ସେହି ପେଟ୍ରୋଲ ପମ୍ପକୁ ଆସିଥିବା ବେଳେ ଗୋଟିଏ ଗାଡ଼ିରେ ପେଟ୍ରୋଲ ଭରିବା ପାଇଁ କିଛି ଯୁବକ ଆସିଥିଲେ । ଗାଡ଼ିରେ ମାଂସ ଭରି ବ୍ୟାଗ୍ ଉପରେ ବଜରଙ୍ଗ ଦଳ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ନଜର ପଡ଼ିଥିଲା I ତେଲ ପକାଇ ସେମାନେ ଯିବା ପରେ ସୀତାପୁର ଗ୍ରାମ ନିକଟରେ ସୂଚନା ପାଇ ବଜରଙ୍ଗ ଦଳର ସଦସ୍ୟମାନେ ଗୋମାଂସ ବେପାରୀଙ୍କୁ ଅଟକ ରଖ୍ କାଶୀନଗର ଥାନାକୁ ସୂଚନା ଦେଇଥିଲେ। ଥାନା ଅଧିକାରୀ ସୁନୀଲ ବେହେରାଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ପହଞ୍ଚି ପ୍ରାୟ ଏକ କ୍ଵିଣ୍ଟାଲ ଗୋ ମାଂସ ଜବତ କରିଥିଲେ. ଗୋ ମାଂସ ବିକ୍ରି କରୁଥିବା ତିନି ଜଣ ବ୍ୟକ୍ତି ମଧ୍ୟରୁ ଜଣେ ଗୁମ୍ମା ଓ ଅନ୍ୟ ଦୁଇ ଜଣ ଗାଇବା ଗ୍ରାମର ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଜବତ ହୋଇଥିବା ସମସ୍ତ ଗୋମାଂସକୁ ମାଟିରେ ପୋତି ଦିଆଯାଇଥିବା ସୂଚନା ମିଳିଛି ।












Leave a Reply